ଦେଶ ବିଦେଶନ୍ୟୁଜ୍

ଆମେରିକାରେ ଭାରତୀୟ ଯବାନ ଦୌଡକୁଦରେ ରଚିଲେ ଇତିହାସ

ଆମେରିକାରେ ଭାରତୀୟ ଯବାନ ଦୌଡକୁଦରେ ରଚିଲେ ଇତିହାସ

ଭାରତର ଅବିନାଶ ସାବଲେ ୫୦୦୦ ମିଟର ଷ୍ଟିପଲିଚେଜ୍ ବା ଖାଲ ଡିଆଁ ରେସରେ ଆମେରିକାରେ ରେକର୍ଡ କରିଛନ୍ତି । ଖାଲଡିଆଁ ହେଉଛି ଏକ ପ୍ରକାର ଦୌଡକୁଦ ପ୍ରତିଯୋଗିତା । ସେ ୩୦ ବର୍ଷ ତଳର ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ମହାରାଷ୍ଟ୍ରର ୨୭ ବର୍ଷୀୟ ଅବିନାଶ ଆମେରିକାର ସେନ୍ ଜୁଆନ କ୍ୟାପିଷ୍ଟ୍ରାନୋରେ ସାଉଣ୍ଡ ରନିଂ ଟ୍ରାକ୍ ମିଟକୁ ୧୩.୨୫.୬୫ ମିନିଟରେ ଅତିକ୍ରମ କରି ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ସାବଲେ ଏହି ରେସରେ ଦ୍ୱାଦଶ ସ୍ଥାନରେ ରହିଥିଲେ । ତେବେ ଟୋକିଓ ଅଲମ୍ପିକରେ ସୁନା ଜିତିଥିବା ଜ୍ୟାକବ୍ ଇଂଗ୍ରିବ୍ରିଗସ୍ତେନ୍ ଚାମ୍ପିଅନ ହୋଇଥିଲେ । ସେ ୧୩.୦୨.୦୩ ସେକେଣ୍ଡରେ ରେସକୁ ପୂରା କରିଥିଲେ ।
ସାବଲେ ବାହାଦୁର ପ୍ରସାଦଙ୍କ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । ବାହାଦୁର ବର୍ମିଂହାମରେ ୧୩.୨୯.୭୦ ସେକେଣ୍ଡରେ ରେକର୍ଡ ପ୍ରତିଷ୍ଠା କରିଥିଲେ । ଯାହା ଏବେ ଭାଙ୍ଗିଛି । ଅବିନାଶ ଏବେ ଅନ୍ତର୍ଜାତୀୟ ଇଭେଣ୍ଟ ପ୍ରସ୍ତୁତି ପାଇଁ ଆମେରିକାରେ ଅଛନ୍ତି । ସେ ଭାରତୀୟ ସେନାର ଜଣେ ଯବାନ ଅଟନ୍ତି ଓ ତାଙ୍କ ଘର ମହାରାଷ୍ଟ୍ରର ବିଡ୍‌ରେ ଅଟେ ।

ସୂଚନାଯୋଗ୍ୟ, ଅବିନାଶଙ୍କ ନାମରେ ତିନି ହଜାର ମିଟର ଷ୍ଟିପଲିଚେଜରେ ଜାତୀୟ ରେକର୍ଡ ବି ରହିଛି । ସେ ଅନେକ ଥର ନିଜର ରେକର୍ଡ ଭାଙ୍ଗିଛନ୍ତି । ସେ ମାର୍ଚ୍ଚରେ ତିରଅନନ୍ତପୁରମରେ ଭାରତୀୟ ଗ୍ରାଁ ପ୍ରି-୨କୁ ୮.୧୬.୨୧ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ମଧ୍ୟ ରହିଥିଲେ ।

Related posts

ମାନସ ମର୍ଡର ମିଷ୍ଟ୍ରି, ଶର୍ମିଷ୍ଠାଙ୍କୁ ନେଇ ହେବ ସିନ୍ ରିକ୍ରିଏସନ୍

Odisha Halchal

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶଶକ୍ତିକରଣ ମନ୍ତ୍ରୀଙ୍କ ରାୟଗଡା ଗସ୍ତ

Odisha Halchal

ଖରିଆର ରୋଡ଼ ଏନ ଏ ସିରେ ବିକାଶ କାର୍ଯ୍ୟକ୍ରମ

Odisha Halchal

Leave a Comment