ବାତ୍ୟା ନେଇ ‘ଗୁଜବ’ଠାରୁ ଦୂରେଇ ରହିବାକୁ ପରାମର୍ଶ। ଏନେଇ ଟ୍ୱିଟ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ସୂଚନା ଜାରି କାରିନାହିଁ ।
ଏନେଇ କୌଣସି ପୂର୍ବାନୁମାନ କରିନଥିବା ଟ୍ୱିଟ କରି ସୂଚନା ଜାରି କରିଛି । ବାତ୍ୟା ନେଇ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ତେବେ ବଙ୍ଗୋପସାଗରରେ ଅନ୍ୟାନ୍ୟ ମଡେଲ ମହାବତ୍ୟା ନେଇ ସତର୍କ କରିଛନ୍ତି ।
ସେପଟେ ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ତେବେ ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରେ ସୁପର ସାଇକ୍ଲୋନ ସୃଷ୍ଟି ହେବ।ଏନେଇ ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥା ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସର ପୂର୍ବାନୁମାନ କରିଛି।