ଅପରାଧଓଡ଼ିଶା ଖବରନ୍ୟୁଜ୍

ଭାଇ ହେଲା ଭଗାରୀ, ସାନ ଭାଇକୁ ହତ୍ୟା କଲେ ୩ ବଡ ଭାଇ

ଯେତେ ଭାଇ , ସେତେ ଘର । କେହି ନୁହେଁ କାହାରି, ଭାଇ ହେଲା ଭଗାରୀ । ଜମିବାଡି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ । ସାନ ଭାଇକୁ ହତ୍ୟା କଲେ ୩ ବଡ ଭାଇ । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ସାନ ରେଙ୍ଗାଲି ଗାଁରେ ଅଘଟଣ ।

ଖବର ଅନୁଯାୟୀ, ଜମିବାଡି ବିବାଦକୁ ନେଇ ୪ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିରହିଥିଲା । ଶେଷରେ ସାମାନ୍ୟ ବିବାଦ ନେଇଥିଲା ଉଗ୍ରରୂପ । ତିନି ବଡଭାଇଙ୍କ ଆକ୍ରମଣରେ ସାନଭାଇଙ୍କର ମୃତ୍ୟୁ ହୋଇଛି । ସେପଟେ ମୃତ୍ୟୁ ଖବର ଶୁଣି ରେଢାଖୋଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

Related posts

ବନ୍ଧୁକ ଦେଖାଇ ୨ ଲକ୍ଷ ୭୭ ହଜାର ଟଙ୍କା ଲୁଟି ନେଲା ଲୁଟେରା

Odisha Halchal

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Odisha Halchal

ବହୁ ଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ୱିନୀ ବିବାଦ ମାମଲା, ତପସ୍ୱିନୀଙ୍କୁ ହାଇକୋର୍ଟଙ୍କ ନୋଟିସ୍‌

Odisha Halchal

Leave a Comment