ଓଡ଼ିଶା ଖବରନ୍ୟୁଜ୍

ହୋଡିଂକୁ କଲେ ହାଇଜାକ

ହୋଡିଂକୁ କଲେ ହାଇଜାକ

କେନ୍ଦ୍ରାପଡା :-ରିପୋର୍ଟ :-(ଶଶିଭୂଷଣ ରାଉତ/ଜନ୍ମଜେୟ ବିଶ୍ଵାଳ)ହୋଡିଂକୁ ନେଇ ନିର୍ବାଚନ ବେଳେ ବିଭିନ୍ନ ସମସ୍ୟା ଉପୁଜେ କିନ୍ତୁ ବର୍ତ୍ତମାନ ମଧ୍ୟ ସେହି ହୀନ ମାନସିକତା ଲାଗିରହିଛି। ଏମିତି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ହେଡକ୍ଵାଟରରେ। ଘଟଣାରୁ ପ୍ରକାଶ ବିଲବୋଡ ଏଜେନ୍ସି ଲଗାଇଥିବା କେନ୍ଦ୍ର ସରକାରଙ୍କ ପାଇଲଟ ପ୍ରୋଜେକ୍ଟ ସୌଭାଗ୍ୟ ଯୋଜନା କୁ ଉଠାଇ ସ୍ଥାନୀୟ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଙ୍କ ହୋଡିଂ ଲଗାଇବା ଘଟଣା କୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ଘଟଣାକୁ ନେଇ ଯୁବବିଜେପି କର୍ମୀ ବିଶ୍ଵଜିତ ପ୍ରଧାନ ବିରୋଧ କରିବାରୁ ସରକାରୀଦଳ ର ସମର୍ଥକ ମାନେ ମାଡମାରୀ ଓଲଟା ଥାନା ରେ ଅଭିଯୋଗ କରିଥିଲେ।ମାତ୍ର ମହାକାଳପଡ଼ା ବିଜେପି ର ପୋଡାଗଲୁ କିଛି ନ ଥିଲା। କିନ୍ତୁ ମୋଦିଜୀ ଙ୍କ ପାଇଲଟ ପ୍ରୋଜେକ୍ଟ ସୌଭାଗ୍ୟ ଯୋଜନା କୁ ହାଇଜାକ କରାଯାଉଛି।

ବିଜେପି ର ଶୃଙ୍ଖଳିତ କର୍ମୀ ହିସାବରେ ଡଃ ସୌଭାଗ୍ୟ ପରିଡ଼ା ସମସ୍ତ ତଥ୍ୟ ସଂଗ୍ରହ କରି ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀଙ୍କୁ ବିଜେଡି ବିଧାୟକ ଙ୍କ ହୋଡିଂ ଉଠାଇବା ପାଇଁ ୨୦ନମ୍ଵର ମଣ୍ଡଳ ସଭାପତି ପ୍ରକାଶ ପ୍ରଧାନ ଙ୍କ ସମେତ ଶହ ଶହ ବିଜେପି କର୍ମୀ ଙ୍କୁ ଧରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଉଭୟ ତହସିଲଦାର ଓ ଥାନା ଅଧିକାରୀ ତଦନ୍ତ କରି ଏହାର ପ୍ରତିକାର କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହୋଡିଂକୁ ନେଇ ରାଜନୀତି ର ପାଣିପାଗ କୁଆଡ଼େ ଯାଉଛି ଦେଖିବାକୁ ବାକି ରହିଲା।

Related posts

O.U.J ସଭାପତି ପ୍ରସନ୍ନ ମହାନ୍ତିଙ୍କ ସହିତ N.D.U.J ସାମ୍ବାଦିକଙ୍କ ଏକ ସାଧାରଣ ବୈଠକ

Odisha Halchal

ଗ୍ରାମୀଣ ବିକାଶ ପାଇଁ ଗଣ ମାଧ୍ୟମର ଭୂମିକା ଗୁରୁତ୍ଵ ପୂର୍ଣ୍ଣ

Odisha Halchal

ତହସିଲଦାର ହେଲେ ହଟହଟା

Odisha Halchal

Leave a Comment