ଓଡ଼ିଶା ଖବରନ୍ୟୁଜ୍

ଦରଦାମ୍‌ ବୃଦ୍ଧି ନେଇ ମୁହାଁମୁହିଁ

ଦରଦାମ୍‌ ବୃଦ୍ଧି ନେଇ ମୁହାଁମୁହିଁ

ଦରଦାମ ବୃଦ୍ଧି ନେଇ ରାଜନୀତି ସରଗରମ । ଦିଲ୍ଲୀଠୁ ପଲ୍ଲୀ ଯାଏଁ ସବୁଠି ହୋହାଲ୍ଲା ଓ ରାଜନୀତି । ଏହିପ୍ରରିପେକ୍ଷୀରେ ରାଜ୍ୟରେ ଶାସକ ଓ ବିରୋଧୀ ଦଳ ମୁହାଁମୁହିଁ ହୋଇଛନ୍ତି ।ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଦରଦାମ ବୃଦ୍ଧି ସାଧାରଣ ଜନତାକୁ ବାଧୁଛି । ଦର କେମିତି ନିୟନ୍ତ୍ରଣ କରାଯିବା ସେ ବିଷୟରେ କେନ୍ଦ୍ର ସରକାର ତୁରନ୍ତ ଚିନ୍ତା କରିବା ଦରକାର ।

ଅତ୍ୟଧିକ ଦରଦାମ ବୃଦ୍ଧି ପାଇଁ ଯେଉଁ ଅସାଧୁ ବ୍ୟବସାୟୀ ମାନେ ଲୋକମାନଙ୍କୁ ହଇରାଣ କରୁଛନ୍ତି । ତାଙ୍କ ଉପରେ କେମିତି ନିୟନ୍ତ୍ରଣ କରାଯିବ ସେ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି । ଖାଦ୍ୟ ଯୋଗାଣ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛି । ଜିଲ୍ଲାପାଳମାନଙ୍କୁ ଅବଗତ କରାଯାଇଛି । କିନ୍ତୁ ଏହା ଏକ ଜାତୀୟ ସମସ୍ୟା । ଦରଦାମ ବୃଦ୍ଧିର ବିଭିନ୍ନ କାରଣ ରହିଛି । ଏହାକୁ ରୋକା ଯାଇପାରିବ । କେନ୍ଦ୍ର ସରକାର ପଦକ୍ଷେପ ନେବା ଦରକାର ।

ସେପଟେ ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ସଂଘୀୟ ବ୍ୟବସ୍ଥାରେ ଦରଦାମ ନିୟନ୍ତ୍ରଣ କରିବା ରାଜ୍ୟ ସରକାରଙ୍କର ମଧ୍ୟ ଦାୟିତ୍ୱ। ତୈଳଦର ନିୟନ୍ତ୍ରଣ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ୱ। ହେଲେ ମୁଖ୍ୟତଃ ପରିବା ଦର, ଅଣ୍ଡା ଦର ଓ ମାଛ ଦର ନିୟନ୍ତ୍ରଣ କରିବା କରିବାରେ ରାଜ୍ୟ ସରକାରଙ୍କ ଦାୟିତ୍ୱ ରହିଛି । କିନ୍ତୁ ରାଜ୍ୟ ସରକାର ଏଥିରେ ଫେଲ ହୋଇଛନ୍ତି । ବର୍ତ୍ତମାନ ସମୟରେ ୟୁରୋପୀୟ ଦେଶ ମଧ୍ୟ ଦରଦାମ ନିୟନ୍ତ୍ରଣ କରିପାରୁନାହାନ୍ତି। ଏବେ ଦେଶର ସ୍ଥିତି ଭଲ ଅଛି । ଅନ୍ୟ ଉପରେ ଦୋଷ ଦେବା ଛାଡି ନିଜ କାମ ପ୍ରଥମେ କରନ୍ତୁ ରାଜ୍ୟ ସରକାର ।

Related posts

୧୫୬ କିଲୋଗ୍ରାମ ଗଞ୍ଜେଇ ଜବତ

Odisha Halchal

70 ପରିବାର ଙ୍କ ଭରସା ସାଜିଛି ବାଉଁଶ ପୋଲ

Odisha Halchal

ଯାଜପୁର ର ବିଷୁବ ଉତ୍ସବ ଅନୁଷ୍ଠିତ

Odisha Halchal

Leave a Comment