ଦେଶ ବିଦେଶନ୍ୟୁଜ୍

ସୁପ୍ରିମକୋର୍ଟରେ ନୋଟ୍ ବନ୍ଦୀ ମାମଲାରେ ଶୁଣାଣି

ସୁପ୍ରିମକୋର୍ଟରେ ନୋଟ୍ ବନ୍ଦୀ ମାମଲାରେ ଶୁଣାଣି

୨୦୧୬ରେ ହୋଇଥିବା ବିମୁଦ୍ରାକରଣ ମାମଲା ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ସମ୍ବିଧାନ ଖଣ୍ଡପୀଠ ମନ୍ତବ୍ୟ ଦେଇ କହିଛନ୍ତୁି ଯେ, ସରକାରଙ୍କ ନୀତିଗତ ନିଷ୍ପତିର ନ୍ୟାୟିକ ସମିକ୍ଷାକୁ ନେଇ କୋର୍ଟ ନିଜର “ଲକ୍ଷ୍ମଣ ରେଖା’ ବିଷୟରେ ଅବଗତ ଅଛନ୍ତି। କିନ୍ତୁ କୋର୍ଟ ବିମୁଦ୍ରାକରଣର ସମିକ୍ଷା ନିଶ୍ଚୟ କରିବେ। ଯାହା ଦ୍ୱାରା ନୋଟବନ୍ଦୀର ସାମ୍ବିଧାନିକ ବୈଧତା ବିଷୟରେ ଜଣାପଡିବ। ୨୦୧୬ରେ କେନ୍ଦ୍ର ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ଉପରେ ପ୍ରତିବନ୍ଧକ ଲଗାଇଥିଲେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ବିରୁଦ୍ଧରେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲା ଦାୟର ହୋଇଥିଲା।

ଜଷ୍ଟିସ ବିବି. ନଗରତ୍ନା, ବିଆର. ଗବାଇ, ଏଏସ୍ ବୋପାନ୍ନା, ବି. ରାମସୁବ୍ରମଣ୍ୟମ ଏବଂ ଜଷ୍ଟିସ ଅବଦୁଲ ନଜିରଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି। ଏହି ମାମଲାର ଶୁଣାଣି ଆସନ୍ତା ନବେମ୍ବର ୯ ତାରିଖକୁ ଧାର୍ଯ୍ୟ କରାଯାଇଛି। ନୋଟବନ୍ଦି ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କକୁ ବିସ୍ତୃତ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ଏହାର ଉତ୍ତରରେ ଆଟର୍ଣ୍ଣି ଜେନେରାଲ ଆର. ବେଙ୍କେଟରମଣୀ କହିଛନ୍ତି ଯେ, ଏହି ମାମଲାରେ ଯେପର୍ଯ୍ୟନ୍ତ ଉଚିତ୍ ଆକ୍ଟ ଅନୁଯାୟୀ ଚ୍ୟାଲେଞ୍ଜ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ଏହାକୁ ସରକାରଙ୍କ ବିଭାଗୀୟ ନିଷ୍ପତି ବୋଲି ଧରାଯାଉ।

ତେବେ ଦେଶରେ ଅର୍ଥନୀତି ପାଇଁ କ୍ଷତିକାରକ ଅର୍ଥର ବେଆଇନ ସ୍ଥାନାନ୍ତର ଯାଞ୍ଚ ପାଇଁ ୧୯୭୮ ରେ ବିମୁଦ୍ରୀକରଣ ଆଇନ ବଳରେ ନୋଟଗୁଡିକର ବିମୁଦ୍ରୀକରଣ କରାଯାଇଥିଲା ବୋଲି ସେ କହିଥିଲେ।
ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ନିଷ୍ପତିକୁ ବୈଧ କିମ୍ବା ଭିତ୍ତିହୀନ ବୋଲି ଘୋଷଣା କରିବାକୁ ହେଲେ ଉଭୟ ପକ୍ଷ ଏଥିରେ ସହମତ ନ ଥିବାରୁ ଏହାର ଅନୁସନ୍ଧାନ କରିବା ଆବଶ୍ୟକ। କୋର୍ଟ କହିଛନ୍ତି ଯେ ଏହି ସମସ୍ୟାର ଉତ୍ତର ଦେବାକୁ ହେଲେ ଆମକୁ ଶୁଣାଣି କରିବାକୁ ପଡିବ।

Related posts

ଭଗ୍ନ ଅବସ୍ଥାରେ ବାବା ସୁବର୍ଣ୍ଣ ସମ୍ଭୁ ଙ୍କ ମନ୍ଦିର

Odisha Halchal

ଲେଡି ବ୍ଲାକମେଲରକୁ ନେଇ ଓଡ଼ିଶାରେ ହଇଚଇ: ଏପରି ପ୍ରତିିକ୍ରିୟା ଦେଲେ ଅର୍ଚ୍ଚନାଙ୍କ ଓକିଲ

Odisha Halchal

ମରିବୁ ପଛେ ଛାଡ଼ିବୁ ନାହିଁ

Odisha Halchal

Leave a Comment