ମିଥ୍ୟା ଏବଂ ବିଭ୍ରାନ୍ତିକର ଖବର ପରିବେଶଷ କରୁଥିବା ୟୁ ଟ୍ୟୁବ ଚ୍ୟାନେଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ୨୨ଟି ୟୁ ଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଛି କେନ୍ଦ୍ର ସୂଚନା ମନ୍ତ୍ରାଳୟ । ଭାରତର ଜାତୀୟ ସୁରକ୍ଷା, ବୈଦେଶିକ ନୀତି ଏବଂ ସରକାର ନିର୍ଦ୍ଦେଶନାମା ସମ୍ପନ୍ଧୀୟ ବିଭ୍ରାନ୍ତୀକର ଖବର ପ୍ରସାରଣ ନେଇ ଏଭଳି ପଦକ୍ଷେପ ନିଆଯାଇଛି ।
ଭାରତ ସରକାରଙ୍କ ଆଇଟି ରୁଲ ୨୦୨୧ ଅଧିନରେ ପ୍ରଥମ ଥର ପାଇଁ ୧୮ଟି ଭାରତୀୟ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ୍ କରାଯାଇଛି । ଏହାସହିତ ପାକିସ୍ତାନର ୪ଟି ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ବ୍ୟାନ୍ କରାଯାଇଛି ।
ଟିଭି ନ୍ୟୁଜ୍ ଚ୍ୟାନେଲର ଲୋଗୋ ଏବଂ ଥମ୍ବନେଲ ବ୍ୟବହାର କରୁଥିଲେ। ଏହା ସହ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତୀୟ ସଶସ୍ତ୍ର ବାହିନୀ, ଜମ୍ମୁ-କଶ୍ମୀର ଭଳି ବିଭିନ୍ନ ଭାରତ ବିରୋଧୀ ମିଥ୍ୟା ଖବର ପୋଷ୍ଟ କରୁଥିଲେ। ଅନ୍ୟ ଦେଶ ସହ ସଂପର୍କ ତିକ୍ତ କରିବା ପାଇଁ ବ୍ଲକ ହୋଇଥିବା ଭାରତୀୟ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସହ ଜଡ଼ିତ ମିଥ୍ୟା ଖବର ଦେଖାଯାଉଥିଲେ।