ଅପରାଧଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

ଠକେଇ ଅଭିଯୋଗରେ ଫସିଲେ ଅମିଶା

ଠକେଇ ଅଭିଯୋଗରେ ଫସିଲେ ଅମିଶା

ଅଡୁଆରେ ଅଭିନେତ୍ରୀ ଅମିଶା ପଟେଲ। ତାଙ୍କ ବିରୋଧରେ ଆସିଛି ଠକେଇ ଅଭିଯୋଗ। ଅମିଶା ଓ ତାଙ୍କ ବିଜନେସ ପାର୍ଟନର କୁନାଲ ଗୁମରଙ୍କ ବିରୋଧରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଉଭୟଙ୍କ ବିରୋଧରେ ୱାରେଣ୍ଟ ମଧ୍ୟ ଜାରି ହୋଇଛି। ଏହାପରେ ଏହି ମାମଲା ହାଇକୋର୍ଟରେ ପହଞ୍ଚିଥିବା କୁହାଯାଇଛି।

କୁହାଯାଉଛି ଯେ, ଫିଲ୍ମର ପ୍ରମୋସନ ଏବଂ ପବ୍ଲିସିଟି ପାଇଁ ଦୁହେଁ ରାଞ୍ଚିରେ ରହୁଥିବା ଫିଲ୍ମମେକର୍‌ ଅଜୟ କୁମାର ସିଂହଙ୍କ ଠାରୁ ୨ କୋଟି ୫୦ ଲକ୍ଷ ଟଙ୍କା ନେଇଥିଲେ। ଫିଲ୍ମ ପୂରା ହେବା ପରେ ସୁଧ ସମେତ ତାଙ୍କୁ ଟଙ୍କା ଫେରାଇବାର ଥିଲା। କିନ୍ତୁ ୨୦୧୩ରେ ଆରମ୍ଭ ହୋଇଥିବା ଫିଲ୍ମର ଶୁଟିଂ ପୂରଣ ହୋଇପାରୁନଥିଲା। ତେଣୁ ଅଜୟ ସିଂହ ଅମିଶା ଓ ତାଙ୍କ ପାର୍ଟନର୍‌ଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ। କିନ୍ତୁ ଅମିଶା ଟଙ୍କା ଫେରାଇବା ବଦଳରେ ଦିନ ଗଡାଇ ଚାଲିବା ସହ ନାନା ବାହାନା କରୁଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ହାଇକୋର୍ଟ ଯାଏଁ ମଧ୍ୟ କଥା ଯାଇଛି।

ଝାଡଖଣ୍ଡ ହାଇକୋର୍ଟର ଏହି ମାମଲାର ଶୁଣାଣି କରିଛନ୍ତି। ସମସ୍ତ ପକ୍ଷକୁ ଶୁଣିବା ପରେ ଅଦାଲତ ଉଭୟ ପକ୍ଷଙ୍କୁ ଲିଖିତ ରୂପେ ଜବାବ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଅମିଶା ଓ ଅଭିଯୋଗକାରୀଙ୍କୁ କୋର୍ଟ ଦୁଇ ସପ୍ତାହ ସମୟ ଦେଇଛନ୍ତି। ଏହାପୂର୍ବର ତଳ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଅଜୟ ମନଗଢ଼ା ଅଭିଯୋଗ ଲଗାଇଥିବା ଅମିଶା କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ’ ୫ ତାରିଖରେ ହେବ। ସେପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖାଯାଇଛି।

ଏହାପୂର୍ବରୁ ଏପ୍ରିଲ ୨୭ ତାରିଖରେ ଅମିଶା ପଟେଲଙ୍କ ନାଁରେ ଆଉ ଏକ ଠକେଇ ଅଭିଯୋଗ ସାମ୍ନାକୁ ଆସିଥିଲା। ଅମିଶାଙ୍କ ଏହି ମାମଲା ତାଙ୍କର ଏକ ଇଭେଣ୍ଟ ସହ ଜଡିତ ଥିଲା। ଜଣେ ଇଭେଣ୍ଟ ଅର୍ଗାନାଇଜର ଅମିଶାଙ୍କ ବିରୋଧରେ ଠକେଇ ଅଭିଯୋଗରେ ମାମଲା ରୁଜୁ କରିଥିବା କୁହାଯାଇଥିଲା। ଜଣେ ସାମାଜିକ କର୍ମୀ ଅମିଶା ପଟେଲଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ। ଅଭିଯୋଗ ଅନୁଯାୟୀ, ଅମିଶା ଶୋ’ ପାଇଁ ପ୍ରଚୁର ଫି’ ନେଇଥିଲେ। କିନ୍ତୁ ଏହା ବଦଳରେ ଏକ ଛୋଟ ପ୍ରଦର୍ଶନ କରିଥିଲେ ଏବଂ ଇଭେଣ୍ଟକୁ ଅଧାରୁ ହିଁ ଛାଡି ପଳାଇଥିଲେ।

ଏହି ଅଭିଯୋଗ ପରେ ଅମିଶା ସୋସିଆଲ ମିଡିଆ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟ କରିଥିଲେ। ସେ କହିଥିଲେ ଯେ ଏପ୍ରିଲ ୨୩ରେ ମଧ୍ୟପ୍ରଦେଶର ଖଣ୍ଡୱାଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେର ଥିଲା, ସେଠାରେ ତାଙ୍କର ପରଫରମାନ୍ସ ଥିଲା। କିନ୍ତୁ ସେଠାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜାଣି ସେ ଶୋ’ ଅଧାରୁ ଆସିବାକୁ ବାଧ୍ୟ ହୋଇଥିଲେ।

Related posts

ବାତ୍ୟା: ପୁରୀ ଠାରୁ ୭୪୦କିମି ଦୂରରେ ‘ଅସାନି’,

Odisha Halchal

ଏପ୍ରିଲ୍‌ ୨୮ରୁ ଯୁକ୍ତ ୨ ପରୀକ୍ଷା, ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା

Odisha Halchal

ଘରେ ପଶି ଜବରଦସ୍ତି ଯୁବତୀଙ୍କୁ ଦୁଷ୍କର୍ମ !

Odisha Halchal

Leave a Comment