ଓଡ଼ିଶା ଖବରନ୍ୟୁଜ୍

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସତିଗୁଡ଼ା ଜଳଭଣ୍ଡାର

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ସତିଗୁଡ଼ା ଜଳଭଣ୍ଡାର

ମାଲକାନଗିରି:- (ରିପୋର୍ଟ:-କ୍ରିଷ୍ଣପଦ ରାୟ)ଇଂରାଜୀ ନୂତନ ବର୍ଷରେ ନିଜ ପରିବାର ତଥା ବନ୍ଧୁବାନ୍ଧବ ସହିତ ବୁଲି ପ୍ରାକୃତିକ ପରିବେଶର ମଜା ବେଶ ନିଆରା। ସାଙ୍ଗକୁ ସୁନ୍ଦର ସୁନ୍ଦର ପରିବେଶ ସହିତ ଅଟାର ବୋର୍ଡ ରେ ଜଳଭଣ୍ଡାରରେ ବୁଲିବାକୁ କିଏନା ପସନ୍ଦ କରନ୍ତି । ଉପାନ୍ତ ମାଲକାନଗିରି ଜିଲ୍ଲା ସଦରମହକୁମା ଠାରୁ ମାତ୍ର ୭ କିଲୋମିଟର ଦୂରରେ ରହିଛି ସତିଗୁଡ଼ା ଜଳଭଣ୍ଡାର। ତାହା ସହିତ ରହିଛି ଇକୋ ପାର୍କ, ପିଲାଙ୍କ ଦୋଳି ସହିତ ବିଭିନ୍ନ ଖେଳ ସରଞ୍ଜାମ ରହିଥିବାରୁ ପିଲାଏ ବେଶ ମଜା ନିଅନ୍ତି। ଯେଉଁଠି ଏବେ ଓଡିଶା ସମେତ ଛତିଶଗଡ଼ ଏବଂ ଆନ୍ଧ୍ରପ୍ରଦେଶର ପର୍ଯ୍ୟଟକଙ୍କ ଭିଡ଼ ଲାଗିରହିଛି। ଆସନ୍ତୁ ଆମେ ମଧ୍ୟ ବୁଲିଯିବା ସେଇ ସତୀଗୁଡ଼ା ଇକୋ ପାର୍କ , ଆଉ ଜାଣିବା ପାଇଁ ଚେଷ୍ଟା କରିବା କ’ଣ ରହିଛି ସେଇ ଜଳଭଣ୍ଡାର ସହିତ ଇକୋ ପାର୍କ ର ମଜା।

ଜଳଭଣ୍ଡାର ସହିତ ପ୍ରାକୃତିକ ପରିବେଶ ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରୁଛି ବାରମ୍ବାର ଏଠାରେ ଆସିବା ଲାଗି । ଏ ହେଉଛି ଉପାନ୍ତ ଜିଲ୍ଲା ମାଲକାନଗିରିର ପ୍ରାକୃତିକ ମନୋରମ ଦୃଶ୍ୟ। କିଛି ବର୍ଷ ପୂର୍ବେ ଲୁକାଇତ ହୋଇ ରହି ଯାଇଥିବା ଏହି ପର୍ଯ୍ୟଟନ ସ୍ତଳୀ ର ବିକାଶ ପାଇଁ ଏବେ ଅଣ୍ଟା ଭିଡ଼ିଛି ମାଲକାନଗିରି ବନବିଭାଗ । ମାଲକାନଗିରି ବନ ବିଭାଗ ଏହି ଅଂଚଳକୁ ଇକୋ ଟୁରିଯିମର ମାନ୍ୟତା ପ୍ରଦାନ କରିବା ସହ ଏଠାରେ ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ଜାରି ରଖିଛି । ଯାହାକୁ ଦେଖିବା ଲାଗି ଏବେ ରାଜ୍ୟ ଓ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକଙ୍କ ସୁଅ ଏଠାକୁ ଛୁଟିବାରେ ଲାଗିଛି ।

ସତୀଗୁଡ଼ା ଜଳଭଣ୍ଡାର ନିକଟରେ ଏବେ ଖୁବ୍ ସୁନ୍ଦର ସଜ୍ଜିତରେ ଗଢ଼ି ଉଠିଛି ଏହି ପର୍ଯଟନ ସ୍ଥଳୀ। ମାଲକାନଗିରି ବନ ବିଭାଗ ଦ୍ୱାରା ଏହା ଇକୋ ଟୁରିଯିମର ମାନ୍ୟତା ପାଇଛି । ଉନ୍ନତି କରଣ ସହ ଏଠାରେ ପର୍ଯ୍ୟଟକଙ୍କ ଲାଗି ରାତ୍ରି ଯାପନ କଟେଜ ସହିତ ସମସ୍ତ ସୁବିଧା ମଧ୍ୟ କରାଯାଇଛି। ତେଣୁ ନବ ବର୍ଷର ଆରମ୍ଭରୁ କିଏ ନିଜ ପରିବାର ସହ ଏଠାକୁ ଆସି ବନ ଭୋଜି କରିବା ପାଇଁ ମନ ବଢ଼ାଉଛି ତ କିଏ ପୁଣି ସାଙ୍ଗ ସାଥି ସହ ଏଠାକୁ ଆସି ସେଲଫି ନେଉଛି। ତ ପୁଣି କିଏ ଏଠାରେ ପାର୍କ ବୁଲି ପ୍ରାକୃତିକ ପରିବେଶର ମଜା ନେଉଛନ୍ତି। ଜିଏ ମଧ୍ୟ ଏଠାକୁ ଆସିଛି ସେ ଏଠାରୁ ବିଦାୟ ନେବା ସମୟରେ କେବଳ ଏତିକି କହୁଛି ଆମେ କିନ୍ତୁ ଏଠାରେ ଖୁବ ମଜା ନେଲୁ ଆଉ ଆପଣମାନେ ମାନେ ମଧ୍ୟ ଏଠାକୁ ଆସନ୍ତୁ ଆଉ ମଜା ନିଅନ୍ତୁ।ଶେଷରେ ଗୋଟିଏ କଥା କହିବି ଆପଣ ମଧ୍ୟ ଏଠାକୁ ଆସି ଏହି ମନଲୋଭା ପର୍ଯ୍ୟଟନସ୍ଥଳୀରେ ପ୍ରାକୃତିକ ପରିବେଶର ମଜା ନିଅନ୍ତୁ।

 

Related posts

ପୁଅର ନିଶା ଛଡ଼ାଇ ଦେବେ କହି ହତ୍ୟା

Odisha Halchal

ଜମିବାଡ଼ିକୁ ନେଇ ମହାଭାରତ

Odisha Halchal

ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା ପରେ ୨୦ ଲକ୍ଷ ଲୁଟ୍‌

Odisha Halchal

Leave a Comment