ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

କର୍ମଚାରୀ ପାଇବେ ଦ୍ବିଗୁଣ ଫାଇଦା, ୧୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

କର୍ମଚାରୀ ପାଇବେ ଦ୍ବିଗୁଣ ଫାଇଦା, ୧୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଲଗାତର ମହଙ୍ଗା ମାଡର ସମ୍ମୁଖୀନ ହେଉଥିବା ରେଳ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ବଡ ଉପହାର ପ୍ରଦାନ କରାଯାଇଛି । ରେଲୱେ ବୋର୍ଡ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୧୪ ପ୍ରତିଶତ ବୃଦ୍ଧି କରିଛନ୍ତି । ମହଙ୍ଗା ଭତ୍ତା ବୃଦ୍ଧି ଦୁଇଥର ଆଧାରରେ କରାଯାଇଛି । ଯେଉଁ କର୍ମଚାରୀଙ୍କ ଉପରେ ମହଙ୍ଗା ଭତ୍ତା ବୃଦ୍ଧି ଲାଗୁ ହେବ ସେମାନଙ୍କୁ ୧୦ମାସର ବକେୟା ମଧ୍ୟ ଦିଆଯିବାକୁ କୁହାଯାଇଛି । ରେଲଓ୍ବେ ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ୭-୭ ପ୍ରତିଶତର ଦୁଇ ଭାଗରେ ଏହି ମହଙ୍ଗା ଭତ୍ତା ବୃଦ୍ଧି ସେହିମାନଙ୍କ ପାଇଁ ଲାଗୁ କରାଯାଇଛି ଯେଉଁ କର୍ମଚାରୀ ୬ଷ୍ଠ ବେତନ ପେ’ କମିଶନ ଅଧିନରେ କାମ କରୁଛନ୍ତି ।

ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୧ରୁ ୭ ପ୍ରତିଶତ ଏବଂ ୧ ଜାନୁଆରୀ ୨୦୨୨ରୁ ୭ ପ୍ରତିଶତ ବୃଦ୍ଧି କରାଯାଇଛି । ବର୍ତ୍ତମାନ ୬ଷ୍ଠ ବେତନ କମିଶନ ଅଧିନରେ ବେତନ ପାଉଥିବା କର୍ମଚାରୀମାନଙ୍କୁ ୧୮୯ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି । ଏହି କର୍ମଚାରୀମାନଙ୍କର ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୧ରୁ ୭ ପ୍ରତିଶତ ବୃଦ୍ଧି ପାଇ ୧୯୬ ପ୍ରତିଶତକ ହୋଇଯିବ । ସେହିଭଳି ୧ ଜାନୁଆରୀ ୨୦୨୨ରୁ ୭ ପ୍ରତିଶତ ବୃଦ୍ଧି ପାଇ ୨୦୩ ପ୍ରତିଶତ ହୋଇଯିବ । ଯାହା କର୍ମଚାରୀମାନଙ୍କ ମେ’ ମାସର ଦରମା ୧୦ମାସର ବକେୟା ସହ ମିଳିବ ।

ରେଲଓ୍ବେ ବୋର୍ଡର ଏହି ନିଷ୍ପତ୍ତି କର୍ମଚାରୀଙ୍କ ପାଇଁ ଦ୍ବିଗୁଣ ଲାଭ ହେବ । ରେଲଓ୍ବେ ବୋର୍ଡ ଅର୍ଥ ନିର୍ଦ୍ଦେଶାଳୟ ଏବଂ ରେଳ ମନ୍ତ୍ରଣାଳୟର ଅନୁମୋଦନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ କରିଛି । ଏହା ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ମାର୍ଚ୍ଚରେ ୩ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହାର ଲାଭ ସପ୍ତମ ବେତନ କମିଶନ ଅଧିନରେ ଦରମା ପାଇଥିବା ଲକ୍ଷ ଲକ୍ଷ କର୍ମଚାରୀ ପାଇଥିଲେ ।

Related posts

ମହିଳାଙ୍କୁ ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ରଡ଼ ପୂରାଇଦେଲେ

Odisha Halchal

ଛାଡି ଚାଲିଗଲା ପତ୍ନୀ, ପ୍ରେମିକା ବି ଦେଲା ଧୋକ୍କା : ଯୁବତୀକୁ ଗୁଳିକରି ନିଜେ କଲା ଆତ୍ମହତ୍ୟା

Odisha Halchal

ମଦର ଟେରେସା ସେବା ସଂଗଠନ ର ଭରଚୁଆଲ ବୈଠକ

Odisha Halchal

Leave a Comment