ଓଡ଼ିଶା ଖବରଜୀବନଚର୍ଯ୍ୟା

ବର୍ଜ୍ୟ ବସ୍ତୁରୁ ନିଜ ହାତର ଯାଦୁଗରୀରେ ଆଖି ଝଲସିଲା ଭଳି ଜିନିଷ

ଦୃଢ଼ ଇଛା ଶକ୍ତି ଓ ଅଦମ୍ୟ ଚେଷ୍ଠା ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ! ବର୍ଜ୍ୟ ବସ୍ତୁରୁ ନିଜ ହାତର ଯାଦୁଗରୀରେ ଆଖି ଝଲସିଲା ଭଳି ଜିନିଷ ତିଆରି କରି ଦେଖାଇଛନ୍ତି ସୁଶାନ୍ତ ! ଛଣକୁ କାଟି ପେପର ସହ ଅଠାମାରି ଛଣକୁ ଛଣ ଯୋଡି ତିଆରି ହୋଇଛି ଆଖି ଲେଖିଲା ଭଳିଆ ସମ୍ବିଧାନର ମନ୍ଦିର ଓଡିଶାର ବିଧାନ ସୌଧ ଖାଲି ଏତିକି ନୁହେଁ କାରିଗରୀ ପୁର୍ଣ ପାଞ୍ଚ ମହଲା ବିଶିଷ୍ଟ ଘର, ପେନ ଷ୍ଟାଣ୍ଡ, ସୋଫା ସେଟ ଭଳିକି ଭଳି କାରୁକାର୍ଯ୍ୟ ପୂର୍ଣ୍ଣ ଅନେକ ଯାଦୁଗରୀ ସାମଗ୍ରୀ ତିଆରି କରୁଛନ୍ତି କଟକ ଜିଲ୍ଲା ମାହାଙ୍ଗା ଯଇପୁର ଅଂଚଳର ସୁଶାନ୍ତ ବେହେରା!

ଇଏ ହେଉଛି ଛଣ ଆଉ ମଇଦା ଅଠାରେ ତିଆରି ପବିତ୍ର ସମ୍ବିଧାନର ମନ୍ଦିର ଓଡ଼ିଶାର ବିଧାନ ସୌଧର ଅବିକଳ ନକଲ! ବିଧାନ ସୌଧକୁ ତନ ତନ କରି ବୁଝି ନିଖୁଣ ରୂପ ଦେଇ ଏବେସେ ସବୁ ପିଢ଼ିର ଆଦର୍ଶ ପାଲଟିଛନ୍ତି! ବିଧାନ ସୌଧର ଆଗରେ ଥିବା ଗଜପତି କୃଷ୍ଣଚନ୍ଦ୍ର ମହାତ୍ମା ଗାନ୍ଧୀ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତି, ବିଧାନ ସୌଧର ମୁଖ୍ୟ ଫାଟକ, ପାହାଚ, ଝରକା, ସୁରକ୍ଷା କର୍ମଚାରୀ, ଅଶୋକ ସ୍ତମ୍ଭ ସହ ଲେଖାଥିବା ବିଧାନ ସୌଧ, ତିନି ମହଲା ବିଶିଷ୍ଟ ବିଧାନ ସୌଧର ଗୃହ ଆଉ ତା ଆଗରେ ଥିବା ପୁଟିକ, ପାର୍କ, ଓଡିଶା ସରକାରଙ୍କ ଲୋଗୋ, ବିଧାନ ସୌଧ ଆଗରେ ରାସ୍ତା, ରାସ୍ତାରେ କାର ଏବଂ ଅଧିକାରୀ!

ଛଣ ଅତି ନମନୀୟ ହୋଇଥିବା ବେଳେ ଏହାକୁ ବୋହୁତ ନିଷ୍ଠା ଏବଂ ଧର୍ଯ୍ୟର ସହ ତିଆରି କରିଥିବା ବିଧାନ ସୌଧର ଅବିକଳ ନକଲକୁ ତୁଳି ସାହାଯ୍ୟରେ ଟଚଉଡ ମାରି ଶେଷ ସ୍ପର୍ଶ ଦେଉଛନ୍ତି କାରିଗର! ମନରେ ଆଶା ଅନେକ ବୋହୁତ କିଛି କରିବାର ଲକ୍ଷ ରଖିଛନ୍ତି ସୁଶାନ୍ତ ହେଲେ ଏଠି ଅର୍ଥ ସାଜିଛି ବାଧକ! ସେ ତିଆରି କରିଛନ୍ତି ଅନେକ ଆଖି ଝଲସିଲା ଭଳି ଜିନିଷ ଆଉ ବେସ ସାଉଁଟିଛନ୍ତି ପ୍ରଶଂସା! ଏବେ ମନରେ ଦମ୍ଭ ବାନ୍ଧିଛନ୍ତି ଯଦି ସରକାରୀ ସହାୟତା ମିଳେ ଆଗାମୀ ଦିନରେ ଭାରତର ସବୁ ପ୍ରତିଷ୍ଠିତ ବିଭିନ୍ନ କାର୍ଯ୍ୟାଳୟ ଏବଂ କାରୁକାର୍ଯ୍ୟ ଭରା ମନ୍ଦିରର ଅବିକଳ ନକଲ ନିର୍ମାଣ କରି ସଂଗ୍ରହାଳୟକୁ ଦେବା ପାଇଁ! ଏବେ ନିର୍ମାଣ କରିଥିବା ବିଧାନ ସୌଧକୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦେବା ପାଇଁ ମନସ୍ତ କରିଛନ୍ତି ସୁଶାନ୍ତ!

ଏବେ ଅପେକ୍ଷା ସରକାରୀ ସହାୟତାକୁ! ଦେଖିବାକୁ ବାକିରହିଲା କେବେ ମିଳୁଛି ସୁଶାନ୍ତଙ୍କୁ ଆଗକୁ ବଢିବାକୁ ସରକାରଙ୍କ ସହାୟତା!

 

Related posts

ଜମିବାଡ଼ିକୁ କେନ୍ଦ୍ର କରି ଆକ୍ରମଣ, ସାନଭାଇର ଛୁରାମାଡ଼ରେ ବଡ଼ଭାଇ ମୃତ

Odisha Halchal

ସ୍କୁଲ ଛାତ ରୁ ପଡି ଛାତ୍ର ମୃତ

Odisha Halchal

ରାଜଧାନୀରେ ଜଘନ୍ୟ କାଣ୍ଡ: ଇଟାରେ ଛେଚି ହତ୍ୟା ପରେ ପୋତିଦେଲେ ଦୁର୍ବୃତ୍ତ

Odisha Halchal

Leave a Comment