ଓଡ଼ିଶା ଖବରନ୍ୟୁଜ୍

ପୁଣି କଳାହାଣ୍ଡି ଦାନମାଝୀ ଘଟଣାର ପୁନରାବୃତ୍ତି

ପୁଣି କଳାହାଣ୍ଡି ଦାନମାଝୀ ଘଟଣାର ପୁନରାବୃତ୍ତି

କୋରାପୁଟ:-୩୩ କିମି ବୋହିଲେ ପତ୍ନୀଙ୍କ ଶବ ନଥିଲା ଟଙ୍କା, ଯୋଗାଡ ହେଲାନି ଆମ୍ବୁଲାନ୍ସ; ଆନ୍ଧ୍ରରେ ଓଡ଼ିଆ ଶ୍ରମିକଙ୍କ କରୁଣ କାହାଣୀ ପୁଣି କଳାହାଣ୍ଡି ଦାନମାଝୀ ଘଟଣାର ପୁନରାବୃତ୍ତି । ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଚାଲିଲେ ସ୍ୱାମୀ । ଗୋଟିଏ କି ଦୁଇ କିଲୋମିଟର ନୁହେଁ ୩୩ କିଲୋମିଟର ଚାଲିଲେ ।

ଆନ୍ଧ୍ରପ୍ରଦେଶରେ ଦେଖିବାକୁ ମିଳିଛି ଜଣେ ଓଡ଼ିଆ ଶ୍ରମିକଙ୍କ କରୁଣ କାହାଣୀ । ପାଖାପାଖି ୩୩ କିଲୋମିଟର ପତ୍ନୀଙ୍କ ମୃତଦେହ ଧରି ଚାଲିବା ପରେ ଏପରି ଏକ ଅଭାବନୀୟ ଦୃଶ୍ୟ ଆନ୍ଧ୍ର ପୋଲିସ ନଜରକୁ ଆସିଥିଲା । ଆଉ ଆନ୍ଧ୍ର ପୋଲିସ ମାନବିକତା ଦେଖାଇ ଆମ୍ବୁଲାନ୍ସରେ କୋରାପୁଟ ଜିଲ୍ଲାକୁ ପଠାଇବକୁ ବ୍ୟବସ୍ଥା କରିଥିଲା ।

କୋରାପୁଟ ପଟାଙ୍ଗି ଅଞ୍ଚଳର ଗୁରୁ ଓ ତାଙ୍କ ପତ୍ନୀ ବିଶାଖାପାଟଣାରେ ରହି ଶ୍ରମିକ ଭାବେ କାମ କରୁଥିଲେ । କିଛି ଦିନ ତଳେ ପତ୍ନୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ସାଗରବାଲ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତଦେହ ଗାଁକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ ଗୁରୁ । ହେଲେ ପାଖରେ ଟଙ୍କା ନଥିବାରୁ ଆମ୍ବୁଲାନ୍ସ ଯୋଗାଡ କରିପାରିନଥିଲେ । ନିରୁପାୟ ହୋଇ କାନ୍ଧରେ ବୋହି ନେଇଥିଲେ ପତ୍ନୀଙ୍କ ମୃତଦେହ । ଉଲ୍ଲେଖଯୋଗ୍ୟ ଯେ ୨୦୧୬ ମସିହାରେ ନିଜ ପତ୍ନୀଙ୍କ ମୃତଦେହକୁ ୧୦କିଲୋମିଟର ବୋହି ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାକୁ ଆସିଥିଲେ ଦାନ ମାଝୀ ।

Related posts

ଗୋବରରେ ତିଆରି ବ୍ରିଫକେସ୍ ଆଣି ବିଧାନସଭାରେ ପହଁଞ୍ଚିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ

Odisha Halchal

ସାପ କାମୁଡ଼ାରେ ଦୁଇ ଝିଅଙ୍କ ଜୀବନ

Odisha Halchal

କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ

Odisha Halchal

Leave a Comment