ଓଡ଼ିଶା ଖବରନ୍ୟୁଜ୍

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା

ମାଲକାନଗିରି :-ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଳାପତାକା ଦେଖାଇଲେ ଯୁବ କଂଗ୍ରେସ ।ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶା ସରକାରଙ୍କ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୁଜାରୀ, ତେବେ ମନ୍ତ୍ରୀଙ୍କ ଗସ୍ତ କୁ ସିଧାସଳଖ ବିରୋଧ କରିବା ସହିତ ମନ୍ତ୍ରୀ ରୋହିତ ପୂଜାରୀଙ୍କୁ କଳା ପତାକା ଦେଖାଇଲେ ମାଲକାନଗିରି ଜିଲ୍ଲା ଯୁବ କଂଗ୍ରେସ କର୍ମୀ ।

ରୋହିତ ପୂଜାରୀଙ୍କ ଗାଡି ଯାଉଥିବା ସମୟରେ, ଗୋ ବ୍ୟାକ ଗୋ ବ୍ୟାକର ନାରା ଦେଇଥିଲେ କଂଗ୍ରେସ କର୍ମୀ ।ମାଲକାନଗିରି ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗ ଦେବା ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମାଲକାନଗିରି ପହଞ୍ଚି ଥିବା

ବେଳେ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଏଭଳି ପ୍ରତିବାଦ ଦେଖିବାକୁ ମିଳିଛି । ତେବେ ଏହି ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ କିମ୍ବା ବିଜେଡି ଦଳ କୌଣସି ପ୍ରତିକ୍ରିୟା ରଖିନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛନ୍ତି।

Related posts

ମଇଁଷି ଗୋଠକୁ ଧକ୍କା  ଦେଲା ମୋଟର ସାଇକେଲ

Odisha Halchal

ଠକେଇ ଅଭିଯୋଗରେ ଫସିଲେ ଅମିଶା

Odisha Halchal

ମାନସ ହତ୍ୟା ମାମଲା: ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ପୋଲିସ୍ ର ରେଡ଼୍‌

Odisha Halchal

Leave a Comment