୧୮ ଜଣ ପତ୍ନୀ ଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନକଲି ଡାକ୍ତର ନାଁରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ପୋଲିସ ଏହାର ତଦନ୍ତ ଜାରି ରଖିଛି ।
ଏହାରି ଭିତରେ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କର ହେବ ମିଛ ଧରା ପରୀକ୍ଷା । ଆଜି ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଜଣାପଡିଛି । ଏହି ଘଟଣାରେ ନକଲି ଡାକ୍ତର ରମେଶ ସମେତ ତାଙ୍କର ଭିଣେଇ, ଭଉଣୀ ଓ ଡ୍ରାଇଭର ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଥିଲା ।
ସମସ୍ତଙ୍କୁ ତଦନ୍ତ ପରିସର ଭୁକ୍ତ ପୋଲିସ କରିଥିଲା । ନିକଟରେ ଡାକ୍ତରଙ୍କ କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଥିଲେ । ଭିଡିଓରେ ଅନେକ ସମୟରେ କିଭଳି ନକଲି ଡାକ୍ତର ଅଭିନୟ କରି ଲୋକଙ୍କୁ ଲୁଟୁଥିଲା ତାହା ଦେଖିବାକି ମିଳିଥିଲା ।