ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଦ୍ୟୁତ ଯୋଗାଣ ପାଇଁ ଲାଞ୍ଚ ନେଲେ କର୍ମଚାରୀ

ବିଦ୍ୟୁତ ଯୋଗାଣ ପାଇଁ ଲାଞ୍ଚ ନେଲେ କର୍ମଚାରୀ

ନୟାଗଡ଼ :- ଓଡଗାଁ ବ୍ଲକ ବାଣ୍ଠପୁର ପଂଚାୟତ ର ଗିରିଡିଆମ୍ବା ଗାଁ ରେ ଅପହଞ୍ଚ ବିଜୁଳି ବିଭାଗ l ବିଜୁଳି ଯୋଗାଣ ପାଇଁ ଗ୍ରାମବାସୀ ମାନେ ନେତା ମନ୍ତ୍ରୀ ଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ ସମସ୍ତଙ୍କୁ ଗୁହାରି କରି କରି ଥକି ଗଲେଣି କିନ୍ତୁ କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳି ପାରି ନାହିଁ l ସେହି ଗ୍ରାମ ଲୋକ ମାନେ କନ୍ଧ ସମ୍ପ୍ରଦାୟ ର ଅଟନ୍ତି l ଆଦିବାସୀ ସମ୍ପ୍ରଦାୟ ର ହୋଇଥିବାରୁ ଶିକ୍ଷା ଠାରୁ ଢେର ଦୂରରେ l

ସେଥିପାଇଁ କିଛି ନିଜ କୁ ପାଠୁଆ ବୋଲାଉଥିବା ଲୋକ ସେମାନଙ୍କୁ ଠକିବାକୁ ମଧ୍ୟ ପଛାଇ ନାହାନ୍ତି l ଦୁଇ ବର୍ଷ ତଳେ ବିଦୂତ ବିଭାଗ ର କର୍ମଚାରୀ ରାଜକିଶୋର ପାଣିଗ୍ରାହୀ ଗ୍ରlମବାସୀ ମାନଙ୍କ ପାଖକୁ ଆସି ବିଜୁଳି ଯୋଗାଇ ଦେବେ ବୋଲି କହିଥିଲେ l କିନ୍ତୁ ତା ବଦଳ ରେ ଦଶ ହଜାର ଟଙ୍କା ନେବେ ବୋଲି କହିଥିଲେ l ବିଜୁଳି ଗାଁ କୁ ଆସିବାର ଆଶା ଦେଖି ଗ୍ରାମବାସୀ ମାନେ ଚାନ୍ଦା ଆଦାୟ କରି ଦଶ ହଜାର ଟଙ୍କା ରାଜକିଶୋର ଙ୍କୁ ଦେଇଥିଲେ l

କିନ୍ତୁ ଦୁଇ ବର୍ଷ ହୋଇଗଲାଣି ବିଦୂତ ବିଭାଗ ଓ ରାଜକିଶୋର ଙ୍କ ପାଖକୁ ଦୌଡ଼ି ଦୌଡି କିଛି ଲାଭ ହେଲା ନାହିଁ l ଗ୍ରାମବାସୀ ଏ ସମ୍ପର୍କ ରେ ରାଜକିଶୋର ଙ୍କୁ ବାରମ୍ବାର ଜଣାଇବା ପରେ ସେ ଗ୍ରାମବାସୀ ମାନଙ୍କୁ ଅସଭ୍ୟ ଭାଷା ରେ ଗାଳି ଗୁଲଜ କରିବା ସହିତ କନ୍ଧ ପ୍ରଜାତି କହି ଅପମାନ କରିଛନ୍ତି l ଦଶ ହଜାର ଟଙ୍କା ନେଇଛି ବୋଲି କଣ ମୁଣ୍ଡ ବିକ୍ରି କରିଦେଇଛି ଏ କଥା ମଧ୍ୟ କହିଛନ୍ତି l ଏଥିପାଇଁ ଗ୍ରାମବାସୀ ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତିl ରାଜକିଶୋର ପାଣିଗ୍ରାହୀ ଙ୍କୁ ଚାକିରୀ ରୁ ବହିଷ୍କାର କରିବା ସହିତ ସମ୍ପୃକ୍ତ ଉପରସ୍ଥ କର୍ମଚାରୀ ଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି l

Related posts

ବିଶ୍ୱର ସବୁଠୁ ଲମ୍ବା କାର: ଅବତରଣ କରିପାରିବ ହେଲିକପ୍ଟର, ସୁଇମିଂ ପୁଲ ବି ରହିଛି

Odisha Halchal

ବିଗ୍‌ ବିଙ୍କ ନାତୁଣୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦି

Odisha Halchal

ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା !

Odisha Halchal

Leave a Comment