ଓଡ଼ିଶା ଖବରନ୍ୟୁଜ୍

ମୁଁ ଚାହେଁ ତମର ବିକାଶ ହେଉ-ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ମୁଁ ଚାହେଁ ତମର ବିକାଶ ହେଉ-ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ

ଭୁବନେଶ୍ବର:- ଆଦିବାସୀ ପଡ଼ିଆରେ ଉଦଯାପିତ ହୋଇଯାଇଛି ୧୦ମ ସଂସ୍କରଣ ‘ସର୍ଗିଫୁଲ’ ।ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟ ନେଇ ଅନୁଷ୍ଠିତ ହୋଇଆସୁଥିବା ‘ସର୍ଗିଫୁଲ’ ମହୋତ୍ସବ । ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ।
‘ସର୍ଗିଫୁଲ’ ଶିଶୁ ମହୋତ୍ସବରେ ଶିଶୁଙ୍କୁ ସଫଳତାର ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଲେ, ପିଲାମାନେ ବଡ଼ ହେଲେ କଣ ହେବ? ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, ‘ସର୍ଗିଫୁଲ’ ମହୋତ୍ସବରେ ଯୋଗ ଦେଇ ମୁଁ ଖୁବ ଖୁସି। ଏବେ ରାଜ୍ୟରେ ୫ ଲକ୍ଷ ଆଦିବାସୀ ଛାତ୍ରଛାତ୍ରୀ ବିଭିନ୍ନ ଛାତ୍ରାବାସରେ ରହି ପଢ଼ୁଛନ୍ତି। ଡିସେମ୍ବର ୨୦୨୩ ସୁଦ୍ଧା ଆଉ ଶହେଟି ନୂଆ ହଷ୍ଟେଲ କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ମୁଁ ଜାଣେ ତମେମାନେ କାହାଠାରୁ କମ ନୁହଁ ।ତୁମେମାନେ ସଫଳତା ପାଇଁ ଉଦ୍ୟମ ଜାରି ରଖ। ମୁଁ ଚାହେଁ ତମର ବିକାଶ ହେଉ। ତୁମେ ମାନେ ଆଗକୁ ଜୀବନ ରେ ପ୍ରତିଷ୍ଠା ଲାଭ କର। ମୋର ଆଶୀର୍ବାଦ ତମ ସହ ରହିଛି।

ଏହି ଅବସରରେ ‘ସର୍ଗିଫୁଲ’ ସ୍ମରଣିକା ଉନ୍ମୋଚନ କରିଥିଲେ। ଏହାଛଡ଼ା ୧୦୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମଧ୍ୟ ଯୋଗ ଦେଇଥିଲେ। ସେ ଏହି ଅବସରରେ କହିଲେ, ଅନୁସୂଚିତ ଜନଜାତି ପିଲାମାନଙ୍କର ଦକ୍ଷତା ଓ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟ ସଫଳ ହୋଇଛି।

 

 

Related posts

ପାଞ୍ଚ ଶହ ଦିନରୁ ଅଧିକ ହୋଇଗଲାଣି ଧାରଣା,ନଜର ନାହିଁ ପ୍ରଶାସନର

Odisha Halchal

ହୋଡିଂକୁ କଲେ ହାଇଜାକ

Odisha Halchal

ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ଜୀବନକୁ ବାଜି ଲଗାଇ ପାଠ

Odisha Halchal

Leave a Comment