ଓଡ଼ିଶା ଖବରନ୍ୟୁଜ୍

ପଲିଥିନ୍ ତଳେ ଗଢ଼ା ଚାଲିଛି ଭବିଷ୍ୟତ

ପଲିଥିନ୍ ତଳେ ଗଢ଼ା ଚାଲିଛି ଭବିଷ୍ୟତ

ନବରଙ୍ଗପୁର (ଓଡିଶା ହାଲଚାଲ):-ବିକାଶ ର ନଗ୍ନ ନମୁନା । ପଲିଥିନ୍ ତଳେ ଗଢ଼ା ଚାଲିଛି ଆଗାମୀ ଭବିଷ୍ୟତ।ଶିକ୍ଷା କ୍ଷେତ୍ର ରେ ଉନ୍ନତି ଆଣିବା ପାଇଁ ପିଲା କୁ ପୃଷ୍ଟିକର ଖାଦ୍ୟ ଦେବା ପାଇଁ ସରକାର ଅଙ୍ଗନୱାଡି କେନ୍ଦ୍ର କୁ ଅନେକ ସହାୟତା ଦେଇ ଆସୁଛନ୍ତି ହେଲେ ଯୋଜନା ଆଜି ଅଟକି ଯାଇଛି ଯୋଜନ ଦୁର ରେ l ପଛୁଆ ଜିଲ୍ଲା ର ବିକଳ ଚିତ୍ର ବାରମ୍ବାର ଏଥିପ୍ରତି ଆମେ ଖବର ପ୍ରସାରଣ କରି ଆସୁଛୁ କିନ୍ତୁ ସୁଧୁରି ବାର ନାମ ନେଉନାହିଁ ଜିଲ୍ଲା ର ଘଟଣା l ସବୁକ୍ଷେତ୍ର ରେ ଅଭିଯୋଗ ର ଲମ୍ବା ଫର୍ଦ କିନ୍ତୁ କାର୍ଯ୍ୟାନୁଷ୍ଠାନ ସବୁବେଳେ ଶୂନ l ସରକାର ଙ୍କ ଯୋଜନା କେଉଁଠି ବାଟ ମାରଣା ହେଉଛି ତାହାର ଟେର ପାଇ ପାରୁନାହାନ୍ତି ସାଧାରଣ ଜନତା l କେମିତି ଝାଟି କୁଡ଼ିଆ ରେ ପ୍ରାଥମିକ ଶିକ୍ଷା ଦେଇ ଗଢ଼ା ଚାଲିଛି କୁନି କୁନି ପିଲାଙ୍କ ଭବିଷ୍ୟତ। ବିକାଶ ର ନଗ୍ନ ନମୁନା ଏଠାରେ ଦେଖିବାକୁ ମିଳିଛି । ନବରଙ୍ଗପୁର ଜିଲ୍ଲା ସବୁବେଳେ ଅବହେଳିତ l

ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ର ରେ ଆଜି ମଧ୍ୟ ଜିଲ୍ଲା ବହୁତ ପଛୁଆ l ସରକାର ଙ୍କ ମାଳ ମାଳ ଯୋଜନା ସତେ ଯେମିତି ସାତ ସପନ ଏଠାକାର ଲୋକ ଙ୍କ ପାଇଁ l ସବୁବେଳେ ସବୁ କ୍ଷେତ୍ର ରେ ଦୁର୍ନୀତି ର ଗନ୍ଧ କୁ ସ୍ପଷ୍ଟ ବାରି ପାରୁଛନ୍ତି ସାଧାରଣ ଜନତା l ଆଜି ମଧ୍ୟ ପଲିଥିନ୍ ତଳେ ଗଢ଼ା ଚାଲିଛି ଆଗାମୀ ଭବିଷ୍ୟତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡହଣା ପଞ୍ଚାୟତ ଅନ୍ତର୍ଗତ ପଖନାଗୁଡ଼ା ଗାଁ ରେ l କୁନି ପିଲାଙ୍କ ପ୍ରାଥମିକ ଶିକ୍ଷା ନିମନ୍ତେ ଗାଁ ରେ ଅଛି ଅଙ୍ଗନୱାଡି କେନ୍ଦ୍ର ହେଲେ ଅଙ୍ଗନୱାଡି କେନ୍ଦ୍ର କୁ ଦେଖିଲେ ଲାଗୁଛି ସତେ ଯେମିତି ଡିଜିଟାଲ ଭାରତ ରେ ଅଭିଶପ୍ତ ଜୀବନ ଜିଉଁଛନ୍ତି ସେଠାକାର ଲୋକେ ଆଉ ବିଶେଷ ପ୍ରଭାବ ସିଧା ସଳଖ ପଡୁଛି ଏଈ କୁନି ପିଲାଙ୍କ ଉପରେ l

ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ପାଇଁ ଦୀର୍ଘ ଦିନରୁ ଘର ଆସିଛି ଘର କାମ ମଧ୍ୟ ଆରମ୍ଭ ହୋଇଛି ସତ କିନ୍ତୁ ଦୀର୍ଘ ଦିନ ହେବ ଅଧ ପନ୍ତରିଆ ହୋଇ ପଡି ରହିଛି l ଠିକାଦାର କାମ ସାରୁନାହିଁ କି ପ୍ରଶାସନ ମଧ୍ୟ ତତ୍ପରତା ଦେଖାଉନାହିଁ l ତିଆରି ହେଉଥିବା ଘର ମଧ୍ୟ ନଷ୍ଟ ହେବାକୁ ବସିଲାଣି ଆଜି ଯାଏ କବାଟ ଝରକା କି ପ୍ଲାଷ୍ଟେରିଙ୍ଗ ମଧ୍ୟ କରା ଯାଇନାହିଁ l ଅଙ୍ଗନୱାଡି କର୍ମୀ କହୁଛନ୍ତି ଘଟଣା ସମ୍ପର୍କ ରେ ଆମେ ବାରମ୍ବାର ଲେଖି ଜଣାଇଛୁ ହେଲେ ଆଜି ଯାଏଁ ଆମକୁ ଅଙ୍ଗନୱାଡି କେନ୍ଦ୍ର ଦେଇ ପାରିଲେ ନାହିଁ l ଖରା ବର୍ଷା ଶୀତ ରେ ଦୀର୍ଘ ବର୍ଷ ରୁ ପିଲା ସେମିତି ଅବସ୍ଥା ରେ ପଢ଼ୁଥିବା ର ଅଭିଯୋଗ କରିଛନ୍ତି ଗାଁ ର ୱାର୍ଡ ମେମ୍ବର l ୨୨ ରୁ ଉର୍ଦ୍ଧ ପିଲା ଉକ୍ତ କେନ୍ଦ୍ର ରେ ରହିଥିବା ବେଳେ 12, 13 ପିଲା ଆଜି ଉପସ୍ଥିତ ଥିଲେ l ଅଙ୍ଗନୱାଡି ଦିଦି ଜଣକ ଆମକୁ ଦେଖି ପିଲାଙ୍କୁ ଆଣି ବହି ଦେଇଥିଲେ ତାହେଲେ ପିଲାଙ୍କୁ ଶିକ୍ଷା କେମିତି ଦିଆ ଯାଉଛି ତାହା ଏଥିରୁ ପୁରା ସ୍ପଷ୍ଟ ବାରି ହେଉଛି l

ପିଲାଙ୍କ ପାଇଁ ଅନ୍ୟ ଘର ଅଗଣା ରେ ରୋଷେଇ କରି ଖାଇବାକୁ ଦିଆ ଯାଉଛି । ବର୍ତ୍ତମାନ ବର୍ଷା ଦିନ ଆରମ୍ଭ ହୋଇଥିବା ବେଳେ ପିଲା କେଉଁଠି ବସି ଶିକ୍ଷା ପାଇବେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ l ପିଲାଙ୍କ ଭବିଷ୍ୟତ କୁ ଆଖି ଆଗରେ ରଖି ଅଙ୍ଗନୱାଡି କର୍ମୀ ଯଥାଶୀଘ୍ର ଘର ଯୋଗାଇ ଦେବା ପାଇଁ ଦାବି କରୁଛନ୍ତି lକିଏ କହୁଛି 2-4 ବର୍ଷ ହେଲା ଏମିତି ଅବସ୍ଥା ତ ଆଉ କିଏ କହୁଛି ଦୀର୍ଘ ବର୍ଷ ଧରି ଏହି ଗାଁ ରେ ଏପରି ଅବସ୍ଥା ଲାଗି ରହିଛି ବୋଲି l ଏନେଇ ଆମେ ନନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିଥିଲୁ ସେ କହିଛନ୍ତି ଯଥାଶୀଘ୍ର ସମସ୍ୟା ର ସମାଧାନ କରିବେ ଆଉ କଣ ପାଇଁ ଆଜିଯାଏ ଘର ସମ୍ପୂର୍ଣ ହୋଇନାହିଁ ତାହାର ତଦାରଖ କରିବା ସହ ପିଲାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାର ବ୍ୟବସ୍ଥା କରିବେ l ଦୀର୍ଘ ବର୍ଷ ଧରି ଲାଗି ରହିଥିବା ସମସ୍ୟା କେବେ ସମାଧାନ ହେଉଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା l

Related posts

ଚଇତି ପରବ ପାଳନ ବେଳେ ରକ୍ତାକ୍ତ ସଂଘର୍ଷ, ୨ମୃତ

Odisha Halchal

ପିଉସୀ ଙ୍କୁ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କଲା ମଦ୍ୟପ ପୁତୁରା

Odisha Halchal

ଓଡିଶାରୁ ଛତିଶଗଡରେ ମିଶିବେ ଜାମଲିପଡ଼ା ଗ୍ରାମବାସୀ

Odisha Halchal

Leave a Comment