ଓଡ଼ିଶା ଖବରନ୍ୟୁଜ୍

ଖବରକାଗଜ ବିତ୍ତରକ ମାନଙ୍କୁ ପରିଚୟପତ୍ର ପ୍ରଦାନ

ଖବରକାଗଜ ବିତ୍ତରକ ମାନଙ୍କୁ ପରିଚୟପତ୍ର ପ୍ରଦାନ

ରାୟଗଡା :-(ରିପୋର୍ଟ-କାହ୍ନୁ ଚରଣ ପାଢ଼ୀ) ଜିଲ୍ଲାରେ କାର୍ଯ୍ୟରତ ଦୈନିକ ସମ୍ବାଦ ପତ୍ରର ବିତ୍ତରକ ମାନଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି l ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାରେ କାର୍ଯ୍ୟରତ ୧୧୫ଜଣ ବିତ୍ତରକ ମାନଙ୍କୁ ପଞ୍ଜୀକୃତ କରାଯାଇ ସେମାନଙ୍କୁ ସରକାରଙ୍କ ତରଫରୁ କାଭିଡ -୧୯ ନିମନ୍ତେ ଆର୍ତ୍ତିକ ସହାୟତା ପ୍ରଦାନ କରାଯାଇଥିଲା ଏବଂ ଶ୍ରମିକ ଆଇନ ଅନୁଯାୟୀ ପଞ୍ଜିକରଣ କରାଯାଇଛି l

ଏହି ବିତ୍ତରକ ମାନଙ୍କୁ ଗତ ଅପ୍ରେଲ ମାସ ୨୧ତାରିଖରୁ ଡ଼ଃ ସଦାଶିବ ତ୍ରିପାଠୀନ୍କ ଜନ୍ମ ଜୟନ୍ତୀରୁ ଜିଲ୍ଲl ପ୍ରଶାସନ ତରଫରୁ ମାନ୍ୟବର ବିଧ୍ୟାୟକ ରାୟଗଡ ଶ୍ରୀ ମକରନ୍ଦ ମୁଦୁଲି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଦ୍ୱାରାପରିଚୟପତ୍ର ପ୍ରଦାନ କରାଯାଇଥିଲା l ଏହା ବ୍ୟତୀତ ବିଭିନ୍ନ ବ୍ଲକକୁ ଯାଇ ଏହି ପରିଚୟ ପତ୍ର ପ୍ରଦାନ କରାଯାଇଛି l

ଗତ ତା ୧୭/୦୫/୨୨ ରଖସୁଧା ସମସ୍ତ ସମ୍ବାଦପତ୍ର ବିତ୍ତରକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଛି l ଏହାଦ୍ବାରା ସେମାନେ ସ୍ୱତନ୍ତ୍ର ଭାବରେ ଚିହ୍ନଟ ହୋଇ ଶ୍ରମିକ ଭାବରେ ସୁବିଧା ପାଇବା ନିମନ୍ତେ ହକଦlର ହୋଇପାରିବେ l

Related posts

ଦଳୀୟ କନ୍ଦଳ ଯୋଗୁଁ କ୍ଷମତା ହରାଉଛି କଂଗ୍ରେସ

Odisha Halchal

ଶୋଇଥିଲେ ସ୍ୱାମୀ ଓ ସ୍ତ୍ରୀ, ଘରେ ନିଆଁ ଲଗାଇଲା ଜ୍ୱାଇଁ

Odisha Halchal

ମାନସ ମର୍ଡର ମିଷ୍ଟ୍ରି, ଶର୍ମିଷ୍ଠାଙ୍କୁ ନେଇ ହେବ ସିନ୍ ରିକ୍ରିଏସନ୍

Odisha Halchal

Leave a Comment