ଦେଶ ବିଦେଶନ୍ୟୁଜ୍

ବନ୍ଧୁକ ଧରିଲେ ଗୃହମନ୍ତ୍ରୀ ଅମିତ୍‌ ଶାହ

ବନ୍ଧୁକ ଧରିଲେ ଗୃହମନ୍ତ୍ରୀ ଅମିତ୍‌ ଶାହ

ବନ୍ଧୁକ ଧରିଲେ ଗୃହମନ୍ତ୍ରୀ ଅମିତ୍‌ ଶାହ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥାଇପାରେ  ଗୃହମନ୍ତ୍ରୀ ଅମିତ ଶାହ କାହିଁକି ବନ୍ଧୁକ ଧରିଲେ। ତେବେ ଘଟଣାଟି ହେଉଛି ଅମିତ ଶାହ ଏକ ପୁଲିସ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ବନ୍ଧୁକ ଉଠାଇ ପରୀକ୍ଷା କରୁଥିଲା ବେଳେ ଫଟୋଟି କ୍ୟାମେରାରେ କଏଦ ହୋଇଛି। ଏହି ଅବସରରେ ଅପରାଧିମାନଙ୍କୁ ଦମନ କରିବା ପାଇଁ ପୁଲିସକୁ ପାଠ ପଢ଼ାଇଛନ୍ତି ଅମିତ୍‌ ଶାହ। ପୁଲିସ ଆଗଭଳି ମାନ୍ଧାତା ଅମଳରେ ନରହି ନିଜକୁ ଅପଡେଟ୍ କରିବାକୁ ପଡ଼ିବ। ସେହିପରି ଅପରାଧୀମାନଙ୍କୁ ଧରିବା ପାଇଁ ପୁଲିସକୁ ଟେକ୍ନୋସେଭ୍‌ ହେବାକୁ ପଡ଼ିବ। ଅପରାଧୀଙ୍କଠାରୁ ପୁଲିକୁ ଦୁଇ ପାଦ ଆଗକୁ ବଢ଼ିବା ଜରୁରୀ। ଆଜି ମଧ୍ୟପ୍ରଦେଶରେ ପୁଲିସ ଅଧୁନିକୀକରଣ ବିଷୟ ଉପରେ କିଛି କୌଶଳ ଶିଖାଇଥିଲେ ଅମିତ ଶାହ।

ଗୃହମନ୍ତ୍ରୀ ଆଜି ୪୮ତମ ସର୍ବ ଭାରତୀୟ ପୁଲିସ ବିଜ୍ଞାନ କଂଗ୍ରେସକୁ ଉଦ୍‌ଘାଟନ କରିଥିଲା। ଅମିତ ଶାହ କହିଥିଲେ ଯେ, ବ୍ରିଟସ ବେଳର ଦଣ୍ଡିଭିତ୍ତିକ ପୁଲିସ ଯୁଗର ଅବସାନ ଘଟିଛି। ଅପରାଧୀମାନଙ୍କଠାରୁ ଦୁଇ ପାଦ ଆଗରେ ରହିବାକୁ ହେଲେ ପୁଲିସକୁ ଟେକ୍ନୋସେଭ ଅର୍ଥାତ ଆଧୁନିକ ଜ୍ଞାନ କୌଶଳକୁ ଆପଣେଇବାକୁ ପଡ଼ିବ। ସେହିପରି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ପୁଲିସର ଆଧୁନୀକି କରଣ ଜରୁରୀ।

ସେ କହିଛନ୍ତି ଯେ, ଗତ ୮ ବର୍ଷହେବ ମୋଦି ସକରାର ପ୍ରାୟ କାଶ୍ମର ପ୍ରସଙ୍ଗର ସମାଧାନ କରିଦେଇଛନ୍ତି। ସେହିପରି ମାଓବାଦୀ ସମସ୍ୟା, ଉତ୍ତରପୂର୍ବାଞ୍ଚଳରେ ନିଶାକାରବାର ମାମାଲା ମଧ୍ୟ ଏକପ୍ରକାର ଅନ୍ତ ଘଟିଛି । ଜମ୍ମୁ କଶ୍ମୀରିରରୁ ଧାରା ୩୭୦ ଉଚ୍ଛେଦ ପରେ ସେଠାରେ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରଦର୍ଶିତ ହୋଇଥିବା ପୁଲିସର ଅସ୍ତ୍ରାଗାରକୁ ବୁଲି ଦେଖିଥିଲେ ଅମିତ ଶାହ। ଏହି ସମୟରେ ଅମିତ ଶାହ ଏକ ବନ୍ଧୁକ ଉଠାଇ ପରୀକ୍ଷା କରିଥିଲେ। ଭୋପାଳରେ କେନ୍ଦ୍ରୀୟ ଏକାଡେମିରେ ଉପରୋକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମଧ୍ୟ ଯୋଗ ଦେଇ ଭାସଣ ଦେଇଥିଲେ।

Related posts

କଟକ ବିଡାନାସୀରେ ସିରିଜ୍ ଲୁଟ୍ ମାମଲା: ୪ ଅଭିଯୁକ୍ତ ଗିରଫ

Odisha Halchal

ପାଣି ପାଇଁ ରାସ୍ତା ରୋକ

Odisha Halchal

ବିଜେପି ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

Odisha Halchal

Leave a Comment