ଅପରାଧଓଡ଼ିଶା ଖବରନ୍ୟୁଜ୍

ପାଞ୍ଚ ଦିନ ଧରି ଅନେକ ଖୋଜାଖୋଜି ପରେ ମିଳିଲା ମୃତ ଦେହ

ପାଞ୍ଚ ଦିନ ଧରି ଅନେକ ଖୋଜାଖୋଜି ପରେ ମିଳିଲା ମୃତ ଦେହ

କେନ୍ଦ୍ରାପଡା :-(ରିପୋର୍ଟ :-ତ୍ରିଲୋଚନ ବେହେରା )ଲକ୍ଷ୍ମୀନାରାୟଣ ପୁର ଛକ ନିକଟ ପୋଖରୀରେ ମୃତ ଦେହ l ମୃତକ ସ୍ଥାନୀୟ ଅଞ୍ଚଳ ର ବୈଷ୍ଟବ ମୁଦୁଲି ବୋଲି ଜଣା ପଡିବା ପରେ ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ lପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ l

ପାଞ୍ଚ ଦିନ ହେବ ବୈଷ୍ଟବ ନିଖୋଜ ଥିବା ଡେରାବିଶ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ l ତେବେ ପାଞ୍ଚ ଦିନ ଧରି ଅନେକ ଖୋଜାଖୋଜି ପରେ ମଧ୍ୟ ବୈଷ୍ଟବ ଙ୍କ କୌଣସି ଖବର ନ ମିଳିବା ଆଉ ହଟାତ ତାଙ୍କ ମୃତ ଦେହ ଲକ୍ଷ୍ମୀନାରାୟଣ ପୁର ଛକ ନିକଟରେ ଥିବା ଆଣ୍ଠିଏ ପାଣିର ପୋଖରୀରେ ମିଳିବା କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ପରିବାର ଲୋକେ l

ଏନେଇ ପରିବାର ଲୋକେ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଡେରାବିଶ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

Related posts

ହିଜାବ ବିବାଦ ଉପରେ ପ୍ରତିକ୍ରିୟା ରଖିଲେ ସାଂସଦ

Odisha Halchal

ଆଧାର ନ ଥିବାରୁ ପେନସନ ରୁ କଟିଲେ ବିକଳାଙ୍ଗ

Odisha Halchal

ଆଦର୍ଶ ସ୍କୁଲ ର ଶିକ୍ଷାଦାନ ଆରମ୍ଭ

Odisha Halchal

Leave a Comment