ନ୍ୟୁଜ୍

ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ,ଶବ ରଖି ରାସ୍ତା ଅବରୋଧ।

ଡାକ୍ତରଙ୍କ ଅବହେଳା ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ,ଶବ ରଖି ରାସ୍ତା ଅବରୋଧ।

ମାଲକାନଗିରି ତାରିଖ- ୦୪/୦୨/୨୦୨୨ ( ରିପୋର୍ଟ, କ୍ରିଷ୍ଣପଦୋ ରାୟ) ମାଲକାନଗିରି ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ଅଭାବନୀୟ ଘଟଣା ଘଟିଛି।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଙ୍କର ଅବହେଳା ଯୋଗୁଁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ଅଭିଯୋଗ ସହ, ହସ୍ପିଟାଲ ରେ ଉତ୍ତେଜନା ସୃଷ୍ଟି ହୋଇଛି ।

ଏପରିକି ଶବ ରଖି ରାସ୍ତାକୁ ଅବରୋଧ ମଧ୍ୟ କରାଯାଇଛି।ଘଟଣା ଅନୁଯାୟୀ ମାଲକାନଗିରି ବ୍ଲକର ତଣ୍ଡକି ପଞ୍ଚାୟତ ସଦର ମହକୁମାର ପୂର୍ଣ୍ଣ ଚନ୍ଦ୍ର ଦାସଙ୍କ ଦୁଇ ପୁଅ କାଳୁ ଦାସ(୮) ଏବଂ ସିପୁନ ଦାସ(୩) ଗତ ବୁଧବାର ରାତ୍ରିରେ ଅଚାନକ ଗୁରୁତର ହୋଇଯାଇଥିଲେ।ପରିବାର ଲୋକେ ତୁରନ୍ତ ମାଲକାନଗିରି ମେଡିକାଲକୁ ସେମାନଙ୍କୁ ଆଣିଥିଲେ।ତେବେ ଗୁରୁବାର ଦିନ ଡାକ୍ତର ଦେଖିବା ପରେ କିଛି କହିନଥିଲେ।ଠିକ ଥିବା କହି ଚିକିତ୍ସା କରିଥିଲେ।

କିନ୍ତୁ ଆଜି ହଠାତ କାଳୁ ଗୁରୁତର ହେବାରୁ ଡାକ୍ତର ତୁରନ୍ତ କୋରାପୁଟ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ।ପରିବାର ଲୋକେ କାଳୁକୁ ଅନ୍ୟ ହସ୍ପିଟାଲ କୁ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତ ହେଉଥିବା ବେଳେ, ତାର ମୃତ୍ୟୁ ହୋଇଯାଇଥିଲା।ସେହିପରି ସାନ ଭାଇ ସିପୁନ ମଧ୍ୟ ଏବେ ଗୁରୁତର ରହିଛି।ଡାକ୍ତର ସିପୁନକୁ ମଧ୍ୟ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଛନ୍ତି।ତେବେ ଡାକ୍ତରଙ୍କର ଅବହେଳା ଯୋଗୁଁ ହିଁ ପୁଅ କାଳୁର ମୃତ୍ୟୁ ହୋଇଥିବା ବାପା ଏବଂ ପରିବାର ଲୋକେ ଅଭିଯୋଗ କରି ଡାକ୍ତର ଙ୍କୁ ଉପରେ ବର୍ଷିଥିଲେ।

ଏଥିସହ ମେଡିକାଲ ରାସ୍ତାକୁ ସଂପୂର୍ଣ୍ଣ ଅବରୋଧ କରିବା ସହ ଡାକ୍ତରଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ତେବେ ଡାକ୍ତରଙ୍କ କହିବା ଅନୁସାରେ ଉଭୟ ପିଲା ବିଷଜନିତ ଖାଦ୍ୟ ଖାଇଥିବା ରୁ ଏଭଳି ଅବସ୍ଥା ହେବା ସହିତ ପେଟ ଫୁଲିଯାଇଥିଲା।ତେବେ ସେ ଗୁରୁବାର ଦିନ ଭଲ ଥିଲା, ଏବଂ ଆଜି ହଠାତ୍ ଦେହ ଖରାପ ହେବାରୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ କୁହାଯାଇଥିଲା।।

ତେବେ ଡାକ୍ତରମାନଙ୍କର ଚିକିତ୍ସାରେ ଅବହେଳା ଯୋଗୁଁ ହିଁ ପୁଅର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ଲୋକଙ୍କ ବୁଝାସୁଝା କରିବା ପରେ, ଅବରୋଧ ରୁ ଓହରି ଥିଲେ ପରିବାରବର୍ଗ।

Related posts

ପୋଲିସ ପକ୍ଷରୁ ଯାନବାହନ ଚେକିଂ କଡାକଡି

Odisha Halchal

ବ୍ଲକ ଘେରାଉ ଓ କାର୍ଯ୍ୟାାଳୟ ଭଙ୍ଗା ରୁଜା

Odisha Halchal

ଭଲ ପରୀକ୍ଷା ହେଲାନି ବୋଲି ହାରି ଦେଲେ ଜୀବନ

Odisha Halchal

Leave a Comment