ଓଡ଼ିଶା ଖବରନ୍ୟୁଜ୍

ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

ନବରଙ୍ଗପୁର :-(ରିପୋର୍ଟ :-ପ୍ରଶାନ୍ତ କୁମାର ସାହୁ )ଭାରତର ଲୌହ ମାନବ ସର୍ଦାର ବଲଭ ଭାଇ ପଟେଲ ଙ୍କ ସ୍ମୃତି ଉଧେଶ୍ୟ ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗତ 31 ଅକ୍ଟୋବର ଠାରୁ 6 ନଭେମ୍ବର ଯାଏ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରା ଯାଉଛି l ଆଜି ଦୁର୍ନୀତି ନିବାରଣ ସପ୍ତାହ ଉଧେଶ୍ୟ ରେ ସ୍କୁଲ କଲେଜ ଛାତ୍ରଛାତ୍ରୀ ଜିଲ୍ଲାର ର ବିଭିନ ବିଭାଗ ର ଅଧିକାରୀ ଆଇନ ଯିବି ଓ ଜିଲ୍ଲା ପ୍ରଶାସନ ର ସହଯୋଗ ରେ ଏକ ରାଲି ଏକ୍ସ ବୋର୍ଡ଼ ସ୍କୁଲ ରୁ ବାହାରି ସହର ପରିକ୍ରମା କରି ମିଶନ ଶକ୍ତି ସଭାଗୃହ ଠାରେ ପହଞ୍ଚିଥିଲା l

ଏଠାରେ ଜିଲ୍ଲାପାଳ ଙ୍କ ଅଧକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ସଭା ର ମୁଖ୍ୟ ପ୍ରସଙ୍ଗ ଥିଲା ‘ ଏକ ବିକଶିତ ରାଷ୍ଟ୍ର ପାଇଁ ଦୁର୍ନୀତି ମୁକ୍ତ ଭାରତ ‘ l ଏହି ପ୍ରସଙ୍ଗ ଉପରେ 1947 ଠାରୁ ଆରମ୍ଭ କରି ଆଜି ଯାଏ ହେଉଥିବା ସମସ୍ତ କାର୍ଯ୍ୟକଳାପ ର ବିଶେଷ ବିବରଣୀ ରଖିଥିଲେ ଜିଲ୍ଲା ଆଇନ ସଙ୍ଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀ ପରେ ମୁଖ୍ୟ ବକ୍ତା ଭାବେ ପ୍ରାଞ୍ଜଳ ଭାବେ ଦୁର୍ନୀତି ବିଷୟରେ ବ୍ୟାଖ୍ୟା କରିଥିଲେ ଡ଼. ବିଜୟ ମିଶ୍ର l ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲାପାଳ ମଧ୍ୟ ନିଜ ନିଜ ବକ୍ତବ୍ୟ ରଖି ଆଜି ଉପସ୍ଥିତ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ l

ହେଲେ କଥା ଉଠୁଛି ଯେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜିଲ୍ଲା ର ବଡ଼ବଡ଼ ପଦ ପଦବୀ ରେ ଥିବା ଲୋକ ଠାରୁ ଆରମ୍ଭ କରି ତଳ ସ୍ତର କର୍ମଚାରୀ ଯାଏଁ ସମସ୍ତେ ଶପଥ ନେଉଥିବା ବେଳେ ଦୁର୍ନୀତି କିନ୍ତୁ କମିବାରେ ନା ନେଉନାହିଁ l ଯଦି ପ୍ରାଥମିକ ସ୍ତର ରୁ ଦୁର୍ନୀତି କୁ ବିରୋଧ କରାଯାଇ ପାରନ୍ତା ତାହେଲେ ଆମ ସମାଜ କଳୁଷିତ ହେବା ରୁ ବଞ୍ଚି ଯାଇଥାନ୍ତା l ଆଜିର ଅପରାଧୀ ପୋଲିସ ର ଗୋଟିଏ ପାଦ ଆଗରେ ତେଣୁ ସରକାରୀ ସ୍ତରରେ ଯଦି କଡା ପଦକ୍ଷେପ ଗ୍ରହଣ କରି ପାରିଲେ ଦୁର୍ନୀତି କୁ ରୋକିବାରେ ସକ୍ଷମ ହୋଇ ପାରନ୍ତେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l

Related posts

କମିଶନରେଟ୍ ପୋଲିସ କବ୍‌ଜାରେ ଭାଇ ଗ୍ୟାଙ୍ଗ୍, ୭ ସଦସ୍ୟ ଗିରଫ

Odisha Halchal

ଭିଜିଲାନ୍ସ ପଞ୍ଝାରେ ପ୍ରାଣୀଧନ ନିରୀକ୍ଷକ, ଏକାସାଙ୍ଗେ ୯ଟି ସ୍ଥାନରେ ଚାଲିଛି ଚଢାଉ

Odisha Halchal

ଗଞ୍ଜେଇ ଚାଲାଣକାରୀ କନେଷ୍ଟବଳଙ୍କୁ ୧୦ବର୍ଷ କାରାଦଣ୍ଡ

Odisha Halchal

Leave a Comment