ଦେଶ ବିଦେଶନ୍ୟୁଜ୍

ରାଷ୍ଟ୍ରପତି ନିର୍ବାଚନରେ ସତ୍ୟେନ୍ଦ୍ର ଜୈନ ଓ ସନୀ ଦେଓଲ ସମେତ ୧୩ ସଦସ୍ୟ ଭୋଟ ଦେଲେନି

ରାଷ୍ଟ୍ରପତି ନିର୍ବାଚନରେ ସତ୍ୟେନ୍ଦ୍ର ଜୈନ ଓ ସନୀ ଦେଓଲ ସମେତ ୧୩ ସଦସ୍ୟ ଭୋଟ ଦେଲେନି

ଦେଶର ଆଗାମୀ ରାଷ୍ଟ୍ରପତି କିଏ ହେବେ, ଏହା ସୁନିଶ୍ଚିତ କରିବା ଲାଗି ସୋମବାର ସାଂସଦ ଓ ବିଧାୟକମାନେ ଭୋଟ ଦେଇଛନ୍ତି । ଦେଶର ୧୫ତମ ରାଷ୍ଟ୍ରପତି ଦୌଡ଼ରେ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓ ବିରୋଧୀ ଦଳ ପକ୍ଷରୁ ପୂର୍ବତନ ଅର୍ଥମନ୍ତ୍ରୀ ଯଶୱନ୍ତ ସିହ୍‌ନା ପଡ଼ିଆରେ ଅବତୀର୍ଣ୍ଣ ଅଛନ୍ତି । ନିର୍ବାଚନ ଫଳାଫଳ ୨୧ରେ ଆସିବ । ରେଜଲ୍ଟ ଯାହାବି ହେଉ, ନିର୍ବାଚିତ ରାଷ୍ଟ୍ରପତି ଜୁଲାଇ ୨୫ରେ ଶପଥ ଗ୍ରହଣ କରିବେ ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଭୋଟିଂ ଶେଷ ହୋଇଛି । ନିର୍ବାଚନ ଆୟୋଗଙ୍କ କହିବା ଅନୁସାରେ ମୋଟ ୪୮୦୯ ଭୋଟରୁ ୪୭୯୬ ଜଣ ସଦସ୍ୟ ଭୋଟ ଦେଇଛନ୍ତି । ଅର୍ଥାତ ମୋଟ ୧୩ ଜଣ ସଦସ୍ୟ ଭୋଟ ଦେଇ ନାହାନ୍ତି । ଏହାର ଅର୍ଥ ୯୯ ପ୍ରତିଶତ ଭୋଟିଂ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ଅନ୍ୟ ମନ୍ତ୍ରୀମାନେ ସଂସଦ ଭବନରେ ମତଦାନ କରିଥିଲେ ।

ତେବେ ଭୋଟ ଦେଇ ନଥିବା ସଦସ୍ୟମାନେ ହେଲେ ଅତୁଲ ସିଂହ (ଜେଲରେ ଅଛନ୍ତି), ସଂଜୟ ଧୋତରେ (ଆଇସିୟୁରେ), ସନୀ ଦେଓଲ (ଅପରେଶନ ପାଇଁ ବିଦେଶରେ), ଗଜାନନ କୀର୍ତିରାଜ, ହେମନ୍ତ ଗୋଡସେ, ଫଲଜୁର ରହମାନ, ସାଦିକ ମହମ୍ମଦ, ଇମିତ୍ୟାଜ ଜଲୀଲ, ହରିୟାଣାରୁ ଜେଜେପି ଏମଏଲରେ ନୈନା ଚୌତାଲା (ବିଦେଶରେ), ରାଜସ୍ଥାନରୁ ରାଜକୁମାର ରାଉତ (ଭାରତୀୟ ଟ୍ରାଇବାଲ ପାର୍ଟି), ରାଜସ୍ଥାନ କଂଗ୍ରେସରୁ ଭୱର ଲାଲ ଶର୍ମା, ଆମ ଆଦମୀ ପାର୍ଟିର ବିଧାୟକ ସତ୍ୟେନ୍ଦ୍ର ଜୈନ (ଜେଲରେ) ଆପର ସଦସ୍ୟ ହାଜୀ ୟୁନୁସ (ଦିଲ୍ଲୀ) ।

Related posts

ଆମ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Odisha Halchal

ଜନ୍ମଦାତା ସାଜିଲା ସୈତାନ, ୩ ଛୁଆଙ୍କୁ କୂଅକୁ ଫିଙ୍ଗି କଲା ହତ୍ୟା

Odisha Halchal

ଛତ୍ରପୁର ରେ ମା ଗଜଲକ୍ଷ୍ମୀ ଙ୍କ ପୂଜା ଧୂମଧାମ ରେ ପାଳିତ

Odisha Halchal

Leave a Comment