ଅପରାଧଓଡ଼ିଶା ଖବରନ୍ୟୁଜ୍

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ରାଜଧାନୀରେ ପୁଣି ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ଭୁବନେଶ୍ୱର ସ୍ଥିତ ଇନଫୋସିସ୍ ଥାନା ଅନ୍ତର୍ଗତ ଶିଖରଚଣ୍ଡୀ ପାହାଡ଼ ତଳୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଛି। ଯୁବକ ଜଣଙ୍କ ହେଲେ ନନ୍ଦନକାନନ ଥାନା ଅନ୍ତର୍ଗତ ବାଲିପଡ଼ା ଗାଁର ଲଲାଟେନ୍ଦୁ ପ୍ରଧାନଙ୍କ ପୁଅ ଅବିନାଶ ପ୍ରଧାନ। ତାଙ୍କୁ ୨୨ ବର୍ଷ ହୋଇଥିଲା। ଅବିନାଶ ଏକ ସଫ୍ଟେଓ୍ୱୟାର କମ୍ପାନୀରେ କାମ କରୁଥିଲେ ।

ପୁଲିସ ଅବିନାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ଅବିନାଶଙ୍କୁ କିଏ ଓ କାହିଁକି ହତ୍ୟା କଲା ତାର କାରଣ ଜଣା ପଡ଼ିନାହିଁ।ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି, ଘଟଣାସ୍ଥଳରୁ ଏକ ବ୍ୟାଗ୍ ଓ ସୁଇସାଇଡ ନୋଟ୍ ମିଳିଛି। ସୁଇସାଇଡ ନୋଟ୍ ଲେଖାକୁ ମୃତକଙ୍କ ବାପା ଚିହ୍ନଟ କରିଛନ୍ତି। ପ୍ରାଥମିକ ତଦନ୍ତରୁ ବ୍ୟକ୍ତି ଜଣଙ୍କ ଚାପରେ ଥିଲେ ବୋଲି ଜଣାପଡ଼ିଛି। ତେବେ ସମ୍ପୂର୍ଣ୍ଣ ତଦନ୍ତ ପରେ ସବିଶେଷ ତଥ୍ୟ ପଦାକୁ ଆସିବ।

Related posts

ଆରସି ସିଏଫ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର କର ଭବାନୀପାଟଣା ଙ୍କ ଗସ୍ତ

Odisha Halchal

ବୁଢା ବୟସରେ ଧାନ ବିଲରେ ପ୍ରେମ

Odisha Halchal

ବାଇକ ଚୋରି ରାକେଟର ପର୍ଦ୍ଦାଫାସ

Odisha Halchal

Leave a Comment