ଓଡ଼ିଶା ଖବରନ୍ୟୁଜ୍

ଅଜଣା ବ୍ୟକ୍ତି ଙ୍କ ସବ ଉଦ୍ଧାର

ଅଜଣା ବ୍ୟକ୍ତି ଙ୍କ ସବ ଉଦ୍ଧାର

ନୂଆପଡ଼ା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ବୋଡେ଼ନ ବ୍ଲକ ଅନ୍ତର୍ଗତ ଗୁରୁ ଡଙ୍ଗର ପାହାଡରେ ଆଜି ଏକ ଝୁଲନ୍ତା ଶବ ରହିଥିବା ଖବର ପାଇ ବୋଡେ଼ନ ପୁଲିସ ଘଟଣା ସ୍ଥଳକୁ ଯାଇ ଶବ ଉଦ୍ଧାର କରିଥିଲା।ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ଶବ ରହିଥିଲା।ଦୁଇ ତିନି ଦିନ ତଳେ ଉକ୍ତ ବ୍ୟକ୍ତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ତାଙ୍କ ବୟସ ୪୫ ବର୍ଷ ପର୍ଯ୍ୟନ୍ତ ହେବ ବୋଲି ପୁଲିସ କହିଥିବା ବେଳେ ପରିଚୟ ମିଳି ପାରି ନାହିଁ।ବୋଡେ଼ନ ଠାରୁ ଘଟଣା ସ୍ଥଳର ଦୂରତା ପାଞ୍ଚ କିଲୋମିଟର ହୋଇଥିବା ବେଳେ ଆଜି ପୂର୍ବାହ୍ଣ ନଅ ଘଟିକାରେ ଆଇ ଆଇ ସି ସୁଦର୍ଶନ ନାୟକଙ୍କ ନେତୃତ୍ୱରେ ପୁଲିସ ଦଳ ଓ ସମାଜସେବୀ ବିଜୟ ଦଣ୍ଡସେନା, ସୌଦାଗର ସାହୁ ପହଂଚି ଶବ ଉଦ୍ଧାର କରିଥିଲେ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଡାକ୍ତର ସଞ୍ଜୀବ ନାଏକ ଙ୍କ ତତ୍ତ୍ଵାବଧାନରେ ସେଠାରେ ପୋଷ୍ଟ ମର୍ଟମ କରାଯାଇଥିବା ବେଳେ ରାସ୍ତା ଅସୁବିଧା ହେତୁ ଆଇ ଆଇ ସି ଶ୍ରୀଯୁକ୍ତ ନାଏକ ଓ ଏସ ଆଇ ଗୌରୀ ଜାନୀ,କୁଳମଣି ବୋର୍ଦ୍ଦା,ସୁରଥ ମାଝୀ, କନେଷ୍ଟବଲ ସତ୍ୟ ନାଏକ ପ୍ରମୁଖ ଭାରରେ ବୋହି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଆଣିଥିଲେ।ପରେ ଆମ୍ବୁଲାନ୍ସ ଗାଡ଼ିରେ ବୋଡେ଼ନ ଅଣାଯାଇଥିଲା ଓ ପରିଚୟ ନ ମିଳିବାରୁ ଓ କେହି ଦାବିଦାର ନଥିବାରୁ ନୂଆପଡା କୁ ପଠା ଯାଇଥିଲା।ପୁଲିସ ମାମଲା ରୁଜ୍ଜୁ କରି ତଦନ୍ତ କରୁଥିବା ଆଇ ଆଇ ସି ସୂଚନା ଦେଇଛନ୍ତି।

Related posts

ହାତୀ ଘଉଡାଇବାରେ ବନ ବିଭାଗ ବିଫଳ

Odisha Halchal

ଗଞ୍ଜେଇରେ ଭର୍ତି ଗାଡ଼ି ଦୁର୍ଘଟଣାଗ୍ରସ୍ତ

Odisha Halchal

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

Odisha Halchal

Leave a Comment