ଓଡ଼ିଶା ଖବରନ୍ୟୁଜ୍

ସ୍ଥାନୀୟ ଯୁବପିଢ଼ି ଙ୍କ ପକ୍ଷରୁ ଡଙ୍ଗରିଆ କନ୍ଧ ପ୍ରଥମ ପ୍ରଧ୍ୟାପକ ଙ୍କୁ ସମ୍ବର୍ଦ୍ଧନା

ସ୍ଥାନୀୟ ଯୁବପିଢ଼ି ଙ୍କ ପକ୍ଷରୁ ଡଙ୍ଗରିଆ କନ୍ଧ ପ୍ରଥମ ପ୍ରଧ୍ୟାପକ ଙ୍କୁ ସମ୍ବର୍ଦ୍ଧନା

ରାୟଗଡା :-(ରିପୋର୍ଟ:-ପ୍ରସାଦ ସାହୁକାର)ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ ନିୟମଗିରି ପାହାଡ ଉପରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ପରିବାର ରେ ନୂଆ କରି ଯାହା କି ପ୍ରଥମ ଥର ପାଇଁ ସେହି ଅଞ୍ଚଳରେ ପଦ୍ମ ଫୁଟିଛି,କଥା ଟି ଆପଣ ଙ୍କୁ କହିବା ପାଇଁ ଯାଉଛୁ ,

ରବିବାର ଦିନ ର ସକାଳ ସମୟରେ ନିୟମଗିରିରେ ଡଙ୍ଗରିଆ କନ୍ଧ ଆଦିବାସୀ ଯୁବକ ଯୁବତୀ ଏବଂ କିଛି ମହିଳା ମାନେ ଉପସ୍ଥିତ ରହି ପ୍ରଧ୍ୟାପକ ମୁକ୍ତେଶର ୱ।ଡାକା ଙ୍କୁ ଶୁଭେଚ୍ଛା ଜଣାଇବା ନିମନ୍ତେ କୁର୍ଲ୍ଲୀ ପଞ୍ଚାୟତ ର ଯୁବକ ମୁକ୍ତେଶ୍ଵର ଭୁବନେଶ୍ୱର ଠାରେ ଉଚ୍ଚ ଶିକ୍ଷା ଅଧ୍ୟୟନ କରିବା ତା ସହିତ ଭୁବନେଶ୍ୱର ଭଳି ମହାନଗର ରେ ପ୍ରଧ୍ୟାପକ ଭାବେ ନିଯୁକ୍ତି ପାଇବା ଡଙ୍ଗରିଆ କନ୍ଧ ମାନଙ୍କ ସମ୍ମାନ ବୃଦ୍ଧି କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ

ଡଙ୍ଗରିଆ କନ୍ଧମାନେ ସରକାରଙ୍କ ଉପରେ ବିଶ୍ୱାସ ରଖୁଥିବା ସମସ୍ତ ଯୁବପିଢୀ ନିକଟରେ ପହଞ୍ଚାଇବାର ନୂତନ ପ୍ରୟାସ ଦ୍ବାରା ଗାଁ ରେ ଉନ୍ନତି ଉପରେ ଆଗରେ ରହିବେ ବୋଲି ସୂଚନା ଦେଇଛନ୍ତି ପ୍ରଧ୍ୟାପକ ମୁକ୍ତେଶ୍ଵର ୱ।ଡେକା ,ରବିବାର ଦିନ ଭୋର ସମୟରେ ଚାଟିକଣା ସ୍ଥିତ ରେଳ ଷ୍ଟେସନରେ ପହଞ୍ଚି ନିଜ ମାଟି ରେ ପାଦ ଥାପି ସେ ପ୍ରଥମେ ତାଙ୍କର ଗୁରୁ ଜନ ମାନଙ୍କୁ ଆଶୀର୍ବାଦ ଗ୍ରହଣ କରି ସାରିବା ପରେ ଜନ୍ମ ଭୂମି ନିଜ ଗାଁ ଅଭିମୁଖେ ଯାତ୍ରା କରିଥିଲେ ।ଏହି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା ସମୟରେ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟର ଯୁବକ ଯୁବତୀ ମାନଙ୍କ ସମେତ ସୂର୍ଯ୍ୟ ନାରାୟଣ ପାଢ଼ୀ, ରମେଶ ଚନ୍ଦ୍ର ନାଲା, ନବଘନ, ଜନକ ବାଗ, ପ୍ରମୁଖ ଉପସ୍ଥିତ ଥିଲେ।

 

Related posts

ଭିକିଙ୍କ ସହ ବିଦେଶରେ ଛୁଟି କାଟୁଛନ୍ତି କ୍ୟାଟ୍ରିନା, ଗ୍ଲାମରସ୍‌ ଲୁକ୍‌ରେ ସେୟାର କଲେ ଫଟୋ

Odisha Halchal

ପିତାମାତାଙ୍କ ସ୍ମୃତିରେ ଶ୍ରୀମଦ ଭାଗବତ କଥା ମୃତ ପାରାୟଣ

Odisha Halchal

ଗରିବ ପୁଅଝିଅଙ୍କ ପାଠ ପାଇଁ ଖୋଲିଲା ସ୍କିମ

Odisha Halchal

Leave a Comment