ଓଡ଼ିଶା ଖବରନ୍ୟୁଜ୍

ଦିନିକିଆ ଗସ୍ତରେ ଓଡ଼ିଶା ସରକାରଙ୍କ ଫୁଡ୍ କମିସନର

ଦିନିକିଆ ଗସ୍ତରେ ଓଡ଼ିଶା ସରକାରଙ୍କ ଫୁଡ୍ କମିସନର

କୋରାପୁଟ :-(ରିପୋର୍ଟ-ପ୍ରମୋଦ ତାଡ଼ିଙ୍ଗି) ଲକ୍ଷ୍ମୀପୁର ଦିନିକିଆ ଗସ୍ତରେ ଓଡ଼ିଶା ସରକାର ଖାଦ୍ୟ ଯୋଗାଣ ବିଭାଗର ସଚିବ ପ୍ରମୋଦ ମେର୍କାପ୍ ଲକ୍ଷ୍ମୀପୁର ପୂର୍ତ୍ତ ବିଭାଗ ବଙ୍ଗଳାରେ ପହଞ୍ଚି ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଆଇନ କିଭଳି ଚାଲିଛି ସେନେଇ କୋରାପୁଟ ଜିଲ୍ଲାର ପି.ଡି. ଡିଆରଡିଏ ଏବଂ ଜିଲ୍ଲା ଯୋଗାଣ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ଏହି ସମୟରେ ଲକ୍ଷ୍ମୀପୁର ବିଜେପି ଯୁବମୋର୍ଚ୍ଚା ସଭାପତି ମନୋଜ କୁମାର ସାହୁ ସଚିବଙ୍କ ନିକଟରେ ଫେରାଦ ହୋଇ ଲକ୍ଷ୍ମୀପୁର ବ୍ଲକରେ ଯୋଗାଣ ବିଭାଗ ଦ୍ଵାରା ଦିଆଯାଉଥିବା ଚାଉଳ ଓ କିରୋସିନ ବାଟ ମାରୋଣା ହେଉଥିବାରୁ ହିତାଧିକାରୀ ଠିକ୍ ଭାବେ ପିଡିଏସ ଚାଉଳ ଓ କିରୋସିନ ପାଇବାରୁ ବଞ୍ଚିତ ହେଉଛନ୍ତି।

ଏପରି କି ଜଣେ ୫ କି.ଗ୍ରା ଚାଉଳ ପାଇଁ ପ୍ରାୟ ୧୦/୧୫ କି.ମି ୧୦୦ ରୁ ୨୦୦ ଟଙ୍କା ଖର୍ଚ୍ଚ କରି ଆସିବାକୁ ପଡୁଥିବା ଅଭିଯୋଗ ଆଣିଥିବାରୁ ସଚିବ ସଙ୍ଗେ ସଙ୍ଗେ ଜିଲ୍ଲା ଯୋଗାଣ ଅଧିକାରୀ ପି.କେ.ପଣ୍ଡା ବାବୁଙ୍କୁ ତଦନ୍ତ କରି ଏଦିଗରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଏହାପରେ ସଚିବ ଲକ୍ଷ୍ମୀପୁର ବ୍ଲକର କୁସୁମ ଗୁଡ଼ା ପଞ୍ଚାୟତର ଶିଶୁ ବିକାଶ ବିଭାଗ ଏବଂ ପଞ୍ଚଡ଼ା ପଞ୍ଚାୟତ କଫି ବଗିଚା ତଦାରଖ କରି ଜିଲ୍ଲାରୁ ଆସିଥିବା ଅଧିକାରୀ ଏବଂ ବ୍ଲକ ଅଧିକାରୀ ମାନଙ୍କ ସହ ଆଲୋଚନା କରି କୋରାପୁଟ ଅଭିମୁଖେ ବାହାରିଥିଲେ

Related posts

ମେ’ ୩୧ ରେ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ଘୁଞ୍ଚିଲା

Odisha Halchal

ପିତାମାତାଙ୍କ ସ୍ମୃତିରେ ଶ୍ରୀମଦ ଭାଗବତ କଥା ମୃତ ପାରାୟଣ

Odisha Halchal

ଗ୍ରାମୀଣ ବିକାଶ ପାଇଁ ଗଣ ମାଧ୍ୟମର ଭୂମିକା ଗୁରୁତ୍ଵ ପୂର୍ଣ୍ଣ

Odisha Halchal

Leave a Comment