ଓଡ଼ିଶା ଖବରନ୍ୟୁଜ୍

ପୁଅ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର

ପୁଅ ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର

ବୌଦ୍ଧ:-16 ଦିନ ହେଲା ନାବାଳକ ନିଖୋଜ।ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର।17 ବର୍ଷୀୟ ନାବାଳକ ନିଖୋଜ।ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର।କେଉଁଆଡେ ଗଲେ ମୁକୁନ୍ଦ ମେହେର ଓରଫ ବିକାଶ।କେଉଁଠି ବି ସନ୍ଧାନ ପାଇ ପାରୁନାହାନ୍ତି ବାପା ମା।ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଚଉଁରିଆ ପଦର ଗ୍ରାମର ସନ୍ତୋଷ ମେହେର ଓ ତାଙ୍କ ପତ୍ନୀ ପୂର୍ଣବାସି ମେହେର ଙ୍କ ପୁଅ ମୁକୁନ୍ଦ ମେହେର ଓରଫ ବିକାଶ ନିଜ ଘରେ ରହି ଆସୁଥିଲେ।

ବାଉଁଶୁଣି ମାହେଶ୍ୱରୀ କଲେଜ ରେ ପ୍ଲସ ଟୁ ଦ୍ୱିତୀୟ ବର୍ଷ ଛାତ୍ର ଥିଲେ ମୁକୁନ୍ଦ।ନୂତନ ମୋବାଇଲ ଖଣ୍ଡିଏ କିଣିବାକୁ ଜିଦ୍ ଧରିଥିଲେ ମୁକୁନ୍ଦ। ମାତ୍ର କିଛିଦିନ ଅପେକ୍ଷା କଲେ ପଇସା ଯୋଗାଡ଼ କରି କିଣି ଦେବାକୁ କହିଥିଲେ ତାଙ୍କ ବାପା ମା।ଗତ ଜାନୁୟାରୀ ମାସ 31 ତାରିଖ ଦିନ ଦିନ ଗୋଟାଏ ସମୟରେ କେଉଁ ଆଡେ ଚାଲି ଯାଇଥିଲେ ମୁକୁନ୍ଦ ଆଉ ଫେରି ନଥିଲେ ସନ୍ଧ୍ୟା ହେବା ପର୍ଯ୍ୟନ୍ତ ପରେ ପରିବାର ଲୋକେ ଏହା ଜାଣି ନିଜର ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଯୋଗାଯୋଗ କରିଥିଲେ।

ଦୀର୍ଘ ପାଞ୍ଚ ଦିନ ଧରି ଖୋଜାଖୁଜି କରିବା ପରେ ମଧ୍ୟ କୌଣଷି ସନ୍ଧାନ ନ ମିଳିବାରୁ ଫେବୃଆରୀ 5 ତାରିଖ ଦିନ ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ।ମାତ୍ର ଦଶଦିନ ବିତି ଯାଇଥିଲେ ବି ମୁକୁନ୍ଦ ଙ୍କ ପତ୍ତା ନ ମିଳିବାରୁ ଗତକାଲି ବୌଦ୍ଧ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଯାଇ ପୁଅକୁ ଖୋଜି ବାହାର କରିବାକୁ ଆକୁଳ ନିବେଦନ କରିଛନ୍ତି।କୋହ ଭରା କଣ୍ଠରେ ତାଙ୍କ ପିତା ମାତା କହିଛନ୍ତି କେହି ଯଦି ଦେଖନ୍ତି ତାହା ହେଲେ ତାଙ୍କ ମୋବାଇଲ ନମ୍ବର 7749831583 ରେ ଜଣାଇବାକୁ ଅନୁରୋଧ ବୋଲି ଗୁହାରି କରିଛନ୍ତି।

Related posts

ବିପୁଳ ପରିମାଣର ଚୋରି ତମ୍ବା ତାର ଓ ଅନ୍ୟ ସାମଗ୍ରୀ ଜବତ

Odisha Halchal

ରାହୁଲ ଗାନ୍ଧୀଙ୍କ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ୍

Odisha Halchal

ମୌଳିକ ସୁବିଧା ରୁ ବଞ୍ଚିତ ଆଦିବାସୀ

Odisha Halchal

Leave a Comment