ଓଡ଼ିଶା ଖବରନ୍ୟୁଜ୍

ଆରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବର କଳସ ଯାତ୍ରା

ଆରମ୍ଭ ହେଲା ମାଲ୍ୟବନ୍ତ ମହୋତ୍ସବର କଳସ ଯାତ୍ରା

ମାଲକାନଗିରି:-(ରିପୋର୍ଟ :- କ୍ରିଷ୍ଣପଦ ରାୟ )ଦୀର୍ଘ ଦିନର ବ୍ୟବଧାନ ପରେ ବିଭିନ୍ନ ବ୍ଲକରେ ମାଲ୍ୟବନ୍ତ ମହୋତ୍ସବ ପାଇଁ ଆମାକୁଣ୍ଡା ଠାରୁ ଆଜି ପାଣି ଉଠାଯାଇଛି, ଏହି ପବିତ୍ର ପାଣି ଉଠାଇବା ପାଇଁ ଜିଲ୍ଲାପାଳ ବିଶାଳ ସିଂ ମହୋଦୟ ନିଜେ ପହିଞ୍ଚି ପୂଜାର୍ଚ୍ଚନା କରିବା ସହିତ ଆମାକୁଣ୍ଡ ରୁ ପବିତ୍ର ପାଣି ଉଠାଇଛନ୍ତି। ସମସ୍ତଙ୍କ ମୁହଁରେ ଝଲସି ଉଠୁଥିଲା ଖୁସିର ଲହରୀ। ଏହି ଅବସରରେ ଖଇରପୁଟ ଠାରେ ମାଲ୍ୟବନ୍ତ ବ୍ଲକ ସ୍ତରୀୟ ଉତ୍ସବ ପାଳନ ମଧ୍ୟ ହୋଇଯାଇଛି। ଐତିହାସିକ କିର୍ତ୍ତିରାଜ ବହନ କରୁଥିବା ଆମାକୁଣ୍ଡ ରୁ ଜଳ ସ°ଗ୍ରହ କରି ନାଚ ଗୀତ ଓ ବାଦ୍ୟ ବଜେଇ ଢେମସା ନାଚର ତାଳେତାଳେ ସମସ୍ତ ପ୍ରଶାସନିକ ଅଧିକାରୀ ସହିତ ଜିଲ୍ଲାପାଳ ମଧ୍ୟ ନାଚିବାକୁ ଦେଖିବାକୁ ମିଳିଥିଲା।

ଯେମିତି ମାଲ୍ୟବନ୍ତ ମହୋତ୍ସବ କୁ ସ୍ୱାଗତ କରିବା ସହିତ ଖୁସିର ଲହରୀ ଖେଳିଯାଇଛି ସମସ୍ତଙ୍କ ମୁହଁରେ। ମାଲକାନଗିରି ଜିଲ୍ଲାରୁ ଆସିଥିବା ଏକ ରଥରେ ଉକ୍ତ ଜଳ କୁ ସ୍ଥାପିତ କରିବା ପରେ ଏକ କଳସ ଶୋଭାଯାତ୍ରା ଆରମ୍ଭ ହୋଇ ମା ଦାମଲଦେଇ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ, ଅତିରିକ୍ତ ଏସପି ବଲଭଦ୍ର ଦ୍ଵୀପ, ଖଇରପୁଟ ବିଡ଼ିଓ ହୃଦରଞ୍ଜନ ସାହୁ, ବିଧାୟକ ଚିତ୍ରକୋଣ୍ଡା ପୂର୍ଣଚନ୍ଦ୍ର ବାକା, ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକା ସହ ଅନେକ ଲୋକ ପ୍ରତିନିଧି ଓ ବ୍ଲକ ପ୍ରଶାସନିକ କର୍ମଚାରୀଙ୍କ ଉପସ୍ଥିତ ରେ କଳସ ଶୋଭାଯାତ୍ରା ସମାପନ ହୋଇଥିଲା । ଦିବା ୧୨ ଘଣ୍ଟିକା ସମୟରେ ସମସ୍ତ ଅତିଥି ଖଇରପୁଟ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ପାଳନ ନିମନ୍ତେ ଏକତ୍ରିତ ହୋଇଥିଲେ ।

ଆଜିର ବ୍ଲକ ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବକୁ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଷାନୀ ସଭାପତିତ୍ବ କରିଥିଲାବେଳେ, ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ଶ୍ରୀ ମହେଶ୍ୱର ନାୟକ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପିଏଆଇଟିଡିଏ ତ୍ରିନାଥ ମାଝି, ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଡମ୍ୱରୁ ଶିଶା , ଖଇରପୁଟ ବ୍ଲକ ଉପାଧ୍ୟକ୍ଷ୍ୟା ସାବିତ୍ରୀ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ସର୍ବ ପ୍ରଥମେ ଠାକୁର ଜଗନ୍ନାଥଙ୍କ ବିଗ୍ରହ ରେ ପୁଷ୍ପମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା ଓ ଶ°ଖନାଦର ଜୟ ଧ୍ୱନି ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ପରିଶେଷରେ ମଞ୍ଚରେ ବିଭିନ୍ନ ସା°ସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇଥିଲା,ଯାହାକୁ ଦର୍ଶକ ମନ ପ୍ରାଣ ଭରି ଉପଭୋଗ କରୁଥିବା ଦେଖିବାକୁ ମିଳିଛି ।

Related posts

ଚାଷୀଙ୍କ ଧାନ ପୋଲରେ ନିଆଁ ଲଗାଇ ଦୁର୍ବୃତ୍ତ ଫେରାର

Odisha Halchal

ପ୍ରଥମ ଥର କରି ୟୁଟ୍ୟୁବର ମାନଙ୍କ ଦ୍ୱାରା ଏକ ରକ୍ତଦାନ ଶିବିର

Odisha Halchal

ଟ୍ୟୁସନ କରିବାକୁ ଆସି , ଛାତ୍ରୀଙ୍କୁ ଦେଖାଉଥିଲେ ଅଶ୍ଲୀଳ ଭିଡିଓ

Odisha Halchal

Leave a Comment