ଓଡ଼ିଶା ଖବରନ୍ୟୁଜ୍

ସମାଜ ମଙ୍ଗଳ ଅଧିକାରୀଙ୍କ ଚାକିରୀ ରୁ ଅବସର ଗ୍ରହଣ

ସମାଜ ମଙ୍ଗଳ ଅଧିକାରୀଙ୍କ ଚାକିରୀ ରୁ ଅବସର ଗ୍ରହଣ

ବୌଦ୍ଧ:- ସମାଜ ମଙ୍ଗଳ ଅଧିକାରୀ ସେବସ୍ତିଆନ କୁଜୁର ଙ୍କ ଚାକିରୀ ରୁ ଅବସର ଗ୍ରହଣ, ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନେଲେ ଡି. ଏସ. ଡବ୍ଲୁ. ଓ. ଦାୟିତ୍ୱ :- ବୌଦ୍ଧ ଜ଼ିଲ୍ଲା ରେ କାର୍ଯ୍ୟରତ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସେବାସ୍ତିଆନ କୁଜୁର ଙ୍କୁ ତା.31.1.2023 ରିଖ ସନ୍ଧ୍ୟା 6 ଘଟିକା ସମୟରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହ ଠାରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା l

ବୌଦ୍ଧ ରେ ଡି. ଏସ. ଡବ୍ଲୁ. ଓ ପଦବୀ ରେ ସେ ଅଗଷ୍ଟ 24 ତାରିଖ ରେ ଯୋଗ ଦେଇଥିଲେ l ଏହା ଆଗରୁ ରେ ସେ ବିଭିନ୍ନ ସ୍ଥାନ ରେ ସି. ଡି. ପି. ଓ. ଭାବେ ନିଜ ଦାୟିତ୍ୱ ଖୁବ ଭଲ ଭାବେ ସମ୍ପାଦନ କରିଥିଲେ l ସେବାସ୍ତିଆନ କୁଜୁର ଜଣେ ମିଷ୍ଟଭାଷୀ, ମେଳାପୀ, ସମୟାନୁବର୍ତ୍ତି, କର୍ତ୍ତବ୍ୟପରାୟଣ, ସରଳ, ଉଦାର, ଅମାୟିକ ବ୍ୟକ୍ତିତ୍ୱ ଭାବେ ବେଶ ଜଣାଶୁଣା ଥିଲେ l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ଉପ -ଜ଼ିଲ୍ଲାପାଳ ରବୀନ୍ଦ୍ରନାଥ କଁହର , ଡେପୁଟି କଲେକ୍ଟର ଝରଣା ପ୍ରଧାନ ନିଜ ନିଜ ବକ୍ତବ୍ୟ ରେ କୁଜୁର ଙ୍କ ଅବସର ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ l

ଏହି ଅବସରରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ସର୍ବେଶ୍ୱର ଦାନୀ ଏକ ବିଦାୟ କାଳୀନ ସଂଗୀତ ପରିବେଷଣ କରିଥିଲେ l ସହକାରୀ ଜ଼ିଲ୍ଲାପାଳ ସସ୍ମିତା ପ୍ରଧାନ ନୂତନ ଡି. ଏସ. ଡବ୍ଲୁ. ଓ ଭାବେ ଦାୟିତ୍ୱ ଗ୍ରହଣ କଲେ l ଏହି ଅବସରରେ ଅନ୍ୟାନ୍ୟ ଜ଼ିଲ୍ଲା ସ୍ତରୀୟ ଅଧିକାରୀ, ସମସ୍ତ ବରିଷ୍ଠ ସହାୟକ, କନିଷ୍ଠ ସହାୟକ, ସେକ୍ସନ ଅଫିସର ପ୍ରମୁଖ ଉପସ୍ଥିତ ଥିଲେ l

Related posts

ରାଜଧାନୀରେ ଆତଙ୍କ ଖେଳାଇ ରଖିଥିବା କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ‘ବୁବୁ’ ଗିରଫ

Odisha Halchal

ପିଡିଏସ ଚାଉଳ ବଣ୍ଟନର ପୁଣି କଲେଙ୍କାରୀ ଅଧ୍ୟାୟ

Odisha Halchal

ଆଇପିଏଲ୍‌: ଅହମଦାବାଦ୍‌ରେ ହେବ ଫାଇନାଲ ମ୍ୟାଚ୍‌! ଦୁଇ ପ୍ଲେଅଫ୍ ମୁକାବିଲା ନେଇ ଦ୍ୱନ୍ଦ୍ୱ ଜାରି

Odisha Halchal

Leave a Comment