ଅପରାଧଓଡ଼ିଶା ଖବରନ୍ୟୁଜ୍

ଜଙ୍ଗଲ ଭିତରେ ମହିଳା ଙ୍କୁ ଜାଳିଦେଇ ହତ୍ୟା

ଜଙ୍ଗଲ ଭିତରେ ମହିଳା ଙ୍କୁ ଜାଳିଦେଇ ହତ୍ୟା

ବଲାଙ୍ଗୀର:-(ରିପୋର୍ଟ :-ସୁନେଲି ଛତ୍ରିଆ )ଜଙ୍ଗଲ ଭିତରେ ମହିଳା ଙ୍କୁ ଜାଳିଦେଇ ହତ୍ୟା ,ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର  ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଦେଢ଼େଲ ଜଙ୍ଗଲ ରୁ ଜଣେ ମହିଳା ଙ୍କ ଅର୍ଦ୍ଧ ଦଗ୍ଧ ମୃତ ଦେହ ଉଦ୍ଧାର କରିଛି ସଇଁତଲା ପୋଲିସ l ଜଙ୍ଗଲ ଭିତରେ ମହିଳା ଙ୍କୁ ଜାଳି ଦେଇ ହତ୍ୟା କରାଯାଇଛି l ଠୂରନିକାନି ଗାଁର ମହିଳା ଙ୍କ ନାମ ରତିନି ରଣା (55)ବୋଲି ଜଣାପଡିଛି l

କାହିଁକି ଜଙ୍ଗଲ ଭିତରେ ମହିଳା ଙ୍କୁ ଜାଳି ହତ୍ୟା କରାଗଲା କାରଣ ଜଣାପଡି ନାହିଁ l ଘଟଣା ସମ୍ପର୍କରେ ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନି ସାହୁ, ଏଏସଆଇ ଥବୀର ମହାରଣା ସମେତ ପୁଲିସ ପ୍ରଶାସନ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି lସୂଚନା ମତେ ଗତକାଲି ସକାଳୁ ତାଙ୍କର କପା ବିଲକୁ ରତିନି ଆସିଥିଲେ ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ପରିବାର ଲୋକେ ଖୋଜା ଖୋଜି କରିବା ପରେ ଆଜି ସକାଳୁ ସ୍ଥାନୀୟ ଜଙ୍ଗଲରୁ ତାଙ୍କର ପୋଡା ଜଳା ମୃତ ଦେହ କୁ ଦେଖିବା କୁ ପାଇବା ପରେ ପୁଲିସ କୁ ଖବର ଦେଇଥିଲେ l

ପରେ ପୁଲିସ ଆସି ତଦନ୍ତ ଆରମ୍ଭ କରିବା ପରେ ତାଙ୍କ ନିକଟରୁ 2ଟି ଚପଲ, ଗୋଟିଏ ଛୋଟ ଧାରୁଆ ଚକୁ, କିଛି କପଡା ଉଦ୍ଧାର କରିଥିବା ଜଣାପଡିଛି ଏବଂ କିଛି ଦୂର ବିଲରୁ କିଛି ମଦ ପାଉଛ ମଧ୍ୟ ଉଦ୍ଧାର କରିଛି l ତେବେ ଏଭଳି ଏକ ଅଭାବନୀୟ ଘଟଣା ଅଂଚଳରେ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି l ତେବେ ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିବା ସହ ଘଟଣାସ୍ଥଳ ରେ ସାଇନଣ୍ଟିକଫିକ ଟିମ ପହଁଚି ତଦନ୍ତ କରୁଥିବା ବେଳେ କାହିଁକି ଏଭଳି ଭାବେ ଜାଳି ଦେଇ ହତ୍ୟା କରା ଯାଇଛି ତାହାକୁ ଅନେକ ସନ୍ଧେହ ସୃଷ୍ଟି କରିଛି l ଏହି ଘଟଣା ରେ ପରିବାର ଲୋକେ ସାମିଲ ନାହାନ୍ତି ତ ବୋଲି ବିଭିନ୍ନ ମହଲରେ ଅନେକ ଚର୍ଚ୍ଚା ମଧ୍ୟ ଦେଖା ଦେଉଛି l

Related posts

ଷାଠିଏ ଫୁଟ ଉଚ୍ଚତା ର ତୁଳସୀ ବୃକ୍ଷ

Odisha Halchal

କାଳିଆ ସାଆନ୍ତଙ୍କ ଶରଧାବାଲିରୁ ଶ୍ରୀମନ୍ଦିର ପବିତ୍ର ବାହୁଡ଼ାଯାତ୍ରା

Odisha Halchal

ହାତୀ ଘଉଡ଼ାଇବାକୁ ଯାଇ ଜଣଙ୍କ ଜୀବନ ଗଲା

Odisha Halchal

Leave a Comment