ଓଡ଼ିଶା ଖବରନ୍ୟୁଜ୍

ସେବା ଭାରତୀ ତରଫରୁ ଅଗ୍ନିବିପର୍ଣ୍ଣ ଙ୍କୁ ସହାୟତା

ସେବା ଭାରତୀ ତରଫରୁ ଅଗ୍ନିବିପର୍ଣ୍ଣ ଙ୍କୁ ସହାୟତା

ରାୟଗଡା:-(ରିପୋର୍ଟ :-ପ୍ରସାଦ ସାହୁକାର)କୋଲନରା ବ୍ଲକ ବଡ ଖିଲାପଦର ପଞ୍ଚାୟତ ଅନ୍ତର୍ଗତ ଲକ୍ଟିଗୁଡା ଗାଁରେ ବିଳମ୍ବିତ ରାତିରେ ଆକସ୍ମିକ ଭାବେ ଭୟାବହ ଅଗ୍ନିକାଣ୍ଡ ଘଟି ସାତ ଟି ଘର ପୋଡି ପାଉଁଶ ହୋଇଯାଇଅଛି । ଗ୍ରାମବାସୀମାନେ ନିଆଁକୁ ଲିଭାଇବାକୁ ଚେଷ୍ଟା କରିବା ସହ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳବାହିନୀ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥଲେ କିନ୍ତୁ ଅଗ୍ନିକାଣ୍ଡର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ଘରୁ କୌଣସି ଜିନିଷ ପତ୍ର ବାହାର କରିବା ସମ୍ଭବ ହୋଇ ନଥିଲା ।

ଫଳରେ ଘରେ ଥିବା ଟଙ୍କା, ଧାନ, ଚାଉଳ, ଆସବାବପତ୍ର ନିମିଷକେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ସୌଭାଗ୍ୟ ବଶତଃ କୌଣସି ଜନ ଜୀଵନ କ୍ଷୟ କ୍ଷତି ହୋଇନାହିଁ. , ଏହା ଏକ ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ।ତେବେ ଘଟଣା ର ସୂଚନା ମିଳିବା କ୍ଷଣି ଆଜି ରାୟଗଡା ଜିଲ୍ଲା ସେବା ଭାରତୀ ତରଫରୁ ଅଗ୍ନି ବିପର୍ଣ୍ଣ ମାନଙ୍କୁ ସହାୟତା ର ହାତ ବଢ଼ା ହେଇଛି. ଏହି ପରିପେକ୍ଷୀରେ ପ୍ରଭାବିତ ଲୋକଙ୍କୁ ଜିଲ୍ଲା ସେବା ଭାରତୀ ତରଫରୁ କମଳ, ଶୀତ ବସ୍ତ୍ର, ଲୁଙ୍ଗି, ଗାମୁଛା, ଶାଢ଼ୀ, କିଛି ଶୁଖିଲା ଖାଦ୍ୟ ଏବଂ ଜରି ତ୍ରିପାଲ ବଣ୍ଟନ କରାଯାଇଥିଲା. ଯୋଗୀ ଶ୍ରୀ ଚୈତନ୍ୟ ରାମ ଜି ଙ୍କ ମାର୍ଗଦର୍ଶନ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ଓଡ଼ିଶା ପଶ୍ଚିମ ପ୍ରାନ୍ତ ସେବା ପ୍ରମୁଖ ପ୍ରଚାରକ ଶ୍ରୀ ଦୀପକ କୁମାର ରାଉତ ଙ୍କ ତତ୍ୱାବଧାନ ରେ, ଏବଂ ସେବା ଭାରତୀ ଜିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା ଙ୍କ ପରିଚାଳନା ରେ ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା

. ଏହି କାର୍ଯ୍ୟକ୍ରମ କୁ ସେବା ଭାରତୀ ଜିଲ୍ଲା ଉପସଭାପତି ଶ୍ରୀ ରଞ୍ଜିତ ବିଷୋୟୀ, ଜିଲ୍ଲା ମହିଳା ପ୍ରମୁଖ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ, ଜିଲ୍ଲା ସଦସ୍ୟ ଶ୍ରୀମତୀ ଦୁଃଖୀ ହୁଇକା ଏବଂଶ୍ରୀ ବିଜୟ କୁମାର ମିଶ୍ର, ସକ୍ଷମ ପ୍ରାନ୍ତ ୟୁଵା ପ୍ରମୁଖ ଶ୍ରୀ ଶ୍ୟାମ କୁମାର ଦାଶ, ଏବଂ ଶ୍ରୀ ରାଜେନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ.ଆଗାମି ଦିନରେ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର ଯୋଗେଇ ଦେବା ପାଇଁ ଏବଂ ଅନ୍ୟାନ୍ଯ ସହଯୋଗ ପାଇଁ ଜିଲ୍ଲା ପ୍ରଶାଶନ ର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟା ଭୂଷଣ ପଣ୍ଡା କହିଛନ୍ତି.

Related posts

ଆଖିବୁଜିଲେ ବଲିଉଡର ଆଉ ଜଣେ ବର୍ଷିଆନ ଅଭିନେତା

Odisha Halchal

ଷାଠିଏ ଫୁଟ ଉଚ୍ଚତା ର ତୁଳସୀ ବୃକ୍ଷ

Odisha Halchal

ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତିଙ୍କ ବିରୋଧରେ ଲାଗିଲା ବେନାମୀ ପୋଷ୍ଟର

Odisha Halchal

Leave a Comment