ଅପରାଧଓଡ଼ିଶା ଖବରନ୍ୟୁଜ୍

ସାଇବର ଠକେଇରେ ସମ୍ପୃକ୍ତି ଥିବା ଜଣେ ଯୁବକ ଗିରଫ

ସାଇବର ଠକେଇରେ ସମ୍ପୃକ୍ତି ଥିବା ଜଣେ ଯୁବକ ଗିରଫ

ଭୁବନେଶ୍ବର(ବ୍ୟୁରୋ ଓଡିଶା ହାଲଚାଲ) :- ସାଇବର ଠକେଇରେ ସମ୍ପୃକ୍ତି ଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଅରୁଣାଚଳ ପ୍ରଦେଶ କ୍ରାଇମବ୍ରାଞ୍ଚ୍‌ ପୁଲିସ ଭୁବନେଶ୍ବରରୁ ଗିରଫ କରିଛି। ଅଭିଯୁକ୍ତ ହେଲେ, ନୂଆପଲ୍ଲୀ ବେହେରାସାହି ଅଞ୍ଚଳରେ ରହୁଥିବା ବ‌ାଲେଶ୍ବର ସଦର ଥାନା ବାଲିଆ ଅଞ୍ଚଳର ବିକାଶ ଆଚାର୍ଯ୍ୟ ।

ଭୁବନେଶ୍ବରରେ ଡେରା ପକାଇଥିବା ଅରୁଣାଚଳ ପ୍ରଦେଶ ପୁଲିସ ଆଜି ନୂଆପଲ୍ଲୀ ଥାନା ପୁଲିସ ସହଯୋଗରେ ବିକାଶକୁ ଗିରଫ କରିଛି। ତାକୁ ଭୁବନେଶ୍ବର କୋର୍ଟରେ ହାଜର କରାଯିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡ‌ରେ ଅରୁଣାଚଳପ୍ରଦେଶ ପୁଲିସ ନେଇଛି। ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ହଡ଼ପ ହୋଇଥିବା ୨୪ ଲକ୍ଷ ୮୫ ହଜାର ଟଙ୍କା ବିକାଶ ଆକାଉଣ୍ଟକୁ ଆସିଥିବା ଜଣାପଡ଼ିଛି। ତେବେ ବିକାଶର ସମ୍ପୃକ୍ତି ଥିବା ସାଇବର ଠକ ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ସୂଚନା ମିଳିଛି।

ସୂଚନାନୁସାରେ, ବିକାଶ କୋଲକାତାରେ ଏକ ହୋଟେଲରେ କାମ କରୁଥିଲା। ସେହି ସମୟରେ ସେ ଏକ ସାଇବର ଠକ ଗ୍ୟାଙ୍ଗ୍‌ ସଂସ୍ପର୍ଶରେ ଆସିଥିଲା। ସାଇବର ଠକ ଗ୍ୟାଙ୍ଗ୍‌ ବିକାଶର ଆକାଉଣ୍ଟକୁ ବ୍ୟବହାର କରୁଥିଲେ। ଠକେଇ ଟଙ୍କା ବିକାଶ ଆକାଉଣ୍ଟକୁ ଆସୁଥିଲା‌ ଏବଂ ଧାର୍ଯ୍ୟ କମିସନ ରଖି ସେ ବାକି ଟଙ୍କା ଠକ ଗ୍ୟାଙ୍ଗ୍‌କୁ ଦେଇଦେଉଥିଲା। ଏହା ଭିତରେ ଠକ ଗ୍ୟାଙ୍ଗ୍‌ ଅରୁଣାଚଳ ପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଫସାଇଥିଲେ।

ତାଙ୍କ ଆକାଉଣ୍ଟରୁ ୨୪ ଲକ୍ଷ ୮୫ ହଜାର ଟଙ୍କା କଟି ଯାଇଥିଲା ଏବଂ ବିକାଶର ଆକାଉଣ୍ଟକୁ ଟଙ୍କା ତକ ଆସିଥିଲା। ଠକାମିର ଶିକାର ହେବା ଜାଣିବା ପରେ ଉକ୍ତ ବ୍ୟକ୍ତି କ୍ରାଇମ୍‌ବ୍ରାଞ୍ଚ୍‌ର ଦ୍ବାରସ୍ଥ ହୋଇଥିଲେ। ଅରୁଣାଞ୍ଚଳ ପ୍ରଦେଶ ପୁଲିସ ତଦନ୍ତ କରି ବିକାଶର ସମ୍ପୃକ୍ତି ବାବଦରେ ଜାଣି କୋଲକାତାରେ ଚଢ଼ଉ କଲ‌ାବେଳକୁ ସେ ଭୁବନେଶ୍ବର ଚାଲିଆସିଥିଲା। ତେବେ ଉକ୍ତ ହୋଟେଲ୍‌ରୁ ବିକାଶର ତଥ୍ୟ ହାସଲ କରି ଅରୁଣାଚଳ ପ୍ରଦେଶ ପୁଲିସ ପ୍ରଥମେ ବାଲେଶ୍ବର ଓ ପରେ ଭୁବନେଶ୍ବରରେ ପହଞ୍ଚିଥିଲା।

Related posts

ଓଡିଶାରେ ଛୁଇଁଲା ମୌସମୀ ବର୍ଷା

Odisha Halchal

ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

Odisha Halchal

ଶୀଘ୍ର ଆସିବ 5G: ୪ ଲକ୍ଷ ୩୦ ହଜାର କୋଟି ଟଙ୍କାର ସ୍ପେକ୍ଟ୍ରମ୍ ନିଲାମ

Odisha Halchal

Leave a Comment