ଅପରାଧଓଡ଼ିଶା ଖବରନ୍ୟୁଜ୍

ବାହା ହେବାକୁ ଇମୋସନାଲ୍‌ ଡ୍ରାମା କରୁଥିଲା ରସିକିଆ ନକଲି ଡାକ୍ତର

ବାହା ହେବାକୁ ଇମୋସନାଲ୍‌ ଡ୍ରାମା କରୁଥିଲା ରସିକିଆ ନକଲି ଡାକ୍ତର

ରମେଶ ସ୍ୱାଇଁ ଜଣେ କେବଳ ନକଲୀ ଡାକ୍ତର କି ପ୍ରତାରକ ନଥିଲା। ଥିଲା ଜଣେ ଡ୍ରାମାବାଜ୍‌। ଅସହାୟ, ବିଧବା ଓ ସ୍ୱାମୀ ପରିତ୍ୟକ୍ତା ମହିଳାଙ୍କୁ ପଟାଇବା ପାଇଁ କରୁଥିଲା ଡ୍ରାମା। କେତେବେଳେ କାନ୍ଦୁଥିଲା ତ ଆଉ କେତେବେଳେ ଦେହ ଖରାପ ଥିବାର ଭିଡ଼ିଓ କରି ମହିଳାଙ୍କ ମନ ଜିଣୁଥିଲା। ଆଉ ତା’ପରେ ମହିଳାଙ୍କୁ ବିବାହ କରି ସେମାନଙ୍କ ଅର୍ଥରେ ଅୟସ୍‌ କରୁଥିଲା। ଏମିତି ଇମୋସନାଲ ଭିଡ଼ିଓ ସେୟାର କରି ରମେଶ ୧୮ ଜଣଙ୍କୁ ବିବାହ କରିଥିଲା। ରିମାଣ୍ଡ ଅବଧି ସମୟରେ ରମେଶର ଏପରି କାରନାମା ସାମ୍ନାକୁ ଆସିଛି।

ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି, ରମେଶ ସ୍ୱାଇଁଙ୍କୁ ତୃତୀୟ ଥର ପାଇଁ ରିମାଣ୍ଡରେ ଆଣିଥିଲୁ। ତାଙ୍କ ନାଁରେ ପ୍ରାୟ ୧୫ଟି ମାମଲା ରୁଜୁ ହୋଇସାରିଲାଣି। ରିମାଣ୍ଡ ଅବଧି ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆଜି ରିମାଣ୍ଡ ସରିବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତାଙ୍କର ପଲିଗ୍ରାଫ୍‌ ଟେଷ୍ଟ କରିବାକୁ ଅନୁମତି ଦେବା ପାଇଁ ପ୍ରାର୍ଥନା କରିଛୁ। କାରଣ ଜେରା ସମୟରେ ରମେଶ ବହୁ ଭ୍ରମାତ୍ମକ ତଥ୍ୟ ଦେଇଥିଲେ ବୋଲି ଶ୍ରୀ ଦାସ କହିଛନ୍ତି।

ସେ ଆହୁରି କହିଛନ୍ତି, “କିଛି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ତାଙ୍କର କିଛି ଫଟୋ ଓ ଭିଡିଓ ହସ୍ତଗତ ହୋଇଥିଲା। ଏଥିସହ ତାଙ୍କ ମୋବାଇଲରୁ ମଧ୍ୟ କିଛି ଭିଡିଓ ଓ ଫଟୋ ମିଳିଥିଲା। ସେହି ଭିଡିଓ ଓ ଫଟୋର କେତେ ସତ୍ୟତା ରହିଛି, ତାହା ଉପରେ ଜେରା କରାଯାଇଥିଲା। ଫଟୋ ଓ ଭିଡିଓ ଗୁଡ଼ିକ ତାଙ୍କର ବୋଲି ଜେରା ବେଳେ ସେ ମାନିଥିଲେ। ଏମିତି ଫଟୋ ଓ ଭାବପ୍ରବଣାତ୍ମକ ଭିଡିଓ କରି ମହିଳାଙ୍କୁ ଠକୁଥିଲେ ଓ ବିବାହ କରୁଥିଲେ।

ଡିସିପି ଶ୍ରୀ ଦାସ କହିଛନ୍ତି, ଭାଇରାଲ୍‌ ହୋଇଥିବା ଭିଡିଓରେ ରମେଶ ମିଛରେ ସାଲାଇନ୍‌ ନେଉଥିବା ଦେଖିବାକୁ ମିଳିଛି। ଆଉ କିଛି ଭିଡିଓରେ ସେ କାନ୍ଦିବାର ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ସେ ମିଛ ଓ ବାହାନା କରି ଲୋକଙ୍କୁ ଠକୁଥିଲା। ତେଣୁ ତାଙ୍କର କୌଣସି କଥା ବିଶ୍ୱାସ ଯୋଗ୍ୟ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ସେ ବହୁତ କଥା ଲୋଚାଉ ଛନ୍ତି। ପଲିଗ୍ରାଫ୍‌ ଟେଷ୍ଟ କରିବା ପରେ ତାଙ୍କୁ ପୁଣି ଥରେ ଅନ୍ୟ ମାମଲାରେ ରିମାଣ୍ଡରେ ଆଣିବା ଉପରେ ନିଷ୍ପତ୍ତି ନିଆଯିବ। ଅନ୍ୟାନ୍ୟ ଦିଗ ଉପରେ ତଦନ୍ତ ଚାଲିଛି। ଦରକାର ପଡ଼ିଲେ ରାଜ୍ୟ ବାହାରକୁ ତଦନ୍ତକାରୀ ଟିମ୍‌ ଯାଇପାରେ ବୋଲି ଡିସିପି କହିଛନ୍ତି।

ପୁଲିସ୍‌ ତଥ୍ୟ ଅନୁସାରେ ୧୯୮୨ରେ ରମେଶ ପ୍ରଥମ ବିବାହ କରିଥିଲା। ପ୍ରଥମ ପତ୍ନୀଙ୍କଠାରୁ ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ ଦ୍ୱିତୀୟ ବିବାହ କରିଥିଲା। ତାଙ୍କର ମଧ୍ୟ ଦୁଇ ପିଲା ଅଛନ୍ତି। ତେବେ ତା’ ପରେ ସେ ଆଉ ୧୮ ମହିଳାଙ୍କୁ ବିବାହ କରିଥିଲା। ସେ ଅଧିକାଂଶ ସମୟ ଗୌହାଟୀରେ ରହୁଥିଲା। ପରିଚୟ ବଦଳାଇ ମହିଳାଙ୍କୁ ବିବାହ କରୁଥିଲା। କେତେବେଳେ ବିଦୁପ୍ରସାଦ ତ ଆଉ କେତେବେଳେ ସେ ପାଲଟି ଯାଉଥିଲା ରମଣୀରଞ୍ଜନ। ୨୦୧୮ ମସିହାରେ ସେଣ୍ଟ୍ରାଲ୍‌ ଆର୍ମଡ ଫୋର୍ସରେ କାର୍ଯ୍ୟରତ ପଞ୍ଜାବର ଜଣେ ମହିଳାଙ୍କୁ ବିବାହ କରି ତାଙ୍କଠାରୁ ୧୦ ଲକ୍ଷ ଠଙ୍କା ଠକି ନେଇଥିଲା। ସେହିପରି ଦିଲ୍ଲୀର ଜଣେ ମହିଳାଙ୍କୁ ବିବାହ କରି ଭୁବନେଶ୍ୱର ଆଣି ରଖିଥିଲା। ଏପରିକି ତାଙ୍କଠାରୁ ୧୩ ଲକ୍ଷ ରମେଶ ଚଳୁ କରିନେଇଥିଲା।

Related posts

ଏକ ଟଙ୍କା ଲୋଭ ଦେଖାଇ ନାବାଳିକାକୁ ଦୁଷ୍କର୍ମ

Odisha Halchal

ସର୍ବଭାରତୀୟ ଖୋଖୋ ଚମ୍ପିୟାନସିପ ଅନୁଷ୍ଠିତ

Odisha Halchal

ଜିଲ୍ଲା OBC ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Odisha Halchal

Leave a Comment