ଅପରାଧଓଡ଼ିଶା ଖବରନ୍ୟୁଜ୍

ଠିକାଦାର ଓ ଯନ୍ତ୍ରୀଙ୍କର ମଧୁ ଚନ୍ଦ୍ରିକାରେ ସାଧାରଣ ଜନତା ହନ୍ତସନ୍ତ

ଠିକାଦାର ଓ ଯନ୍ତ୍ରୀଙ୍କର ମଧୁ ଚନ୍ଦ୍ରିକାରେ ସାଧାରଣ ଜନତା ହନ୍ତସନ୍ତ

ମାଲକାନଗିରି:- (ରିପୋର୍ଟ -ସୁକୁମାର ମଣ୍ଡଳ)ଆଦିମ କାଳରୁ ସଭ୍ୟତାକୁ ଆଗେଇ ନେବାରେ ରାସ୍ତା ମୂଖ୍ୟ ଭୂମିକା ଗ୍ରହଣ କରି ଆସିଛି। ପିଲା ମାନଙ୍କର ଭବିଷ୍ୟତ ସଜାଡ଼ିବାରେ ମଧ୍ୟ ରାସ୍ତାର ଭୂମିକା କମ୍ ନୁହେଁ। ସ୍ବାଧୀନତାର ୨୦୦ ବର୍ଷ ପରେ ମଧ୍ୟ ବିଭିନ୍ନ ଗ୍ରାମରେ ଏମିତି ସବୁ ରାସ୍ତା ଅଛି , ଯେଉଁ ସବୁ ରାସ୍ତାରେ ବର୍ଷା ଦିନେ ଯିବା ଆସିବା କରିବାପାଇଁ ଅସମ୍ଭବ ସୋଇପଡେ଼। ହଁ ବନ୍ଧୁଗଣ ଆଜି ଆମ୍ଭେମାନେ ଏମିତି ଏକ ରାସ୍ତା ବିଷୟରେ ଆଲୋଚନା କରିବା ଯେଉଁ ରାସ୍ତାରେ ବର୍ଷା ଦିନେ ଯାତାୟତ ଲାଗି ଅସମ୍ଭବ ହୋଇପଡେ। ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅନ୍ତର୍ଗତ ବଦଲି ୫ ଗ୍ରାମ ଠାରୁ ଏମ୍ ଭି ୯୪ ଗ୍ରାମ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଏତେ ଖରାପ ଯେ ବର୍ଷା ସମୟରେ ଏହି ରାସ୍ତାରେ ଯାତାୟାତ ଆଦୌ ସମ୍ଭବପର ହୋଇନଥାଏ।ବଦଳି ପଞ୍ଚାୟତର ଏହି ରାସ୍ତାରେ ପାଖାପାଖି ୫-୬ ଖଣ୍ଡ ଗ୍ରାମର ଲୋକମାନେ ଯଥା ପୁକୁରକୋଣ୍ଡା,ଡୁଡୁଗୁଡା,ଇତୁଲଗୁଡା,ଦୁର୍ମାଗୁଡା,ତୋମଗୁଡା , ଏମ୍ ଭି ୯୪ ଆଦି ଗ୍ରାମର ଲୋକମାନେଯିବା ଆସିବା କରନ୍ତି।

ଏହି ରାସ୍ତାଟି ୩୨୬ ନମ୍ବର ଜାତୀୟ ରାଜପଥ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୂରରେ ଅବସ୍ଥିତ। ତଥାପି ରାସ୍ତାର ଦୃଶ୍ୟ ଦେଖିଲେ ସରକାରଙ୍କର ଅପାରଗତା ଦୃଷ୍ଟି ଗୋଚର ହୁଏ। ଯେହେତୁ ଏହି ରାସ୍ତାରେ ବଦଲି କଲେଜ,ପୁଲିମେଟଲା ହାଇସ୍କୁଲ, ତଥା ବିଭିନ୍ନ ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀ ମାନେ ଯିବା ଆସିବା କରନ୍ତି କୁନି କୁନି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଦୃଷ୍ଟିରେ ରଖି ସରକାର ଏହି ରାସ୍ତା ଉପରେ ଦୃଷ୍ଟି ନିକ୍ଷେପ କରିବା ଉଚିତ।

ବର୍ଷା ସମୟରେ ରାସ୍ତାର ଅବସ୍ଥା ଏତେ ଖରାପ ହୋଇଯାଏ ଯେ ଛାତ୍ରଛାତ୍ରୀ ମାନଙ୍କର ଅବିଭାବକ ମାନେ ସେମାନଙ୍କ ପିଲାମାନଙ୍କ ପାଇଁ ଦୁଇ ହଳ ଇଉନିଫର୍ମ ସାଙ୍ଗରେ ଦେଇଥାନ୍ତି।କାରଣ ରାସ୍ତାରେ ଯିବା ସମୟରେ ଗୋଟିଏ ହଳ କାଦୁଅ ହୋଇଗଲେ ଅନ୍ୟ ହଳଟି ପିନ୍ଧି ଶ୍ରେଣୀରେ ବସନ୍ତି। ଏହି ପାଞ୍ଚ ଛଅ ଖଣ୍ଡ ଗ୍ରାମର ଲୋକମାନେ ଗତ ବର୍ଷ ରାସ୍ତାରେ ତଳି ଲଗାଇ ରାସ୍ତାର ଦୁରାବସ୍ତା ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସରକାର ଏହି ଦୁଇ ମାସ ତଳେ ଅର୍ଥାତ୍ ମେ, ଜୁନ ମାସରେ ଠିକାଦାରଙ୍କ ସାହାଯ୍ୟରେ ପିଚୁ କାମ କରିଥିଲେ। କିନ୍ତୁ ଦୁଃଖର ବିଷୟ ରାସ୍ତାରୁ ପିଚୁ ରଙ୍ଗ ଛାଡ଼ିବା ପୂର୍ବରୁ ରାସ୍ତାରେ ଗେଟି ମୋରମ ଉଠି ଯାଇ ବଡ଼ ବଡ଼ ଗାତ ସବୁ ସୃଷ୍ଟି ହୋଇ ଯାଇଛି।

ଏଥିପାଇଁ ଏମ୍ ଭି ୯୪ ଗ୍ରାମର ପ୍ରେସିଡେଣ୍ଟ ଶ୍ରୀ ବିକାଶ ମିସ୍ତ୍ରୀ ଠିକାଦାର ଶ୍ରୀ ନାରାୟଣ ବେପାରୀଙ୍କ ସହିତ ଯୋଗାଯୋଗ କରିବାରୁ ଠିକାଦାର ବେପାରୀ ରାସ୍ତାର କାମ ବିଷୟରେ ସନ୍ତୋଷ ଜନକ ଉତ୍ତର ଦେଇ ନ ଥିଲେ। ପରେ କାମର ଯନ୍ତ୍ରୀଙ୍କ ସହ ଫୋନରେ କଥା ହେବାରୁ ସେ ମଧ୍ୟ ନିଜର କାନ୍ଧରୁ ଦୋଷ ଏଡେଇ ଦେଇଥିଲେ।କାହାଠାରୁ ଲୋକମାନେ ସନ୍ତୋଷ ଜନକ ଉତ୍ତର ପାଇ ପାରିନଥିଲେ। ଠିକାଦାର ଏବଂ ଯନ୍ତ୍ରୀଙ୍କର ମଧୁ ଚନ୍ଦ୍ରିକାରେ ସେମାନେ ସିନା ମାଲାମାଲ ହୋଇ ଗଲେ ଦୁଃଖ ଦେଇ ଗଲେ ପାଞ୍ଚ ଛଅ ଗ୍ରାମବାସୀ ମାନଙ୍କୁ।

ଯାହା ହେଉ ବର୍ତ୍ତମାନ ଏହି ଗ୍ରାମବାସୀ ମାନଙ୍କର ଅଭିଯୋଗ ହେଉଛି ଯଦି ସରକାର ଏହି ରାସ୍ତାର କାମ ଆଉଥରେ ଶୀଘ୍ର ଆରମ୍ଭ ନ କରାନ୍ତି, ଆଗାମୀ ଦିନରେ ସେମାନେ ବଡ଼ ଧରଣର ଆନ୍ଦୋଳନ କରି ରାଜ ରାସ୍ତାକୁ ଅବରୋଧ କରିବେ। ଏହି ଗ୍ରାମ ମାନଙ୍କର ବହୁ ମାନ୍ୟଗଣ୍ୟ ତଥା ବୁଦ୍ଧିଜୀବିମାନେ ଯଥା-ଗ୍ରାମର ବଲାଇ ମିସ୍ତ୍ରୀ,ସୁକା ମାଡ଼ି, ନିତାଇ ମିସ୍ତ୍ରୀ,ଶ୍ରୀବାସ ମଣ୍ଡଳ,ତାରକ ହାଲଦାର, ଯୁଧିଷ୍ଠିର ଭୂୟାଁ, ଶଙ୍କର ହାଲଦାର, ଗୌର ରାୟ, ବିକାଶ ମିସ୍ତ୍ରୀ,ମଦନ ମଣ୍ଡଳ, ବିଶ୍ଵଜିତ ମଣ୍ଡଳ, ଦେବା ମାଡକାମି ବ୍ୟକ୍ତିମାନେ ରାସ୍ତାର ତୁରନ୍ତ ମରାମତି ପାଇଁ ସରକାରଙ୍କ ପାଖରେ ଆକୁଳ ପ୍ରାର୍ଥନା ଜ୍ଞାପନ କରିଛନ୍ତି।

Related posts

ଭଟିଗାଁ ରାନିଯୋର ବ୍ରିଜ ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ଶିକ୍ଷକଙ୍କ ନାମରେ ହତ୍ୟା ଅଭିଯୋଗ

Odisha Halchal

ଅସ୍ଥାୟୀ କର୍ମଚାରୀଙ୍କ ସାଙ୍ଘାତିକ ଅଭିଯୋଗ

Odisha Halchal

ମହିଳାଙ୍କୁ ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ରଡ଼ ପୂରାଇଦେଲେ

Odisha Halchal

Leave a Comment