ଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି

ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି

ସୁନ୍ଦରଗଡ:- ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ତରଫରୁ ଆଜିଠାରୁ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି । ଏଥର ଜିଲା ୪୧୨ ତଫସିଲ ଭୁକ୍ତ ଜାତି ଏବଂ ଜନଜାତି ବିକାଶ ବିଭାଗ ଅଧିନର ହଷ୍ଟେଲମାନଙ୍କରେ ରହୁଥିବା ୪୬,୬୬୬ ଜଣ ପିଲାଙ୍କୁ ଦୈନିକ ଗୋଟିଏ କରି ରାଗି ଲଡୁ ସପ୍ତାହକ ସାତ ଦିନ ଧରି ଖାଇବାକୁ ମିଳିବ । ଏହା କୁପୋଷଣ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି ।
ଆଜି ଏହି କ୍ରମରେ ଜିଲ୍ଲାର ସଂସ୍କୃତି ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ୩୫୦ ଜଣ ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ଟପ୍ପୋ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ
ଜିଲ୍ଲାପାଳ ଡ. ପରାଗ ଗାଭାଲୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ପ୍ରଧାନ ଯୋଗ ଦେଇଥିଲେ ।
ଏହି ଅବସର ରେ ଜିଲ୍ଲାପାଳ ଡ଼ା. ଗାଭାଲୀ କହିଲେ ଯେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଦ୍ୱାରା ଏହି ଅଭିନବ ପଦକ୍ଷେପ ନିଆଯାଇଛି ଯାହା ଓଡିଶା ମିଲେଟ୍ ମିଶନ ଦ୍ୱାରା କାର୍ଯ୍ୟାନ୍ୱୟନ ହେବ ।

ଏହି କାର୍ଯ୍ୟକ୍ରମ ଯୋଗୁଁ ପିଲାମାନଙ୍କ ମଧ୍ୟରେ ଅପପୁଷ୍ଟି ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହା ପରବର୍ତୀ ସମୟରେ ମଧ୍ୟାହ୍ନ ଭୋଜନରେ ଏବଂ ଭିନ୍ନକ୍ଷମମାନେ ପଢୁଥିବା ବିଦ୍ୟାଳୟରେ କାର୍ଯ୍ୟକାରୀ କରାହେବ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତି ପ୍ରଧାନ ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପକୁ ପ୍ରଂଶସା କରି କହିଲେ ଯେ ମିଲେଟ୍ ମିଶନର ଉଦ୍ୟମ ପ୍ରଶଂସନୀୟ, କାରଣ ଏହା ଅନେକ ମହିଳାଙ୍କୁ ରୋଜଗାର ଦେବା ସହ ସେମାନଙ୍କୁ ଉଦ୍ୟୋଗୀ କରିବାରେ ସହାୟତା କରିଛି ।
ସେହିପରି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଟପ୍ପୋ ନିଜର ଅଭିଭାଷଣ ମାଧ୍ୟମରେ କହିଥିଲେ ଯେ , ରାଗି ଆମର ପ୍ରାଚୀନ ଖାଦ୍ୟ ମଧ୍ୟରୁ ଅନ୍ୟତମ ଥିଲା । କିନ୍ତୁ ସମୟକ୍ରମେ ଏହା ନିଜର ମାନ୍ୟତା ହରାଇଥିଲା । ତେବେ ଏହା ପୁଣି ଆଦର ଫେରି ପାଉଛି ଏବଂ ପୁଷ୍ଟି ବୃଦ୍ଧି କ୍ଷେତ୍ରରେ ଏହାର ଅବଦାନକୁ ଲୋକ ଚିହ୍ନିବା ଆରମ୍ଭ କଲେଣି ।

ଏହି ଅବସରରେ ଅତିଥିମାନେ ଦୁଇଜଣ ଛାତ୍ର ଛାତ୍ରୀଙ୍କୁ ରାଗି ଲଡୁୁ ଖୁଆଇ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀ ପ୍ରଧାନ ଅତିଥିମାନଙ୍କର ପରିଚୟ ଦେବା ସହ ସେମାନଙ୍କୁ ସ୍ୱାଗତ କରିଥିଲେ । ସୂଚନାଯୋଗ୍ୟ ଯେ ଗୋଟିଏ ରାଗି ଲଡୁରେ ୯୩.୪ କିଲୋ କ୍ୟାଲୋରୀ ଶକ୍ତି ଥିବାବେଳେ ଏହା ଅପପୁଷ୍ଟି ରୋକିବାରେ ସହାୟକ ହୋଇଥାଏ ।

Related posts

ଚୋର କୁ ଧରିଲେ ବଜାର ଲୋକେ

Odisha Halchal

ନାବାଳିକାଙ୍କୁ କମେଣ୍ଟ ମାରିବା ନେଇ ନାବାଳକକୁ ହତ୍ୟା

Odisha Halchal

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା, ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

Odisha Halchal

Leave a Comment