ଅପରାଧଓଡ଼ିଶା ଖବରନ୍ୟୁଜ୍

ବନ ବିଭାଗ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା

ବନ ବିଭାଗ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକା

ସମ୍ବଲପୁର :-ଜମନକିରା ବ୍ଲକ ଅନ୍ତର୍ଗତ ଚକୁଳିଆବାହାଲ ଗ୍ରାମପଞ୍ଚାୟତ ର ମେଣ୍ଢାବାହାଲ ଗ୍ରାମ ହେଉଛି ଏକ ବଣ ପାହାଡ ଘେରା ଅଞ୍ଚଳ ଏଇ ଗ୍ରାମ ର ଯୁବ ଗୋଷ୍ଟି ପ୍ରାକୃତିକ ପରିବେଶ କୁ ସୁରକ୍ଷା ଦେବାକୁ ଯାଇ ଗାଁ ରେ ଗଢ଼ିଛନ୍ତି ବନ ସୁରକ୍ଷା କମିଟି। ଏଇ କମିଟି କୁ ବନ ବିଭାଗ ତରଫରୁ ମଧ୍ୟ ସାହାଯ୍ୟ ମିଳିଥାଏ।

କିଛି ଦିନ ତଳେ ଗ୍ରାମବାସୀ ଦେଖିବାକୁ ପାଇଲେ ଗ୍ରାମ ର ଫରେଷ୍ଟ ଅଫିସ ରୁ ମାତ୍ର କୋଡ଼ିଏ ମିଟର ଦୂରରେ ଅବସ୍ଥିତ ରାସ୍ତା କଡ଼କୁ ଲାଗି ଗ୍ରମ୍ୟଜଙ୍ଗଲ କୁ ଜେଶିପି ମେସିନ ସାହାଯ୍ୟ ରେ ସଫା କରାଯାଉଛି। ଯା ଫଳରେ ବହୁତ୍ ଗୁଡ଼ିଏ ଗଛ ନଷ୍ଟ ହୋଇ ଯାଇଛି ଏ ସଂକ୍ରାନ୍ତ ରେ ଗ୍ରାମ ବାସୀ ଫରେଷ୍ଟର ଙ୍କୁ ପଚାରିବାରୁ ସେ ଏ ବିଷୟରେ କିଛି ଜାଣି ନଥିବା ପ୍ରକାଶ କରିଥିଲେ।

ଫରେଷ୍ଟ ଅଫିସ ରୁ ମାତ୍ର କୋଡ଼ିଏ ମିଟର ଦୂରରେ ଗଛ କଟା ଗଲା କିନ୍ତୁ ବନ ବିଭାଗ କିପରି କିଛି ଜାଣି ପାରୁନଥିଲେ ତାହା ଗ୍ରାମ ବାସୀ ଙ୍କ ମନରେ ଏକ ପ୍ରଶ୍ନ ବାଚୀ ସୃଷ୍ଟି କରିଛି। ଏଇ ଘଟଣା କୁ ନେଇ ଫରେଷ୍ଟର ଙ୍କ ଠାରୁ କୌଣସି ସନ୍ତୋଷ ଜନକ ଉତ୍ତର ନ ମିଳିବାରୁ ଫରେଷ୍ଟ ଗାର୍ଡ ସୁଜିତ୍ ପଟେଲ ଙ୍କ ପ୍ରତିକ୍ରିୟା ନେବାରୁ ସେ ସେଇ ଜାଗାରେ ଏକ ମାର୍କେଟ କମ୍ପ୍ଲେକ୍ସ ହେବ ବୋଲି ସୂଚନା ଦେଇଥିଲେ। ହେଲେ ଏଥିରୁ ସ୍ପଷ୍ଟ ଅନୁମାନ କରା ଯାଉଛି କି ଏହା ବନ ବିଭାଗ ଓ ଜୈନେ କ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ କାମ ଚାଲିଛି ଏବଂ ଏହାର ଅଧିକ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

Related posts

ହସ୍ପିଟାଲ ବେଡରେ ଲାଲୁ, ଝିଅ ଶେଆର କଲେ ଇମୋସନାଲ ପୋଷ୍ଟ

Odisha Halchal

ଜୋର ଧରୁଛି ବିଧାୟକଙ୍କ ଗିରଫଦାରୀ ରାଜନୀତି; ଆଜି ଦେବଗଡ଼ ବନ୍ଦ

Odisha Halchal

ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଅବହେଳା ଉପରେ ଉଠିଛି ପ୍ରଶ୍ନ

Odisha Halchal

Leave a Comment