ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ତାତିରେ କଲବଲ ହେଉଥିବା ଓଡିଶା ପାଇଁ ଆସୁଛି କି ବାତ୍ୟା ଭୟ, ୨ରୁ ୩ ଦିନ ଭିତରେ ସ୍ପଷ୍ଟ ହୋଇପାରେ ଚିତ୍ର

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଳବଲ ସାରା ଓଡିଶା । ତେବେ ଓଡିଶା ପାଇଁ ପୁଣି ଆସୁଛି ବାତ୍ୟା ଭୟ । ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଏହା ଆଶାଙ୍କା ଦେଖାଦେଇଛି । ତେବେ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ଆସିନାହିଁ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ମେ ୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ୬ ତାରିଖ ବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେବ ନାହିଁ ତାହା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ଆଜି ବି ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗରୁ ଓଡିଶା ମଧ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Related posts

ବିଗ୍‌ ବିଙ୍କ ନାତୁଣୀଙ୍କୁ ଡେଟ୍‌ କରୁଛନ୍ତି ସିଦ୍ଧାନ୍ତ ଚତୁର୍ବେଦି

Odisha Halchal

ହ୍ରିତିକ୍‌ଙ୍କ ପରିବାର ସବା ଆଜାଦଙ୍କର ନେଉଛନ୍ତି ବିଶେଷ ଯତ୍ନ, ଅଭିନେତ୍ରୀ ସେୟାର କଲେ ଫଟୋ

Odisha Halchal

ପୁଣି ଜଣେ ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ; ଥାନାରେ ଏତଲା, ଅଭିଯୁକ୍ତକୁ ଖୋଜୁଛି ପୁଲିସ

Odisha Halchal

Leave a Comment