ଓଡ଼ିଶା ଖବରନ୍ୟୁଜ୍

ପରିବର୍ତ୍ତନର ସ୍ୱର ଆରମ୍ଭ କରିଛି କଂଗ୍ରେସ

ପରିବର୍ତ୍ତନ ସ୍ୱର ଆରମ୍ଭ କରିଛି କଂଗ୍ରେସ

କଟକ :-ପରିବର୍ତ୍ତନ ସ୍ୱର ଆରମ୍ଭ କରିଛି ମାହାଙ୍ଗା କଂଗ୍ରେସ l ଚିରାଚରିତ ପ୍ରଥାରୁ ଓହରି ମାହାଙ୍ଗା କଂଗ୍ରେସର ଟାଣୁଆ ନେତା ଦେବେନ୍ଦ୍ର ସାହୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ପାଇକରାପୁର ପଞ୍ଚାୟତ ଟାଣୁଆ ନେତା ଅଶୋକ ରାଉତଙ୍କ ତାଙ୍କ ସହିଯୋଗୀ ମାନଙ୍କ ସହିତ ବିଜେପି ଦଳ ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି l ପାଇକରାପୁର ଓ ରାହାଣିଆ ପଞ୍ଚାୟତର ପ୍ରାୟ 50 ରୁ ଉର୍ଦ୍ଧ ବିଜେଡ଼ି ଓ ବିଜେପି କ୍ରମୀ କଂଗ୍ରେସରେ ଯୋଗଦେବା ମାହାଙ୍ଗା ରାଜନୀତିରେ ହଲଚଲ ସୃଷ୍ଟି କରିଛି l

ଶାସକ ବିଜେଡ଼ି ଦଳର ଅତ୍ୟାଚାର ଓ ମାହାଙ୍ଗା ବିଜେପି ନେତାଙ୍କ ମନମାନିକୁ ଦମନ କରିବା ପାଇଁ ସେ କଂଗ୍ରେସରେ ଯୋଗଦେଇଛନ୍ତି ବୋଲି ପ୍ରକାଶ କରିଥିଲେ l ବୋଧ ହୁଏ ମାହାଙ୍ଗାରୁ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହେବାକୁ ଯାଉଛି l ଯେତେବେଳେ ଦେଖାଯାଏ ଓଡ଼ିଶାର ବିଭିନ୍ନ ବ୍ଲକ ସ୍ତରରେ ବିଭିନ୍ନ ଦଳ ଛାଡ଼ି ଶାସକ ଦଳ ମୁଖା ହେଉଥିବା ନେତୃବୃନ୍ଦ ଗାଲରେ ଶକ୍ତ ଚାପୁଡ଼ା ମାରି ମାହାଙ୍ଗା କଂଗ୍ରେସର ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱକୁ ବାଃ ବାଃ କହିବାକୁ ପଡ଼ିବ l ଶ୍ରୀ ସାହୁଙ୍କ ସାଙ୍ଗଠନିକ ଦକ୍ଷତା ଯୋଗୁ ଆଜି ମାହାଙ୍ଗା କଂଗ୍ରେସ ସୃଦୃଢ଼ ହୋଇଛି l ସହ ସହ ଲୋକେ ଆଜି କଂଗ୍ରେସ ଶିବିରରେ l ଏହି ପରିପେକ୍ଷୀରେ ଶ୍ରୀଯୁକ୍ତ ଦେବେନ୍ଦ୍ର ସାହୁ କହିଥିଲେ ବର୍ତ୍ତମାନ ସରକାର ଯେଉଁ ମାଗଣା ଯୋଜନା ଲୋକଙ୍କ ମୁଣ୍ଡ କିଣିଛି ପ୍ରକୃତରେ ସେ ସବୁ ଯୋଜନା କଂଗ୍ରେସ ସରକାରଙ୍କ ଅବଦାନ l

ଶାସକ ଦଳ ପୁରୁଣା ଯୋଜନାରେ କେବଳ ନୂଆ ଲେପ ଦେଇ ଲୋକଙ୍କ ମୁଣ୍ଡ କିଣିଛି l ଅହେତୁକ ଦରଦାମ ବୃଦ୍ଧି, ବେରୋଜଗାରୀ ଓ ମହିଳାମାନଙ୍କୁ ସ୍ୱଙ୍ଗ ସାହାୟିକା ଗୋଷ୍ଟି କୁ ବିଭ୍ରାନ୍ତ କରାଇ ଦଳିଅ କାର୍ଯ୍ୟକ୍ରମକୁ ବାଧ୍ୟ୍ୟ କରାଇ ଡ଼ାକିବା… ଏକ ପ୍ରହସନ ଚଳାଇଛନ୍ତି ବୋଲି କହିଥିଲେ l 2024 ବିଧାନସଭା ନିର୍ବାଚନରେ ମାହାଙ୍ଗା ବାସୀ ଉଚ୍ଚିତ ଜବାବ ଦେବେ ବୋଲି ଜନମତ ଦେଇଥିଲେ l ମାହାଙ୍ଗା କଂଗ୍ରେସର ଗଡ଼ ଥିଲା ଏବଂ କଂଗ୍ରେସ ପୁଣି ଆସୁଛି ବୋଲି ଶ୍ରୀ ସାହୁ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ l

Related posts

ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ନିଆଁ

Odisha Halchal

ରାଜ୍ୟ ସ୍ତରୀୟ ବେଟ୍ ବିଣ୍ଟନ ପ୍ରତିଯୋଗିତା ନିମନ୍ତେ ପ୍ରସ୍ତୁତି

Odisha Halchal

ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ନିର୍ମାଣ ପାଇଁ ଆନ୍ଦୋଳନ

Odisha Halchal

Leave a Comment