ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଡବଲ୍‌ ହୋଇଯିବ ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

ଡବଲ୍‌ ହୋଇଯିବ ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

ୟୁକ୍ରେନ୍‌ ଆକ୍ରମଣ ପରେ ଋଷ୍‌ ଉପରେ ଆମେରିକା ସହିତ ପାଶ୍ଟାତ୍ୟ ଦେଶ ଗୁଡ଼ିକ କଡ଼ା ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । କେତେକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଆମେରିକା ଏବେ ଋଷ୍‌ର ତେଲ ଏବଂ ଗ୍ୟାସ୍‌କୁ ବ୍ୟାନ୍‌ କରିବା ନେଇ ସଙ୍କେତ ଦେଇଛି । ଏହାପରେ ଋଷ୍‌ ସୋମବାର ଏନେଇ ପ୍ରତିକ୍ରିୟା ଦେଇଛି ଏବଂ ୟୁରୋପକୁ ଗ୍ୟାସ୍‌ ସପ୍ଲାଇ ବନ୍ଦ କରିଦେବାକୁ ଧମକ ଦେଇଛି । ଏହା ସହିତ ପାଶ୍ଚାତ୍ୟ ଦେଶମାନଙ୍କୁ କ୍ରୁଡ୍‌ ଅଏଲ୍‌ ବାରେଲ୍‌ ପ୍ରତି ୩ ଶହ ଡଲାର୍‌ ପାର୍‌ କରାଇଦେଇପାରେ ବୋଲି ଚେତାବନୀ ଦେଇଛି ଋଷ୍‌ ।

ଋଷ୍‌ର ଡେପୁଟୀ ପ୍ରଧାନମନ୍ତ୍ରୀ ଆଲେକ୍‌ଜାଣ୍ଡାର ନୋଭାକ୍‌ ସରକାରୀ ଟେଲିଭିଜନରେ ବୟାନ ଦେଇ କହିଛନ୍ତି, ଏହା ସମ୍ପୂର୍ଣ୍ଣ ଭାବେ ସଫା ଯେ ଯଦି ଋଷ୍‌ ତୈଳକୁ ରିଜେକ୍ଟ କରାଯାଏ ତେବେ ବିଶ୍ୱ ବଜାରକୁ ଏହାର ଭୟାନକ ପରିଣାମ ଭୋଗିବାକୁ ପଡ଼ିବ । କ୍ରୁଡ୍‌ ଅଏଲ୍‌ର ଦାମ୍‌ରେ ଏପରି ବୃଦ୍ଧି ହେବ ଯାହାର ଅନୁମାନ ମଧ୍ୟ କେହି ଲଗାଇ ପାରିବେନି । ସମୟ ଆସିଲେ ଏହା ବାରେଲ୍‌ ପ୍ରତି ୩ ଶହ ଡଲାର ପାର୍‌ କରିପାରେ ବୋଲି ସେ କହିଛନ୍ତି ।

ଋଷ୍‌ରୁ ଯେଉଁ ତେଲ ୟୁରୋପକୁ ଯାଉଛି ତାହାର ପୂରଣ କରିବା ପାଇଁ ବର୍ଷକରୁ ମଧ୍ୟ ଅଧିକ ସମୟ ଲାଗିବ ବୋଲି ନୋଭାକ୍‌ କହିଛନ୍ତି । ଏହା ସହିତ ୟୁରୋପକୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ନୋଭାକ୍‌ ଆହୁରି କହିଛନ୍ତି ଯେ ୟୁରୋପୀୟ ନେତା ଏନେଇ ବିଚାର କରି କୁହନ୍ତୁ ଯେ ସେମାନେ କଣ କରିବେ । ଯଦି ସେମାନେ ଋଷ୍‌କୁ ଏନର୍ଜି ସପ୍ଲାଇ ବନ୍ଦ କରନ୍ତି ତେବେ ତାହା କରନ୍ତୁ । ଆମେ ସେଥିପାଇଁ ପ୍ରସ୍ତୁତ । ଆମକୁ ତେଲ କେଉଁଠି ବିକିବାକୁ ହେବ ତାହା ଭଲ ଭାବେ ଜଣା ।

Related posts

ନବ ବିବାହିତା ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Odisha Halchal

ଜିଲ୍ଲାପାଳଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର

Odisha Halchal

ଆସନ୍ତା ୩ରୁ ରାଜ୍ୟରେ ପୁଣି ବର୍ଷା

Odisha Halchal

Leave a Comment