ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବରଭିଡିଓ

ଚାକିରୀ ଦେବା ନାମରେ ଚାଲିଛି ନକଲି ସାମ୍ବାଦିକଙ୍କ ଠକ ରାକେଟ

ସାମ୍ବାଦିକତା ନାମରେ କଳଙ୍କ। ସାମ୍ବାଦିକତା ନାମରେ ଜାଲ ସଂସ୍ଥା ଖୋଲି ଲୋକଙ୍କୁ ଜାଲ ନିଯୁକ୍ତିପତ୍ର ଦେଇ କୋରାପୁଟ ଜିଲ୍ଲା ଦାମନଜୋଡି ପୁଲିସ ହାତରେ ଧରାପଡିଛନ୍ତି ୫ ଜଣ ନକଲି ସାମ୍ବାଦିକ। ଅଭିଯୁକ୍ତମାନେ ହେଲେ ରାୟଗଡ ସହରର ସୁଧୀର କୁମାର ଚୌଧୁରୀ, ତାଙ୍କ ପୁଅ ସନ୍ତୋଷ କୁମାର ଚୌଧୁରୀ, ସନ୍ତୋଷ କୁମାର ବରାଡ, କମଳ ଲୋଚନ ମହାନ୍ତି ଓ ଅଭିମନ୍ୟୁ ମିଶ୍ର।

ତଦନ୍ତ କରିବା ପରେ ସେମିଳିଗୁଡାର ଏକ ସମ୍ବ୍ରାନ୍ତ ହୋଟେଲରୁ ଭୁବନେଶ୍ବରର ୩ଜଣକୁ ଗିରଫ ହୋଇଥିଲେ। ପୁଲିସ ଏହା ସହ ତାଙ୍କ ନିକଟରୁ ୫୫ଟି ଗେଟ୍‌ ପାସ, ନାଲକୋ, ହାଲ, ଜିନ୍ଦଲ, ଏଚସିଏଲ ଭଳି ଦେଶର ନାମି କମ୍ପାନିଗୁଡିକର ନାମରେ ୧୭ଟି ଷ୍ଟାମ୍ପ, କଲର ପ୍ରିଣ୍ଟର, ଲ୍ୟାପ୍‌ଟପ୍‌, ଡେସ୍କଟପ, କମ୍ପ୍ୟୁଟର ହାର୍ଡ-ଡିସ୍କ ସହ ୨୧ ହଜାର ନଗଦ ଟଙ୍କା ଜବତ କରିଛି । ତା ସହ ଭଡାରେ ଆଣି ସେମାନେ ବ୍ୟବହାର କରୁଥୁବା ଇନୋଭା କାରକୁ ମଧ୍ୟ ଜବତ କରିଛି।

ଚୌଧୁରୀ ବାପ-ପୁଅ ଏକ ସଂସ୍ଥା ଖୋଲି ନିଯୁକ୍ତି ଦେବା ନାମରେ ପୋଷ୍ଟର ବ୍ୟାନର ଛାପି ଶିକ୍ଷିତ ଯୁବକଙ୍କୁ ଟାର୍ଗେଟ କରୁଥିଲେ। ଏଥି ପାଇଁ ସେମାନେ ଜଣେ ବ୍ୟକ୍ତିଙ୍କ ଠାରୁ ୪୦ ହଜାର ଟଙ୍କା ନେଉଥିଲେ। ନିଯୁକ୍ତିପତ୍ର ଦେବା ସହ ଦାମନଜୋଡି ନାଲକୋ ଓ ହାଲ ସୁନାବେଡାରେ କଣ୍ଟ୍ରାକଚୁଆଲ ନିଯୁକ୍ତି ଦେଇଛନ୍ତି। କେବଳ ନିଯୁକ୍ତିପତ୍ର ଦେଇ ନାହାନ୍ତି। ବରଂ କାରଖାନା ମଧ୍ୟକୁ ପ୍ରବେଶ କରିବାକୁ ନକଲି ଗେଟ ପାସ୍‌ ମଧ୍ୟ ଦେଇଥିଲେ। ଏହି ଭଳି ଭାବେ କୋରାପୁଟ ଜିଲ୍ଲାର ୭୦ ଜଣ ପିଲାଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଁଏ ନେଇ ନିଯୁକ୍ତି ପତ୍ର ଦେଇଥିଲେ।

ଦାମନଜୋଡି ନାଲକୋ କାରଖାନାରେ ନିଯୁକ୍ତିପତ୍ର ଓ ଗେଟ ପାସ୍‌ ମିଳିବାପରେ ଦାମନଜୋଡି କାରଖାନାକୁ କାମ କରିବାକୁ ତିନି ଜଣ ଯୁବକ ଯାଉଥୁବାବେଳେ ମୁଖ୍ୟ ପ୍ରବେଶ ଫାଟକରେ ସୁରକ୍ଷା କର୍ମୀ ପାସ ଗୁଡିକ ଯାଞ୍ଚ କରିଥିଲେ । ଗେଟ ପାସ ନକଲି ହୋଇଥିବା ଜାଣି ପୁଲିସକୁ ସୁଚନା ଦେଇଥିଲେ। ଅଭିଯୋଗ ମିଳିବାପରେ ସୁନାବେଡା ଏସଡିପିଓ ମନୋଜ ବେହେରାଙ୍କ ତତ୍ବାବଧାନାରେ ଦାମନଜୋଡି, ସୁନାବେଡା ସମେତ ତିନୋଟି ଥାନାର ଅଧିକାରୀଙ୍କୁ ନେଇ ଟିମ୍‌ ଗଠନ କରାଯାଇ ତଦନ୍ତ କରିଥିଲେ ।

ଚାକିରୀ ଦବ ନାମରେ ଚାଲିଛି ନକଲି ସାମ୍ବାଦିକଙ୍କ ଠକ ରାକେଟ , ଦେଖିବାକୁ ବାକି ରହିଲା ଏହି ନକଲି ସାମ୍ବାଦିଙ୍କ ନକଲି ଚାକିରୀ ଚେର କେଉଁ କେଉଁ ଜାଗା ବ୍ୟାପିଛି ଆଉ ପୋଲିସର ତଦନ୍ତ କେଉଁ ଆଡକୁ ଗତି କରୁଛି

Related posts

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଅପହରଣ

Odisha Halchal

ପୁଣି ଥରେ ମହାମାରୀ କୋରନାର ପ୍ରକୋପ

Odisha Halchal

କୃଷକମାନଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ରୀୟ ଯୋଜନା ଗୁଡ଼ିକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦୀ

Odisha Halchal

Leave a Comment