ଓଡ଼ିଶା ଖବରନ୍ୟୁଜ୍

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଘେରିଲା ବିଜେପି

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ଘେରିଲା ବିଜେପି

ନବରଂଗପୁର:-ରାଜ୍ୟର ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦ ରେ ୨୮.୨.୨୩ ତାରିଖ ଦିନ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ବିଧାନ ସଭା ଘେରାଉ କରାଯାଇଥିଲା। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ସ୍ୱର ଉତ୍ତୋଳନ କରିଥିବା ବେଳେ ସାଧା ପୋଷାକଧାରୀ ବିଜେଡି ଗୁଣ୍ଡା ଓ ପୋଲିସ ଏବଂ ଶାସକ ଦଳର ଗୁଣ୍ଡା ମାନଙ୍କର ମିଳିତ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ ଚିକିତ୍ସାଧୀନ ଅଛନ୍ତି।

ତାହାର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପୋଲିସ ଅଧିକାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟର ବିଭିନ୍ନ ଥନାରେ ଏତଲା ଦେଇଥିଲା। କିନ୍ତୁ ଏତଲା ଗ୍ରହଣ ନ କରିବା ସହ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଦୁର୍ଭାଗ୍ୟ ଜନକ ବୋଲି ଗୌରୀ ଶଙ୍କର ମାଝୀ କହିଛନ୍ତି।ପୋଲିସର କିଛି ଅଫିସର ବିଜେଡିର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି, ତାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ ବୋଲି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ କହିଛନ୍ତି। ଅନ୍ୟପଟେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟରେ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିବା ସହ ରାଜ୍ୟରେ ଗଣତନ୍ତ୍ରର ହତ୍ୟା କରାଯାଉଛି।

ଓଡିଶାର ନାଗରିକ ଶାନ୍ତି ପୂର୍ଣ୍ଣ ଭାବେ ପ୍ରଦିବାଦ ଓ ଆନ୍ଦୋଳନ କରିବା ଅଧିକାର କୁ ବିଜେଡି ସରକାର ଗୋଳା ରୋଧ କରି ଚାଲିଛି ଯାହାକି ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭଙ୍କର ନାହିଁ ବୋଲି ଶ୍ରୀ ଗଣ୍ଡ କହିଛନ୍ତି। ଆଜି ସ୍ମାରକ ପତ୍ର ପ୍ରଦାନ ସମୟରେ ବିଜେପିର ଜିଲ୍ଲା ସଭାପତି ଶ୍ରୀ ଜଗଦୀଶ ବିଶୋଇ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଚନ୍ଦ୍ରଭାନୁ ନାୟକ,ଶର୍ମିଷ୍ଠା ଦେଓ, lଶ୍ରୀଧର ପାତ୍ର, ସୁଭଜିତ ପାଣିଗ୍ରାହୀ, ଭିକି ରଥ,ବାବୁଲା ନାୟକ, ଭିକି ଜେନା, କୁନା ସିଂ,ସୁକାନ୍ତି ବେହେରା,ରୀନା ତ୍ରିପାଠୀ, ଶୁଭମ୍ ଚୌଧୁରୀ,ସରୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ପୋଲିସ୍ ହାତରେ 5ଜଣିଆ ଡକାୟତି ଗ୍ୟାଙ୍ଗ

Odisha Halchal

ଜୀବନ୍ତ ବ୍ରଜକାପ୍ତା ଓ ୩ ଗୋଟି ବାଇକ ସହ ୬ଜଣ ଗିରଫ

Odisha Halchal

ବଣୁଆ ହାତୀ ଙ୍କ ଉପଦ୍ରବ

Odisha Halchal

Leave a Comment