ଅପରାଧଓଡ଼ିଶା ଖବରନ୍ୟୁଜ୍

ବେଆଇନ ଭାବରେ ଲାଗିଥିବା ଏକର ଏକର ଜମିରେ ଗଞ୍ଜେଇ ଗଛକୁ ନଷ୍ଟ କଲା ଅବକାରୀ ବିଭାଗ

ବେଆଇନ ଭାବରେ ଲାଗିଥିବା ଏକର ଏକର ଜମିରେ ଗଞ୍ଜେଇ ଗଛକୁ ନଷ୍ଟ କଲା ଅବକାରୀ ବିଭାଗ

ଚିତ୍ରକୋଣ୍ଡା :- (ରିପୋର୍ଟ :-ସହଦେବ ପାଙ୍ଗି) ସ୍ଵାଭିମାନ ଅଞ୍ଚଳ ରେ ବେଆଇନ ଭାବେ ଲଗାଯାଇଥିବା ଗଞ୍ଜେଇ ଗଛକୁ କାଟି ସଫା କରିଛନ୍ତି ଅବକାରୀ ଓ ଚିତ୍ରକୋଣ୍ଡା ପୋଲିସ । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ କୋଟି ୮୦ ହଜାର ଟଙ୍କା ହେବ ବୋଲି ଅବକାରୀ ଓ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଚିତ୍ରକୋଣ୍ଡା ସ୍ଵାଭିମାନ ଅଞ୍ଚଳରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ଅଞ୍ଚଳର ବିକାଶ ଧାରା ଦ୍ରୁତ ଗତିରେ ବଢିବା ସହ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ ଜୀବିକା ପାଇଁ ଏକର ଏକର ଜମିରେ କରାଯାଉଛି ହଳଦୀ ଚାଷ । ତଥାପି ଗଞ୍ଜେଇ ଚାଷ କୁ ଏକ ଲାଭଜନକ ଚାଷ ବୋଲି ଭାବି ଅଞ୍ଚଳ ବସିନ୍ଧା ବେଆଇନ ଭାବେ କରିଚାଲିଛନ୍ତି ଗଞ୍ଜେଇ ଚାଷ ।

ସ୍ଵାଭିମାନ ଅଞ୍ଚଳରେ ବେଆଇନ ଭାବେ ଚାଷ କରିଥିବା ଗଞ୍ଜେଇ ର ଖବର ପାଇ ପୋଲିସ ପକ୍ଷରୁ ଅଚାନକ ଭାବେ ଚଢଉ କରି ଏକର ଏକର ଜମିରେ ହୋଇଥିବା ଗଞ୍ଜେଇ ଗଛ କୁ କାଟି ପୋଡି ସଫା କରିଛନ୍ତି ଅବକାରୀ ଓ ଚିତ୍ରକୋଣ୍ଡା ପୋଲିସ । ବର୍ତମାନ ଏହି ଗଞ୍ଜେଇ ଅମଳ କରି ବିକ୍ରି କରିବା ପାଇଁ ପ୍ରସ୍ତୁତି ନେଉଥିବା ବେଳେ , ୩୦ ଏକର ଜମିରେ ଲାଗିଥିବା ସମସ୍ତ ଗଞ୍ଜେଇ ଗଛ କୁ କାଟି ସଫା କରିଦେଇଥିବା ଦେଖିବାକୁ ମିଳିଛି ।

Related posts

ଭାରତ ବନ୍ଦ ଯୋଗୁ ମିଳିବନି କି ପେଟ୍ରୋଲ, ସ୍ପଷ୍ଟ କଲା ସଂଘ

Odisha Halchal

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଘେରିଲା ବିଜେପି

Odisha Halchal

ଛତ୍ରପୁର ଥାନା ଏ ଏସ ଆଇଙ୍କୁ ସମ୍ଭର୍ଦ୍ଧନା

Odisha Halchal

Leave a Comment