ଓଡ଼ିଶା ଖବରନ୍ୟୁଜ୍

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ

ନବରଙ୍ଗପୁର:- ଜିଲ୍ଲାରେ ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଦୀର୍ଘ ୪ କିଲୋମିଟର ରୁ ଉର୍ଦ୍ଧ୍ବ ଖଟିଆରେ ଗର୍ଭବତୀ ବୂହା ହୋଈ ଆମ୍ବୁଲାନ୍ସ ନିକଟକୁ ଆଣିଥିବା ଘଟଣା ସାମନାକୁ ଆସିଛି ।ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ର ସର୍ଗିପାଣି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ ।

ରାସ୍ତା ଖରାପ ଥିବାରୁ ଗାଁକୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ସର୍ଗିପାଣି ଗାଁର ନବୀନ ସାନ୍ତା ଙ୍କ ସ୍ତ୍ରୀ ସସ୍ମିତା ସାନ୍ତା ଙ୍କ ସକାଳ ୫ ଘଣ୍ଟା ସମୟରେ ପ୍ରସବ ଯନ୍ତ୍ରଣା ହେବାରୁ ମେଡିକାଲ କୁ ନେବା ପାଇଁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଗର୍ଭବତୀ ଙ୍କୁ ଆଣିବା କୁ ଯାଇ ଗାଁ ରେ ପହଞ୍ଚି ନପାରି ଦୀର୍ଘ ୪ କିଲୋମିଟର ଦୂର ଫୁଲଝରି ନିକଟରେ ଅଟକି ରହିଥିଲା ।

ପରେ ପରିବାର ଏବଂ ଗ୍ରାମବାସୀ ସସ୍ମିତା ଙ୍କୁ ଏକ ଖଟିଆ ସାହାଯ୍ୟ ରେ ବହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଝରିଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ବର୍ତ୍ତି କରିଥିଲେ ।ତେବେ ସୁସ୍ମିତା ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି ।

Related posts

ବୈତରଣୀ ନଦୀ ପଠାରୁ ମିଳିଲା ନବଜାତ ଶିଶୁପୁତ୍ର

Odisha Halchal

” ଜଙ୍ଗଲ ସୁରକ୍ଷା ଓ ପରିଚାଳନା” ବିଷୟ ଉପରେ ଆଲୋଚନା

Odisha Halchal

ବରଗଡ଼ରେ ଡବଲ୍ ମର୍ଡ଼ର, ପାରିବାରିକ କଳହରୁ ବାପା ଓ ପୁଅଙ୍କୁ କଟୁରୀରେ ହାଣିଲେ ୨ ସମ୍ପର୍କୀୟ

Odisha Halchal

Leave a Comment