ଓଡ଼ିଶା ଖବରନ୍ୟୁଜ୍

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ

ଜି ଆର ଏସ ଙ୍କ ନାମରେ ସଂଘିନ ଅଭିଯୋଗ ଆଣିଲେ ସରପଞ୍ଚ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତ ରେ କାର୍ଯ୍ୟରତ ଥିବା ଗ୍ରାମ ରଜଗାର ସେଵକ ଜିଆରଏସ ଙ୍କ ବିରୁଦ୍ଧରେ ସମବାର ଦିନ ସମୟ ୧୧ ଘଣ୍ଟା ସମୟରେ ଏକ ଅଭିଯୋଗ ପତ୍ର ବିଡ଼ିଓ ଙ୍କୁ ପ୍ରଦାନ କରିଛନ୍ତି ସ୍ଥାନୀୟ ମାଝୀଗୁଡା ସରପଞ୍ଚ ରମାବତୀ ମାଝୀ। ସୂଚନା ଥାଉକି ଉକ୍ତ ଅଭିଯୋଗ ପତ୍ରରେ ଉଲେଖ କରାଯାଇଛି ଯେ ମାଝୀଗୁଡା ଜିଆରଏସ ଶିବନାରାୟଣ ସାହୁ (ମୁନ୍ନା) ପଂଚାୟତ ରେ ତାଙ୍କର ମନମୁଖୀ ଶାସନ ଚଳାଉଥିବା କହିଛନ୍ତି ।

ବିଦ୍ୟାଳୟ ରେ ପାଠ ଅଧ୍ୟୟନ କରୁଥିବା ଛାତ୍ର ଙ୍କ ନାମରେ ଜବକାର୍ଡ ତିଆରି କରି ନିଜେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଯୋଜନାରେ (ମନେରେଗା) ଯୋଜନା ରେ ହେଉଥିବା କାମ ଗୁଡିକ ନିଜେ ଠିକାଦାର ସାଜି କରୁଛନ୍ତିଓ ମୃତ ବ୍ୟକ୍ତି ମାନଙ୍କ ନାମରେଥିବା ଜୋଵ କାର୍ଡରେ ମଧ୍ୟ ଟଂକା ଉଠାଉଥିବା ଅଭିଯୋଗ ହେଉଛି। ଠିକ ସମୟରେ ପଂଚାୟତ ରେ ମଧ୍ୟ ଆସୁ ନାହାନ୍ତି କେବେ ଆସୁଛନ୍ତି ତ କେବେ ନାଇଁ ଏଣୁ ପଂଚାୟତ ର ଅନେକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି,ଏବଂ କେଉଁ କେଉଁ କାର୍ଯ୍ୟରେ କିଛି ଖଳ ପ୍ରକୃତି ର  ଠିକାଦାର ଙ୍କ ସହ ମିଶି ପଂଚାୟତ ର  ଉର୍ନୟନ କାର୍ଯ୍ୟ ଗୁଡିକ ନିଜେ କରୁଛନ୍ତି ତାହା ମଧ୍ୟ ନିମ୍ନମାନର।ଏଭଳି ଅନେକ ଅଭିଯୋଗ ନେଇଁ ଆଜି ପାପଡାହାଣ୍ଡି ବିଡ଼ିଓ ଙ୍କୁ ଶ୍ରୀମତୀ ରଞ୍ଜିତା ମଲ୍ଲିକ ଙ୍କୁ ସରପଞ୍ଚ ରାମଵତୀ ମାଝୀ ଦାବିପତ୍ର ଦେଇଥିଲେ।

ବି ଡ଼ି ଓ ଦାବିପତ୍ର ଟି ଗ୍ରହଣ କରି ଆସନ୍ତା କାଲି ଏହାର ବିଚାର କରିବାକୁ କହିଥିଲେ ବୋଲି ପ୍ରକାଶ କରିଛନ୍ତି । ସରପଞ୍ଚ, ଘଟଣା ର ଦଦନ୍ତ ଏବଂ ଦୋଷୀବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ସହିତ ମାଟିଗୁଡା ପଞ୍ଚାୟତ ରୁ ଵଦଳି କରିବାକୁ ଦାବି କରିଛନ୍ତି ମାଝୀଗୁଡା ସରପଞ୍ଚ ରମାବତୀ ମାଝୀ।, ସୂଚନାଥାଉକି ଉକ୍ତ ଦାବିପତ୍ର ର ନକଲ ମାନ୍ୟବର ବିଧାୟକ ଡାବୁଗାଁ ଶ୍ରୀଯୁକ୍ତ ମନୋହର ରନ୍ଧାରୀ, ସାଂସଦ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ,ଜିଲ୍ଲାପାଳ ନବରଙ୍ଗପୁର,ଉପଜିଲ୍ଲାପାଳ, ବ୍ଲକ ଅଧ୍ୟକ୍ଷା,ଜିଲ୍ଲାପରିଷଦ ଅଧକ୍ଷ, ମାନ୍ୟବର ପଂଚାୟତ ରାଜ ମନ୍ତ୍ରୀ, ଓ ଡ଼ି ପି ଓ ଙ୍କୁ ମଧ୍ୟ ପ୍ରଦାନ କରିଛନ୍ତି।

Related posts

ପ୍ରସିଦ୍ଧ ଝାମୁଯାତ୍ରା ଆସନ୍ତା 8 ରୁ ଆରମ୍ଭ

Odisha Halchal

ସବୁ ମନ୍ତ୍ରୀଙ୍କଠୁ ଇସ୍ତଫା ନେଲେ ନବୀନ, ରବିବାର ଶପଥ ନେବେ ନୂଆ ମନ୍ତ୍ରୀ

Odisha Halchal

ରେଲୱେ ଅଟୋଷ୍ଟାଣ୍ଡରୁ ଗଞ୍ଜେଇ ଚୋରା ଚାଲାଣ

Odisha Halchal

Leave a Comment