ଅପରାଧଓଡ଼ିଶା ଖବରନ୍ୟୁଜ୍

ଘାରିଲା ଟଙ୍କା ଲୋଭ, ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା, ନାଳରେ ଫିଙ୍ଗିଦେଲା…

ଯୁବକଙ୍କୁ ଗଳାକାଟି ହତ୍ୟା ଘଟଣାର ପର୍ଦ୍ଦାଫାଶ । ୩୦ ହଜାର ଟଙ୍କା ଲାଗି ହୋଇଥିଲା ହତ୍ୟା । ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତକୁ ଆଜି କରାଯିବ କୋର୍ଟ ଚାଲାଣ ।

ଗତ ୧୪ ତାରିଖ ରାତିରେ ମୟୁରଭଞ୍ଜ ଜିଲ୍ଲା ଝାଡ଼ବେଡା ନିକଟ ସଙ୍ଗାତମରା ନାଳ ଭିତରୁ ଯଶୀପୁର ଥାନା ଗେନ୍ତେଇସାହି ର ଧନେଶ୍ୱର ଗୁଇୟାର ଗଳିତ ମୃତ ଦେହ ମିଳିବା ପରେ ଏକ ହତ୍ୟା ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଆରମ୍ଭ କରିଥିଲା ପୋଲିସ,ଜଣେ ଅଭିଯୁକ୍ତକୁ ଗିରଫ କରି ଗତକାଲି କ୍ରାଇମ ସିନ ରିକ୍ରିଏସନ କରି ହତ୍ୟାକାଣ୍ଡ ର ପର୍ଦ୍ଦାଫାଶ କରିଛି ପୋଲିସ ।

ଖବର ଅନୁଯାୟୀ, ଗତ ୪ ତାରିଖ ଦିନ ଗେନ୍ତେଇସାହିର ଧନେଶ୍ୱର ଗୁଇୟା ଆଜବେଷ୍ଟସ୍‌ କିଣିବାକୁ ଘରୁ ୩୦ ହଜାର ଟଙ୍କା ନେଇ , ସେହି ଗାଁର ପିତାମ୍ବର ବେହେରା ନାମକ ଜଣେ ଯୁବକଙ୍କ ସହ ଏକ ବାଇକ ଯୋଗେ ଭଞ୍ଜକିଆ ବଜାରକୁ ଯାଉଥିଲା । ଗେନ୍ତେଇସାହି ଓ ଭଞ୍ଜକିଆ ରାସ୍ତାରେ ଥିବା ସଙ୍ଗାତମରା ନାଳ ପାଖରେ ପୂର୍ବ ଯୋଜନା ଅନୁସାରେ ଏକ କଟୁରୀ ସାହାଯ୍ୟରେ ଧନେଶ୍ୱରକୁ ତଣ୍ଟି କାଟି ହତ୍ୟା କରାଯାଇଥିଲା । ପରେ ସେହି ନାଳରେ ମୃତଦେହକୁ ଫିଙ୍ଗିଦେଇଥିଲା ।

ଶେଷରେ ଗତ ୧୪ ତାରିଖ ଦିନ ରାତିରେ ଧନେଶ୍ୱରର ମୃତଦେହ ମିଳିବା ପରେ ପୋଲିସ ପିତାମ୍ବରକୁ ଅଟକ ରଖି ପଚରାଉଚରା କରୁଥିଲା । ପୋଲିସ ତଦନ୍ତ ନିଜ ଦୋଷ ସ୍ୱୀକାର କରିଥିଲା ପିତାମ୍ବର । ଟଙ୍କା ଲୋଭରେ ସେ ହତ୍ୟା କରିଛି ବୋଲି ପୋଲିସକୁ କହିଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ କଟୁର, ମୋବାଇଲ, ମନିପର୍ସ ଓ ଗୋଟିଏ ବାଇକ୍‌କୁ ଜବତ କରିଛି । ରବିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୋଲିସ ।

Related posts

ପ୍ରତ୍ନତତ୍ତ୍ଵ ବିଭାଗର ଚୋରି ୩ ଜଣକୁ ଗିରଫ କଲା ପୋଲିସ

Odisha Halchal

ହାଇକୋର୍ଟ ବେଞ୍ଚ ସ୍ଥାପନ ହୋଇପାରିବନି -ସୁପ୍ରିମକୋର୍ଟ

Odisha Halchal

ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

Odisha Halchal

Leave a Comment