ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ତାତିରେ କଲବଲ ହେଉଥିବା ଓଡିଶା ପାଇଁ ଆସୁଛି କି ବାତ୍ୟା ଭୟ, ୨ରୁ ୩ ଦିନ ଭିତରେ ସ୍ପଷ୍ଟ ହୋଇପାରେ ଚିତ୍ର

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଳବଲ ସାରା ଓଡିଶା । ତେବେ ଓଡିଶା ପାଇଁ ପୁଣି ଆସୁଛି ବାତ୍ୟା ଭୟ । ମେ ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଏହା ଆଶାଙ୍କା ଦେଖାଦେଇଛି । ତେବେ ଏନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ଚିତ୍ର ଆସିନାହିଁ ।

ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ମେ ୫ ତାରିଖ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ୬ ତାରିଖ ବେଳକୁ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେବ ନାହିଁ ତାହା ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ସେପଟେ ଆଜି ବି ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗରୁ ଓଡିଶା ମଧ୍ୟକୁ ଜଳୀୟ ବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି । ଏହାର ପ୍ରଭାବରେ ଆସନ୍ତାକାଲି ଠାରୁ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ଆସନ୍ତା ୨ରୁ ୩ ଦିନ ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Related posts

ବିଜେଡି ଖାତାରେ ବୌଦ୍ଧ ଏନ୍‌ଏସି, କବ୍‌ଜା କଲା ୧୬ଟି ଆସନ

Odisha Halchal

ମଦ ପିଇବାକୁ ବାରଣ କରିବାରୁ ମା’କୁ ପିଟି ମାରିଦେଲା ପୁଅ

Odisha Halchal

ତିନି ବର୍ଷର ଶିଶୁ ପୁଅର ମୁଣ୍ଡ କାଟି ହତ୍ୟା କଲା ମା

Odisha Halchal

Leave a Comment