ଓଡ଼ିଶା ଖବରନ୍ୟୁଜ୍

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସଵ

ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସଵ

ଗଂଜାମ :-(ନି :ପ୍ର ଓଡିଶା ହାଲଚାଲ)ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ବାର୍ଷିକ ଉତ୍ସଵ ଅନୁଷ୍ଠିତ ହୋଇଛି l ବିଦ୍ୟାଳୟର ପରିଚାଳନା କମିଟି ସଭାପତି କୃଷ୍ଣଚନ୍ଦ୍ର ଛାଟେଇଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ ଯୋଗଦେଇ ଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ l

ମୁଖ୍ୟବକ୍ତା ଭାବେ ଛତ୍ରପୁର ବିଇଓ ସୀତାରାମ ପାତ୍ର ଯୋଗ ଦେଇ ବିଦ୍ୟାଳୟକୁ ନିଜର ମନ୍ଦିର ଭାବି ମୋ ସ୍କୁଲ ଜରିଆରେ ସହଯୋଗର ହାତ ବଢ଼ାଇବାକୁ ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ l ସମ୍ନାନିତ ଅତିଥି ଭାବେ ସିଆରସିସି ରମେଶ ଚନ୍ଦ୍ର ସେଠୀ ,ପୂର୍ବତନ ଜିଲ୍ଲାପରିଷଦ ମୁନା ଦାସ ,ଯୁବନେତା ବାପି ଦାସ ଯୋଗଦେଇଥିଲେ l ପ୍ରଧାନ ଶିକ୍ଷକ ଘନଶ୍ୟାମ ପଣ୍ଡା ବାର୍ଷିକ ବିବରଣୀ ପାଠ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସେଥିରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା l

ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ପରିଶେଷରେ ବରିଷ୍ଠ ଶିକ୍ଷୟତ୍ରୀ ଜ୍ୟୋତ୍ରିମୟୀ ଦାଶ ଧନ୍ୟବାଦ ଅର୍ପଣ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ମମତା ଶବର ,ଉପେନ୍ଦ୍ରଭଞ୍ଜ ମିଶ୍ର , ଜୋଷ୍ଣାରାଣୀ ବିଶ୍ୱାଳ ,ସ୍ୱରଶ୍ମିତା ଦତ୍ତ ,ସ୍ମୃତିମେଧା ମହାପାତ୍ର,ସୁନୀଲ ରାଓ ଙ୍କ ସମେତ ପରିଚାଳନା କମିଟିର ସଦସ୍ୟ ଗଣେଶ ନାହାକ ,ବନମାଳୀ ସ୍ୱାଇଁ ,ପଙ୍କଜ ନାହାକ , ସଦସ୍ୟା ବୃନ୍ଦ ଓ ଅଗସ୍ତିନୂଆଗାଁ ଗ୍ରାମବାସୀ ସହଯୋଗ କରିଥିଲେ l

Related posts

ମଦର ଟେରେସା ସେବା ସଙ୍ଗଠନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Odisha Halchal

ପ୍ରାର୍ଥନା କ୍ଲାସରେ ବିଳମ୍ବରେ ପହଞ୍ଚିବାରୁ ଶହେ ଥର ଉଠବସ୍ କରାଇଲେ ଶିକ୍ଷକ, ୭ ଛାତ୍ରୀ ଅସୁସ୍ଥ

Odisha Halchal

ମାଧ୍ୟମିକ ବିଦ୍ୟାଳୟ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ

Odisha Halchal

Leave a Comment