ଓଡ଼ିଶା ଖବରନ୍ୟୁଜ୍

ସୀମାନ୍ତ ଆନ୍ଧ୍ରରୁ ଗିରଫ ହେଲେ ମାଓ ସମର୍ଥକ।

ସୀମାନ୍ତ ଆନ୍ଧ୍ରରୁ ଗିରଫ ହେଲେ ମାଓ ସମର୍ଥକ

ମାଲକାନଗିରି:- ଚିତ୍ରକୋଣ୍ଡା ବ୍ଲକ ସ୍ଵାଭିମାନ ଅଂଚଳର ଜାନବାଇ ଠାରେ ରହୁଥିବା ତପନ ସାହା ନାମକ ଜଣେ ଯୁବକ ୨୦୧୧ ମସିହାରେ ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନିଲକ୍ରିଷ୍ଣାଙ୍କୁ ମାଓବାଦୀଙ୍କ ଅପହରଣ ଘଟଣାରେ ସାମିଲ୍ ଥିବା ଜଣାପଡିଥିଲା ।

ପରବର୍ତି ସମୟରେ ପୋଲିସ ତପନକୁ ଗିରଫ କରିଥିଲା । ତେବେ ତପନ ଙ୍କ ନାମରେ କୋର୍ଟରୁ ଜାମିନରେ ଆସିବା ପରେ ସେ ଚିତ୍ରକୋଣ୍ଡା ଅଂଚଳରେ ମାଓବାଦୀଙ୍କ ନାଁ କହି ବିଭିନ୍ନ ସ୍ଥାନରେ ଲୋକଙ୍କୁ ଧମକ ଚମକ ଦେବା ସହ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା ।

ଅଭିଯୋଗକୁ ଭିତ୍ତି କରି ମାଲକାନଗିରି ଏସ୍ପି ନୀତିଶ ୱାଧବାନିଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଏସଡିପିଓ ଙ୍କ ନେତୃତ୍ଵରେ ଏକ ଟିମ୍ ଆନ୍ଧ୍ରପ୍ରଦେଶର ଗିଲିବନ୍ଧା ଗ୍ରାମରୁ ଆଜି ତପନକୁ ଗିରଫ କରି ମାଲକାନଗିରି ଆଣିଥିବା ଜଣାପଡିଛି। ତେବେ ଅଧିକ ତଥ୍ୟ ତପନ ପାଖରେ ମିଳିପାରେ ବୋଲି ଯାହା ଅନୁମାନ କରାଯାଉଛି ।

Related posts

ଫାଣ୍ଡି ଅଧିକାରୀ ଗଞ୍ଜେଇ ଚାଲାଣ କାରୀ ଙ୍କୁ ଛାଡ଼ିବା ହେଲା ମହଙ୍ଗା

Odisha Halchal

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କୁ ନେଇ ବଡ ଖବର ସାମ୍ନାକୁ ଆସିଛି

Odisha Halchal

ରାସ୍ତାକଡ଼ରେ ପଡ଼ିଥିବା ବସ୍ତାରୁ ବାହାରିଲା ଯୁବକଙ୍କ ମୃତଦେହ

Odisha Halchal

Leave a Comment