ଓଡ଼ିଶା ଖବରନ୍ୟୁଜ୍

କାଳୀପୂଜା ପାଇଁ କଳସ ଯାତ୍ରା

କାଳୀପୂଜା ପାଇଁ କଳସ ଯାତ୍ରା

ସୁବର୍ଣ୍ଣପୁର:- (ରିପୋର୍ଟ:- ମଣ୍ଟୁମନ୍ତ୍ରା)ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡ଼ଖମାର ଠାରେ ୧୦ତମ ଶ୍ୟାମାକାଳୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନିକଟସ୍ଥ ପ୍ରେମ ସରୋବର ଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଗଙ୍ଗାମାତାଙ୍କୁ ଆବାହନ କରାଯାଇ ଏକ ଆଧ୍ୟାତ୍ମିକ ପରିବେଶରେ ପୂଜା କମିଟି ସଦସ୍ୟ ଓ ଗ୍ରାମବାସୀ ପୂର୍ଣ୍ଣ କଳସ ଧରି ନଗର ପରିକ୍ରମା ପୂର୍ବକ ପୂଜା ମଣ୍ଡପରେ ସ୍ଥାପନ କରିଥିଲେ ।

ଏଥିରେ ପୂଜକ ପଣ୍ଡିତ ସଦାନନ୍ଦ ଷଡ଼ଙ୍ଗୀ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ଗୈାରୀଶଙ୍କର ପାଣିଗ୍ରାହୀ ଓ ଧର୍ମପତ୍ନୀ ବୟନ୍ତୀ ଚାନ୍ଦ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ସୋମବାର ଠାରୁ ମାଁ କାଳୀଙ୍କ ପୂଜା ଆରମ୍ଭ ହେବା ସହ ପ୍ରତ୍ୟହ ସନ୍ଧ୍ୟାରେ ତ୍ରିପୁରାସୁର ରାଜ ଦରବାର ଅନୁଷ୍ଠିତ ହେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ମୀନା ବଜାର, ଚକ୍ର ଦୋଳି ତଥା ନୃତ୍ୟ ସଙ୍ଗୀତ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଦୋକାନ ବଜାର ମଧ୍ୟ ଆୟୋଜିତ ହୋଇଛି । ଗୋକୁଳାନନ୍ଦ ସାହୁ, ରହିମ ପଧାନ, କ୍ଷେତ୍ରପାଳ ପଧାନ, ଆଶିଷ ସାହୁ, କୁନୁ ଛନ୍ଦ, ମୁନା କର୍ମୀ, ଶ୍ରବଣ ସାହୁ, ମନୋଜ କର୍ମୀ, ସଞ୍ଜିବ ସାହୁ, ଦମୟନ୍ତୀ ସାହୁ ସହ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ ଏଥିରେ ସହଯୋଗ କରୁଥିବା ଜଣାପଡ଼ିଛି ।

Related posts

ଆଗାମୀ ୩ ଦିନରେ ବୃଦ୍ଧି ପାଇବ ତାପମାତ୍ରା,ରାଜ୍ୟବାସୀଙ୍କୁ ସତର୍କ କରାଇଲେ SRC

Odisha Halchal

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ବନ୍ଧାହେଲେ ଅବସର ପ୍ରାପ୍ତ ସେନା କର୍ମଚାରୀ

Odisha Halchal

ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଲେଖକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

Odisha Halchal

Leave a Comment